ବିରାଟ ଓ ଏବିଙ୍କ ନାମରେ ବିରଳ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ବିରାଟ ଓ ଏବିଙ୍କ ନାମରେ ବିରଳ ରେକର୍ଡ

ଚେନ୍ନାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଆଇପିଏଲ-୧୨ର ଶୁଭାରମ୍ଭ ନୈରାଶ୍ୟଜନକ ରହିଛି। ପ୍ରଥମ ମ୍ୟାଚରେ ଟିମ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ନିକଟରୁ ୭ ୱିକେଟରେ ହାରିବାକୁ ପଡ଼ିଛି। ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଆରସିବି ଟିମ ମାତ୍ର ୭୦ ରନରେ ଅଲଆଉଟ ହୋଇଥିଲା। ଜବାବରେ ୧୪ ବଲ ବାକି ଥାଇ ସିଏସକେ ମ୍ୟାଚକୁ ଜିତି ନେଇଥିଲା।

ତେବେ ଏହି ମ୍ୟାଚରେ ଆରସିବି କ୍ୟାପଟେନ ବିରାଟ କୋହଲି ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି’ଭିଲିୟର୍ସଙ୍କ ନାମରେ ଏକ ବିରଳ ରେକର୍ଡ ଯୋଡ଼ି ହୋଇଯାଇଛି। ବିରାଟ ୬ ଓ ଏବି ୯ ରନ୍ କରି ଆଉଟ ହୋଇଥିଲେ। ଆଇପିଏଲ ଇତିହାସରେ ଦୁହେଁ ଦ୍ୱିତୀୟଥର ପାଇଁ ବିନା ବାଉଣ୍ଡ୍ରୀ ମାରି ଆଉଟ ହୋଇ ଏହି ଲଜ୍ଜାଜନକ ରେକର୍ଡ କରିଛନ୍ତି। ଏହା ପୂର୍ବରୁ ୨୦୧୩ରେ ବିରାଟ ଓ ଏବି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏଭଳି ଲଜ୍ଜାଜନକ ଇନିଂସ ଖେଳିଥିଲେ।



from Odisha Reporter https://ift.tt/2HCwvCI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages