ୱାଶିଂ ମେସିନ୍‌ରେ ବି ସଫା କରିହେବ ଏହି ସବୁ ଜିନିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ୱାଶିଂ ମେସିନ୍‌ରେ ବି ସଫା କରିହେବ ଏହି ସବୁ ଜିନିଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମସ୍ତଙ୍କ ଘରେ କପଡ଼ା ପତ୍ର ସଫା କରିବା ପାଇଁ ପ୍ରାୟତଃ ୱାଶିଂ ମେସିନ୍ ରହିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଏପରି କିଛି ଜିନିଷ ଅଛି ଯାହା ଆମେ ୱାଶିଂ ମେସିନରେ ସଫା କଲେ ମଧ୍ୟ ତାହା ଖରାପ ହୋଇନଥାଏ। ଆଉ ଆପଣ ତାହା ସଫା କରି ବ୍ୟବହାର ମଧ୍ୟ କରିପାରିବେ। ଆପଣ ଜାଣି ନଥିବେ ଯେ, ଏହି ଜିନିଷ ମଧ୍ୟ ୱାଶିଂ ମେସିନ୍‌ରେ ସଫା ହୋଇପାରିବ। ତେବେ ଜାଣନ୍ତୁ, ସେହି ସବୁ ଜିନିଷ କ’ଣ ଯାହାକୁ ଆମେ ୱାଶିଂ ମେସିନରେ ସଫା କରିପାରିବା।

୧-   ଆମେ ବଜାର୍‌ ଗଲେ ଫଳ, ପନିପରିବା ଇତ୍ୟାଦି ଆଣିଥାନ୍ତି।  ସେସବୁକୁ ଯେଉଁ ବ୍ୟାଗ୍‌ରେ ଆଣିଥାଉ କିଛି ଦିନ ପରେ ବିଭିନ୍ନ ଚିହ୍ନ ଲାଗି ତାହା ଖରାପ ହୋଇଯାଇଥାଏ। ଆମେ ତାହା ବ୍ୟବହାର  ହୋଇପାରିବ ନାହିଁ ବୋଲି ଭାବି ଫୋପାଡ଼ି ଦେଇଥାଉ। କିନ୍ତୁ ଆପଣ ଜାଣିଛନ୍ତି କି, ଏହାକୁ ୱାଶିଂ ମେସିନ୍‌ରେ ଧୋଇ ପୁଣି ଥରେ ବ୍ୟବହାର କରାଯାଇ ପାରିବ। ତେଣୁ ବ୍ୟାଗ୍‌ଗୁଡ଼ିକୁ ନ ଫୋପାଡ଼ି ତାହାକୁ ପୁଣି ଥରେ କାମରେ ଲଗାନ୍ତୁ।

୨- ଆପଣଙ୍କ ଘରେ ଓଭାନ୍‌ ଯଦି ଅଛି ତାହାଲେ ଆପଣ ବ୍ୟବହାର ତ ନିଶ୍ଚୟ କରୁଥିବେ। ଆଉ ଓଭାନ୍‌ ବ୍ୟବହାର କରିବାରୁ ତାହା ମଇଳା ମଧ୍ୟ ହେଉଥିବ। ଆପଣ ଓଭାନ୍‌ର ରବର୍‌ ଚପର୍‌ ଇତ୍ୟାଦି ୱାଶିଂ ମେସିନ୍‌ରେ ସଫା କରିପାରିବେ।

୩- ଆପଣ ଯଦି ଯୋଗ କରୁଥାନ୍ତି ତେବେ ମ୍ୟାଟ୍‌ ତ ନିହାତି ବ୍ୟବହାର କରୁଥିବେ। ଆଉ କିଛି ଦିନ ପରେ ଯଦି ଏହା ମଇଳା ହୋଇଯାଇଛି, ତାହାହେଲେ ତାକୁ ଆଉ ବ୍ୟବହାର କରିବାକୁ ଇଚ୍ଛା ହୋଇ ନ ଥାଏ। ଆପଣ ସେହି ମ୍ୟାଟ୍‌କୁ ମଧ୍ୟ ୱାଶିଂ ମେସିନ୍‌ରେ ସଫା କରିପାରିବେ। ଏଥିପାଇଁ ଆପଣ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ। ମ୍ୟାଟ୍‌ ଖରାପ ହୋଇପାରେ।

୪- ଘରେ କମ୍ପ୍ୟୁଟର ଥିଲେ କମ୍ପ୍ୟୁଟର କଭର, ମାଉସ୍‌ ପ୍ୟାଡ୍‌ ଆଦି ସଫା କରିବା ବଡ଼ କଷ୍ଟ ହୋଇଥାଏ।  ଏବେ ଆଉ ବେଶି ଟେନସନ ନିଅନ୍ତୁ ନାହିଁ। କାରଣ କମ୍ପ୍ୟୁଟରରେ ବ୍ୟବହାର ହେଉଥିବା କଭର, ମାଉସ୍‌ ପ୍ୟାଡ୍‌ ଆଦି ମଧ୍ୟ ଆପଣ ୱାଶିଂ ମେସିନ୍‌ରେ ସଫା କରିପାରିବେ। ଏଥିରେ ମଧ୍ୟ ଗରମ ପାଣିର ବ୍ୟବହାର କରନ୍ତୁ ନାହିଁ। ମାଉସ୍‌ ପ୍ୟାଡ୍‌ ଖରାପ ହୋଇଯାଇପାରେ।

୫- ଜୋତା ସଫା କରିବା ସମସ୍ତଙ୍କ ପାଇଁ ବହୁତ କଷ୍ଟ କାମ ମନେହୁଏ। ଅନେକ ତ ସଫା ନ କରି ମଇଳା ଜୋତା ମଧ୍ୟ ବ୍ୟବହାର କରୁଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ମଇଳା ଜୋତା ମଧ୍ୟ ୱାଶିଂ ମେସିନ୍‌ରେ ସଫା କରି ଏହାକୁ ପୁଣି ବ୍ୟବହାର କରିପାରିବେ।

୬- ଆପଣ ମୁଣ୍ଡରେ ବ୍ୟବହାର କରୁଥିବା ଟୋପି ଏବଂ ଅନ୍ୟ ସବୁ ଜିନିଷ କେବେ ୱାଶିଂ ମେସିନ୍‌ରେ ସଫା କରିବା କଥା ଭାବିଛନ୍ତି କି? ଥରେ ଟ୍ରାଏ କରି ନିଅନ୍ତୁ। ଏହି ସବୁ ଜିନିଷ ଖରାପ ହେଇଯିବା  ଭାବି ହାତକୁ ଆଉ କଷ୍ଟ ଦିଅନ୍ତୁ ନାହିଁ। ଆପଣଙ୍କ ମଇଳା ଟୋପି ଏବଂ ଅନ୍ୟ ସବୁ ଜିନିଷ ମଧ୍ୟ ୱାଶିଂ ମେସିନ୍‌ରେ ସଫା କରି ଦେଖନ୍ତୁ। କିନ୍ତୁ ମନେରଖନ୍ତୁ, ଆପଣ ଏଠାରେ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ। ଜିନିଷ ଖରାପ ମଧ୍ୟ ହୋଇପାରେ।



from Odisha Reporter https://ift.tt/2Y0vmto

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages