ପିଅନ୍ତୁ କିସମିସ୍‌ ଡ୍ରିଙ୍କସ୍‌, ପାଇବେ ଅନେକ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

  ପିଅନ୍ତୁ କିସମିସ୍‌ ଡ୍ରିଙ୍କସ୍‌, ପାଇବେ ଅନେକ ଫାଇଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଲିଭର ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଏହା ଖାଦ୍ୟକୁ ସହଜରେ ହଜମ କରିବାରେ ସାହାଯ୍ୟ କରେ। ଏହା ଶରୀରରେ ପ୍ରବାହିତ ରକ୍ତକୁ ଶୁଦ୍ଧ କରିବା ସହ ପାଚନ ପ୍ରକ୍ରିୟା ମଧ୍ୟ  ଠିକ୍‌ ରଖିଥାଏ।

ମୁଖ୍ୟତଃ ଅଧିକ ତେଲ ମସଲା ସହ ଫାଷ୍ଟ ଫୁଡ଼ ଖାଇବା, ମାଦକ ଦ୍ରବ୍ୟ ସେବନ କରିବା, ଏକ୍ସରସାଇଜ ନ କରିବା ଆଦି କୁଅଭ୍ୟାସ କାରଣରୁ ଲିଭର୍ ଠିକ୍‌ ଭାବେ କାମ କରିପାରିନ ଥାଏ। ତେଣୁ  ଲିଭର୍‌ରୁ ବିଷାକ୍ତ ପଦାର୍ଥ ନିର୍ଗତ ନିମନ୍ତେ ଆମେ ଏକ ପ୍ରକାର ଡ୍ରିଙ୍କସ୍‌ର ସେବନ କରିପାରିବା।

 

ଏହି  ଡ୍ରିଙ୍କସ୍‌ କିସମିସ୍‌ରେ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ପିଇବାର ୩ ଦିନ ପରେ ଲିଭରଜନିତ ବହୁ ସମସ୍ୟାରୁ ମୁକ୍ତି ମିଳିପାରିବ। ଏହାର ପ୍ରସ୍ତୁତ ପ୍ରଣାଳୀ ମଧ୍ୟ ଖୁବ୍‌ ସହଜ। ଏହାକୁ ରାତିରେ ପାଣିରେ ଫୁଟାଇ ଥଣ୍ଡା ହେବା ଲାଗି ଛାଡି ଦିଅନ୍ତୁ। ସକାଳେ ଖାଲି ପେଟରେ ଏହାକୁ ପିଇବା ସହ କିସମିସ୍‌କୁ  ଖାଇ ଦିଅନ୍ତୁ। ୩ ଦିନ ଏପରି କଲେ ହିଁ  ଆପଣ ଫରକ୍‌ ଅନୁଭବ କରି ପାରିବେ।

ଏନର୍ଜିରେ ଭରପୁର କିସମିସ୍‌ ଲୋ ଫ୍ୟାଟ୍‌ ଫୁଡ଼୍‌ ଅଟେ। ଏଥିରେ କିନ୍ତୁ ବହୁ ମାତ୍ରାରେ ଆଇରନ, ପୋଟାସିୟମ ଏବଂ ଆଣ୍ଟି ଆକ୍ସିଡେଣ୍ଟସ୍‌ ଭରି ରହିଛି। ଏହାକୁ ପାଣିରେ ବତୁରିବାକୁ ଛାଡ଼ିଦେବା ପରେ ଏହାର ଫାଇଦା ଆହୁରି ବଢିଯାଏ। କିସମିସ୍‌ ପାଣିରେ ପ୍ରଚୁର ମାତ୍ରାରେ ଭିଟାମିନ୍ସ ଆଉ ମିନେରାଲ୍ସ ଭରି ରହିଛି। ତେଣୁ ଏହାକୁ ପିଇବା ଦ୍ୱାରା  ଆପଣ ଲିଭର୍‌ ସସମ୍ୟାରୁ ମୁକ୍ତି ପାଇପାରିବେ।



from Odisha Reporter https://ift.tt/2F1S9N4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages