
ମୁମ୍ୱାଇ: ସୋଶାଲ ମିଡିଆର ଟେକ୍ନୋଲୋଜି ପରିବର୍ତ୍ତନ ହେବାକୁ ଲାଗିଛି। ଏହା ସଙ୍ଗେ ସଙ୍ଗେ ସେଲିବ୍ରିଟିଙ୍କ ସହିତ ଯୋଗାଯୋଗ କରିବା ମଧ୍ୟ ଲୋକଙ୍କୁ ସହଜ ହୋଇଛି। ମନ ପସନ୍ଦର ଅଭିନେତା ଓ ଅଭିନେତ୍ରୀଙ୍କ ସହିତ କଥା ହେବା ଓ ଦେଖିବା ପାଇଁ ଆଉ ଟିଭି ସ୍କ୍ରିନ୍କୁ ଅପେକ୍ଷା କରିବାକୁ ପଡୁନାହିଁ।
ତେବେ ଏହାର ଏକ ଖରାପ ଦିଗ ମଧ୍ୟ ରହିଛି। ଯାହାକୁ ଆମେ ସାଇବର୍ କ୍ରାଇମ୍ ବୋଲି କହିଥାଉ। ଯାହାର ଶିକାର ହୋଇଛନ୍ତି ସୌମି ଖାନ୍।
ସୂଚନା ଅନୁସାରେ ବିଗବସ୍-୧୨ର କଣ୍ଟେଷ୍ଟାଣ୍ଟ ସୌମି କାନ୍ଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହୋଇଛି। ଶନିବାର ରାତିରେ ସୌମି ତାଙ୍କ ଆକାଉଣ୍ଟରେ ପୋଷ୍ଟ କରିଥିବା ସମସ୍ତ ଫଟୋ ଡିଲିଟ୍ ହୋଇଯାଇଛି।
ସୌମି ଜୟପୁର୍ରେ ରୁହନ୍ତି। ଆକାଉଣ୍ଟ ହ୍ୟାକ୍ ହେବା ପରେ ସେ ସାଇବର୍ ସେଲ୍ରେ ଅଭିଯୋଗ କରିଛନ୍ତି।
ସୌମିଙ୍କର ଭଉଣୀ ସବା ଖାନ୍ ମଧ୍ୟ ବିଗ୍ବସ୍-୧୨ର କଣ୍ଟେଷ୍ଟାଣ୍ଟ୍ ରହିଥିଲେ। ଏ ନେଇ ସୌମି ଇନ୍ଷ୍ଟାଗ୍ରାମ୍ରେ କହିଛନ୍ତି, “ମୁଁ ସମସ୍ତଙ୍କୁ ଜଣାଇଦେଉଛି ଯେ, ମୋର ଆକାଉଣ୍ଟ ହ୍ୟାକ୍ ହୋଇଛି। ଯଦି କେହି ମୋ ବିଷୟରେ ଭୁଲ୍ ସୂଚନା ଦିଅନ୍ତୁ, ଦୟାକରି ସେଥିପ୍ରତି ସଚେତନ ରୁହନ୍ତୁ।”
ସେହିପରି ସୌମିଙ୍କ କୋ-ଆସିଷ୍ଟାଣ୍ଟ ଦୀପକ ଠାକୁର ମଧ୍ୟ ଏକ ଭିଡିଓ ଜାରି କରି ଫଲୋୟର୍ସମାନଙ୍କୁ ସତର୍କ ରହିବା ପାଇଁ ଅନୁରୋଧ କରିଛନ୍ତି।
from Odisha Reporter https://ift.tt/2C3ELqM
No comments:
Post a Comment