
ପାଟନା: ବିଜେପିର ଅସନ୍ତୁଷ୍ଟ ନେତା ଶତୃଘ୍ନ ସିହ୍ନା ଆରଜେଡିରେ ଯୋଗ ଦେଇପାରନ୍ତି। ଆରେଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରା଼ବ୍ରି ଦେବୀଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାରମ୍ବାର ସମାଲୋଚନା କରି ଏକ ଘରିକିଆ ହୋଇପଡିଛନ୍ତି ଏହି ନେତା। ଏମିତିକି ମହାମେଣ୍ଟ ରାଲିରେ ଯୋଗ ଦେଇ ମୋଦିଙ୍କ ବିରୋଧରେ ସେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ, ପୁଅ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଝିଅ ମୀସା ଭାରତୀଙ୍କୁ ମଧ୍ୟ ଭେଟିଛନ୍ତି ପାଟନା ସାହିବର ସାଂସଦ। ନୋଟବନ୍ଦୀ, ଜିଏସଟି, ରାଫେଲ ପ୍ରସଙ୍ଗରେ ବିରୋଧଙ୍କ ସହ ମିଶି ଶତୃଘ୍ନ ବିଜେପିକୁ ବାରମ୍ବାର ସମାଲୋଚନା କରିଛନ୍ତି।
ତେଣୁ ଚଳିତ ନିର୍ବାଚନରେ ତାଙ୍କ ଟିକେଟ କଟିବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । ହେଲେ ଆରଜେଡିରେ ଯୋଗ ଦେବା ନେଇ ଯେଉଁ ଚର୍ଚ୍ଚା ହେଉଛି ପ୍ରତିକ୍ରିୟାରେ ଶତୃଘ୍ନ କହିଛନ୍ତି ସେ ବିଜେପିରେ ଅଛନ୍ତି। ଦଳ ତାଙ୍କ ବିରୋଧରେ ଏ ଯାଏ କୌଣସି ନିଷ୍ପତ୍ତି ନେଇ ନାହିଁ କି ସେ ଦଳ ଛାଡ଼ିବେ ବୋଲି କେଉଁଠି କହିନାହାନ୍ତି।
ନିକଟରେ ବିହାରର ଦରଭଙ୍ଗା ଆସନରୁ ବିଜେପିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା କୀର୍ତ୍ତି ଆଜାଦ ମଧ୍ୟ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି।
from Odisha Reporter https://ift.tt/2IYiP6C
No comments:
Post a Comment