
ନୂଆଦିଲ୍ଲୀ: ଫେରାର ହୀରା ବ୍ୟବସାୟୀ ନିରବ ମୋଦି ଲଣ୍ଡନରେ ଗିରଫ ହୋଇଥିଲେ ହେଁ ଏହା ଭାରତରେ ରାଜନୀତି କରୁଥିବା ଲୋକଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ବିରୋଧୀଦଳଗୁଡ଼ିକ ଏଭଳି ଗିରଫଦାରୀକୁ ନିର୍ବାଚନ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।
ମୋଦି ସରକାର ନିର୍ବାଚନରେ ଜିତିବା ପାଇଁ ଏଭଳି ନିରବ ମୋଦିଙ୍କୁ ମିଛି ମିଛି କା ଗିରଫ କରିଥିବା ବିରୋଧୀ ଦଳଗୁଡ଼ିକ କହିଛନ୍ତି।
କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି, “ବିଜେପି ହିଁ ନିରବ ମୋଦିଙ୍କୁ ଦେଶ ଛାଡ଼ି ଯିବାରେ ସହାୟତା କରିଥିଲା। ଏବେ ସେମାନେ ତାଙ୍କୁ ଦେଶକୁ ଆଣିବାକୁ ପ୍ରୟାସ କରୁଛନ୍ତି। ବିଜେପି ନିରବ ମୋଦିଙ୍କୁ ନିର୍ବାଚନରେ ଫାଇଦା ହାସଲ ପାଇଁ ଦେଶକୁ ଆଣିବାକୁ ଚାହୁଁଛି। ନିର୍ବାଚନ ପରେ ପୁଣିଥରେ ସେମାନେ ତାଙ୍କୁ ବିଦେଶ ପଠାଇଦେବେ।”
ଏନସି ନେତା ଓମାର ଅବଦୁଲ୍ଲା କହିଛନ୍ତି, “ ଲଣ୍ଡନ ପୁଲିସ୍ ଓ ଟେଲିଗ୍ରାଫ୍ ସାମ୍ବାଦିକଙ୍କ ପାଇଁ ନିରବ ମୋଦି ଗିରଫ ହୋଇଛନ୍ତି। କିନ୍ତୁ ବିଜେପି ଏହି ଗିରଫଦାରୀର ସମସ୍ତ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବାକୁ ଚାହୁଁଛନ୍ତି। ଟେଲିଗ୍ରାଫ୍ ସାମ୍ବାଦିକ ନିରବଙ୍କୁ ଲଣ୍ଡନରେ ଠାବ କରିଥିଲେ। ମୋଦି ଏଥିରେ କ’ଣ ଭୂମିକା ଗ୍ରହଣ କରିଥିଲେ?”
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ଏଭଳି ଗିରଫଦାରୀକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଚୋରି କରି ଜଣେ ଦୌଡ଼ିବାକୁ ଚେଷ୍ଟା କରିବେ। କିନ୍ତୁ ଚୋର ଜଣଙ୍କ କେବେ ହେଲେ ଚୌକିଦାର ଆଖିରୁ ଖସି ପାରିବ ନାହିଁ। ପ୍ରଥମେ ବିଜୟ ମାଲ୍ୟା ଏବଂ ଏବେ ନିରବ ମୋଦିଙ୍କ ଗିରଫଦାରୀ ଭାରତ ସରକାରଙ୍କ ସଫଳତାର ଦିଗଦର୍ଶନ।”
ଆଜି ମଧ୍ୟାହ୍ନରେ ଲଣ୍ଡନ ପୁଲିସ୍ ନିରବଙ୍କୁ କୋର୍ଟ ୱାରେଣ୍ଟ ବଳରେ ଗିରଫ କରିଥିଲା। ସେ ପିଏନ୍ବି ଋଣ ଜାଲିଆତିର ମୁଖ୍ୟ ଖଳନାୟକ ରହିଥିଲେ।
from Odisha Reporter https://ift.tt/2FnIOQP
No comments:
Post a Comment