ରାଜଧାନୀରେ ଫୁଟିଲା ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ରାଜଧାନୀରେ ଫୁଟିଲା ଗୁଳି

firing

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଟଙ୍କପାଣି ରୋଡ୍‌ ସ୍ଥିତ ଏକ କଲ୍ୟାଣ ମଣ୍ଡପର ଜଣେ ସିକ୍ୟୁରିଟି ଗାର୍ଡଙ୍କ ଉପରକୁ ଗୁଳିମାଡ଼ ହୋଇଛି। ତାଙ୍କ ନାଁ ଜ୍ଞାନେନ୍ଦ୍ର ମଲ୍ଲିକ।

ପାଣି ମାଗିବା ବାହାନାରେ ୨ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ପିଠିରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ସାଢ଼େ ୫ଟା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏହି କଲ୍ୟାଣ ମଣ୍ଡପକୁ ଆସିଥିଲେ। ସେମାନେ ଜ୍ଞାନେନ୍ଦ୍ରଙ୍କୁ ତାଙ୍କ ମାଲିକ ଆସିଲେଣି କି ନାହିଁ ବୋଲି ପଚାରିଥିଲେ। ମାଲିକ ଆସି ନାହାନ୍ତି ବୋଲି ସେ କହିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ପାଣି ମାଗିଥିଲେ। ଜ୍ଞାନେନ୍ଦ୍ର ସେମାନଙ୍କୁ ପାଣି ବୋତଲ ବଢ଼ାଇ ଦେଉଥିବା ବେଳେ ତାଙ୍କ ଟଙ୍କା ପଡ଼ିଯାଇଛି ବୋଲି ସେମାନେ କହିଥିଲେ। ଜ୍ଞାନେନ୍ଦ୍ର ଟଙ୍କା ଗୋଟାଇବାକୁ ନଇଁ ପଡ଼ିଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରେ ଗୁଳି ଚଳାଇଥିଲେ। ଗୁଳିଟି ତାଙ୍କ ପିଠିରେ ବାଜିଥିଲା।

ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ହେଲ୍‌ମେଟ୍ ପିନ୍ଧିଥିଲା ଓ ଅନ୍ୟ ଜଣେ ମୁହଁରେ କପଡ଼ା ବାନ୍ଧିଥିଲା ବୋଲି ଜଣାପଡ଼ିଛି।

ଗୁଳିକାଣ୍ଡର କାରଣ ଜଣାପଡ଼ିନାହିଁ।



from Odisha Reporter https://ift.tt/2Cl89ci

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages