
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ମାତିଛନ୍ତି ଲୁଟେରା। ଆଜି ସକାଳେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଫେଜ୍-୭ରେ ଲୁଟେରାଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଦୁଇଟି ବାଇକ୍ରେ ଆସିଥିବା ପାଞ୍ଚ ଜଣ ଦୁର୍ବୃତ୍ତ ମର୍ଣ୍ଣିଂ ୱାକ୍ କରୁଥିବା ଜଣେ ମହିଳାଙ୍କ ବେକରେ କଟୁରି ଲଗାଇ ସୁନା ଚେନ୍ ଓ କାନଫୁଲ ଲୁଟ୍ କରି ନେଇଥିଲେ। ପ୍ରତିରୋଧ କରିବାକୁ ଆସିଥିବା ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ଲୁଟେରାମାନେ କଟୁରିରେ ହାଣି ଦେଇଥିବା ଅଭିଯୋଗ ହୋଇଛି।
ସ୍ୱାମୀ-ସ୍ତ୍ରୀଙ୍କ ଚିତ୍କାର ଶୁଣି ପଡ଼ୋଶୀ ଘରର ଜଣେ ବ୍ୟକ୍ତି ଦୌଡ଼ି ଆସିଥିଲେ। ତେବେ ଲୁଟେରାମାନେ ସେମାନଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ତାଙ୍କ ଉପରକୁ ପଥର ଫିଙ୍ଗି ଥିଲେ। ଏହାସହ ତାଙ୍କୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଲୁଟେରାଙ୍କ ପଥର ମାଡ଼ରେ ପଡୋଶୀଙ୍କ ଘରର କାଚ ଭାଙ୍ଗି ଯାଇଥିଲା। ଅଧଘଣ୍ଟା ଧରି ଲୁଟେରାମାନେ ଏହି ଆତଙ୍କରାଜ ଚଲାଇ ଥିଲେ ବୋଲି ଅଭିଯୋଗ ହୋଇଛି।
ଉକ୍ତ ମହିଳା ଜଣଙ୍କ କହିଛନ୍ତି, “ମୁଁ ଆଜି ସକାଳ ପ୍ରାୟ ୫ଟା ୨୦ ମିନିଟ୍ ସମୟରେ ମର୍ଣ୍ଣିଂ ୱାକ୍ରେ ଯାଉଥିଲି। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ମୋତେ ବାଟରେ ଅଟକାଇଲେ। ମୋ ପାଖରୁ ସୁନା ଚେନ୍ ଓ କାନଫୁଲ ଛଡ଼ାଇ ନେଲେ। ମୋ ସ୍ୱାମୀ ପ୍ରତିରୋଧ କରିବାରୁ ତାଙ୍କୁ ଆକ୍ରମଣ କରିଥିଲେ। ପଡ଼ୋଶୀଙ୍କ ଉପରକୁ ପଥର ମାଡ଼ କରିଥିଲେ।”
from Odisha Reporter https://ift.tt/2Y0uvJi
No comments:
Post a Comment