
ଆନନ୍ଦପୁର (ମୁନା ସିଂହ): ଏକ ସ୍କୁଲ୍ ଭ୍ୟାନ୍ ପୋଖରୀ ଭିତରେ ଖସି ପଡ଼ିବାରୁ ଦୁଇ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଅଞ୍ଚଳରେ।
ଆଜି ସକାଳ ପ୍ରାୟ ୭ଟା ବେଳେ ଏକ ଘରୋଇ ସ୍କୁଲ୍ର ଦଶ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭ୍ୟାନ୍ଟି ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶି ଯାଇଥିଲା। ଜମ୍ଭୀର ନିକଟରେ ଥିବା ଏକ ପୋଖରୀରେ ଏହି ଦୁର୍ଘଟଣା ଘଟିଥିଲା।
ସୌଭାଗ୍ୟବଶତଃ ଏଥିରେ ପିଲାମାନଙ୍କର ବିଶେଷ କିଛି କ୍ଷତି ହୋଇନି। କେବଳ ଦୁଇ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ହାଟଡ଼ିହି ଡାକ୍ତରଖାନାରେ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି।
from Odisha Reporter https://ift.tt/2SIAFKd
No comments:
Post a Comment