
ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ଇପିଏଫ୍ଓ ପେରୋଲ୍ ତଥ୍ୟ ଅନୁଯାୟୀ, ଗତ ୧୭ ମାସରେ ୨୦୧୯ ମସିହା ମାର୍ଚ୍ଚ ମାସରେ ହିଁ ସବୁଠାରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ଏହି ମାସରେ ସବୁଠାରୁ ଅଧିକ ଅର୍ଥାତ ୮.୯୬ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି। ଆଉ ଗତ ବର୍ଷ ଏହି ମାସର ନିଯୁକ୍ତିକୁ ତୁଳନା କଲେ ଏହା ୧୩୧% ଅଧିକ। ଗତ ବର୍ଷ ଏହି ସମୟରେ ୩.୮୭ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଥିଲା।
୨୦୧୭ ମସିହା ସେପ୍ଟେମ୍ବରରୁ ୨୦୧୯ ଜାନୁଆରୀ ଯାଏ ୭୬.୪୮ ଲକ୍ଷ ଲୋକ ଇପିଏଫ୍ଓର ସାମାଜିକ ସୁରକ୍ଷାର ସହାୟତା ନେଇଛନ୍ତି। ଏହା ଦର୍ଶାଉଛି ଗତ ୧୭ ମାସରେ ବ୍ୟାପକ ନିଯୁକ୍ତି ସୃଷ୍ଟି ହୋଇଛି। ୨୦୧୯ ଜାନୁଆରୀରେ ୮,୯୬,୫୧୬ ପଞ୍ଜୀକରଣ ୨୦୧୭ ସେପ୍ଟେମ୍ବର ପରଠାରୁ ସର୍ବାଧିକ।
ଅନ୍ୟପକ୍ଷରେ ମାର୍ଚ୍ଚ ମାସରେ ଏହା ସାମାନ୍ୟ ନକାରାତ୍ମକ ଥିବା ଜଣାଯାଇଛି। ଏହା ‘କ୍ଲୋଜିଂ ମନ୍ଥ’ ବା ଆର୍ଥିକ ବର୍ଷର ଶେଷ ମାସ ହୋଇଥିବାରୁ ଅନେକ ସଂଖ୍ୟାରେ ଲୋକ ଏହି ସମୟରେ ଚାକିରି ଛାଡ଼ିଥାନ୍ତି।
ଜାନୁଆରୀ ୨୦୧୯ରେ ୨୨-୨୫ ବୟସ ଗୋଷ୍ଠୀରେ ୨.୪୪ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଥିବାବେଳେ ୧୮-୨୧ ବୟସଗୋଶ୍ଠୀରେ ୨.୨୪ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି।
ଇପିଏଫ୍ଓ ବ୍ୟବସ୍ଥାରୁ ବାହାରିଯାଇଥିବା କର୍ମଚାରୀଙ୍କ ହିସାବ ସେମାନେ କରିଥିବା କ୍ଳେମ୍ ଅନୁଯାୟୀ ଏବଂ କମ୍ପାନୀଙ୍କ ସୂଚନା ଅନୁଯାୟୀ କରାଯାଇଛି। ଅନ୍ୟପକ୍ଷରେ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (ୟୁଏଏନ୍)ରୁ ନୂତନ ନିଯୁକ୍ତି ବାବଦରେ ହିସାବ କରାଯାଉଛି। ଏହା କେବଳ ପ୍ରାଥମିକ ତଥ୍ୟ, କାରଣ ଏହି ପ୍ରକ୍ରିୟା ରୀତିମତ ଚାଲିଥିଏ ବୋଲି ଇପିଏଫ୍ଓ କର୍ତ୍ତୃପକ୍ଷ କହିଛନ୍ତି।
from Odisha Reporter https://ift.tt/2umNb8q
No comments:
Post a Comment