କାଲି ପରଦାକୁ ଆସିବ ବିବାଦୀୟ ଫିଲ୍ମ ‘ମେରେ ପ୍ୟାରେ ପ୍ରାଇମ୍‌ ମିନିଷ୍ଟର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

କାଲି ପରଦାକୁ ଆସିବ ବିବାଦୀୟ ଫିଲ୍ମ ‘ମେରେ ପ୍ୟାରେ ପ୍ରାଇମ୍‌ ମିନିଷ୍ଟର’

ମୁମ୍ବାଇ: ବହୁ ବିବାଦ ପରେ ଆସନ୍ତାକାଲି ପରଦାକୁ ଆସିବ ‘ମେରେ ପ୍ୟାରେ ପ୍ରାଇମ୍‌ ମିନିଷ୍ଟର’। ରାକେଶ୍‌ ଓମ୍‌ ପ୍ରକାଶ ମେହେରାଙ୍କ ଏହି ଫିଲ୍ମଟି ସ୍ୱଚ୍ଛତା ଉପରେ ଆଧାରିତ। ଆରମ୍ଭରୁ ଏହାର କାହାଣୀ ଓ କନ୍‌ସେପ୍ଟ୍‌ ଉପରେ ବିବାଦ ଦେଖାଦେଇଥିଲା। କିନ୍ତୁ ପରେ ଏହାର ଟ୍ରେଲର୍‌କୁ ଖୁବ୍‌ ପ୍ରଶଂସା ମିଳିଥିଲା।

ମୁମ୍ବାଇର ଗୋଟିଏ ସ୍ଲମ୍‌ ଏରିଆରେ କହ୍ନେୟା ନାମକ ଜଣେ ୮ ବର୍ଷର ପିଲା ତା ମା’ ସହ ରହୁଛି। କିନ୍ତୁ ତାଙ୍କ ଜୀବନର ଗତିପଥ ସେତେବେଳେ ବଦଳେ ଯେତେବେଳେ କହ୍ନେୟାର ମା’ ବାହାରକୁ ଶୌଚ ହେବା ପାଇଁ ଯାଇ ଦୁଷ୍କର୍ମର ଶିକାର ହୁଅନ୍ତି।  ଯାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି।

ପରେ କହ୍ନେୟା ତାଙ୍କ ଘରେ ଶୌଚାଳୟ ତିଆରି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖେ। ଏଭଳି ଏକ ଦମଦାର କାହାଣୀକୁ ନେଇ ପରଦାକୁ ଆସିଛନ୍ତି ନିର୍ଦ୍ଦେଶକ ରାକେଶ ଓମ ପ୍ରକାଶ ମେହେରା। ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ଅଞ୍ଜଳି ପାଟିଲ୍‌ ଏବଂ ମକରନ୍ଦ ଦେଶପାଣ୍ଡେ। ଫିଲ୍ମ ନିର୍ମାତା ରାକେଶ୍‌ ଓମ୍‌ ପ୍ରକାଶଙ୍କ କହିବା ଅନୁଯାୟୀ,  ଫିଲ୍ମର ଆଇଡିଆ ତାଙ୍କୁ ‘ଭାଗ୍‌ ମିଲ୍ଖା ଭାଗ୍‌’ ଫିଲ୍ମ ଶୁଟିଂ ସମୟରେ ହିଁ ମିଳିଥିଲା।

 ଥରେ ଶୁଟିଂ ଶେଷ କରି ସେ ଭୋର ୪ଟା ସମୟରେ ଫିଲ୍ମ ସିଟି ନିକଟରେ ଥିବା ଏକ ବସ୍ତି ଦେଇ ଯାଉଥିଲେ। ଯେଉଁଠି ମହିଳାମାନେ ଖୋଲା ସ୍ଥାନରେ ଶୌଚ କରୁଥିଲେ। କିନ୍ତୁ ଗୋଟିଏ ଗାଡ଼ି ଆସିବା ଦେଖି ସେମାନେ ସେଠୁ ଚାଲି ଯାଇଥିଲେ।

ରାକେଶ୍‌ଙ୍କ କହିବା ଅନୁଯାୟୀ,ଏ ଦେଶରେ ମହିଳାମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ମହିଳା ଖୋଲାରେ ଶୌଚ କରିବା ସମୟରେ ଦୁଷ୍କର୍ମର ଶିକାର ହୁଅନ୍ତି। ତେଣୁ ସେ ସମାଜରେ ଏକ ସଚେତନତା ସୃଷ୍ଟି କରିବା ପାଇଁ ଏହି ଫିଲ୍ମ କରିବାକୁ ନିଷ୍ପତ୍ତି ନେଇଥିଲେ।

 

 



from Odisha Reporter https://ift.tt/2CjTCxo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages