
ଅହମଦାବାଦ: ୨୦୧୪ ନିର୍ବାଚନ ପରଠାରୁ ରାଜନୀତି ପାଇଁ ବେଶୀ ସମୟ ଦେଉ ନଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ୨୦୧୯ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।
ଚଳିତ ବର୍ଷ ନିର୍ବାଚନ ଲଢ଼ିବା ପୂର୍ବରୁ ସୋନିଆ ଗାନ୍ଧି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସାମଲୋଚନା କରିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୀଡ଼ିତ କାର୍ଡ ଖେଳୁଛନ୍ତି। ଏଥିଯୋଗୁ ଦେଶବାସୀ ତାଙ୍କ ଖରାପ ରାଜନୀତିର କୁପରିଣାମ ଭୋଗିବାକୁ ବାଧ୍ୟ ହେଉଛନ୍ତି।” ଗୁଜରାଟର ସର୍ଦ୍ଦାର ପଟେଲ ସ୍ମାରକୀ ଠାରେ ଅନୁଷ୍ଠିତ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ସମୟରେ ସୋନିଆ ଏକଥା କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସ୍ୱାର୍ଥ ତଥା ଜାତୀୟ ସୁରକ୍ଷାକୁ ନେଇ ରାଜନୀତି କରୁଥିବାରୁ ସୋନିଆ ତାଙ୍କୁ ସମାଲୋଚନା କରିଛନ୍ତି। ସେ ଦଳୀୟ କର୍ମକର୍ତ୍ତାଙ୍କୁ ପୂର୍ବରୁ ୟୁପିଏ କ୍ଷମତାରେ ଥିବା ସମୟରେ କ’ଣ ସବୁ ସଫଳତା ହାସଲ କରିଥିଲା, ସେକଥା ଲୋକଙ୍କୁ ଜଣାଇବାକୁ ପରାମର୍ଶ ଦେଇଛନ୍ତି।
କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମୋଦି ସରକାର ନିଯୁକ୍ତି, କୃଷି ଓ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିପାରି ନଥିବାରୁ ଏନ୍ଡିଏକୁ ସମାଲୋଚନା କରିଛନ୍ତି।
କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହେବା ପୂର୍ବରୁ ଦଳ ପକ୍ଷରୁ ପୁଲୱାମା ସହିଦଙ୍କ ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।
from Odisha Reporter https://ift.tt/2XT7x6Y
No comments:
Post a Comment