ଓଡ଼ିଶାରେ ୨୫% ରୁ ଅଧିକ ବଜାର ଅଂଶ ଅକ୍ତିଆର କଲା ‘ଜିଓ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ଓଡ଼ିଶାରେ ୨୫% ରୁ ଅଧିକ ବଜାର ଅଂଶ ଅକ୍ତିଆର କଲା ‘ଜିଓ’

Reliance-Jio,,

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋବାଇଲ ଗ୍ରାହକଙ୍କ ତଥ୍ୟ ସମ୍ପର୍କରେ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ(ଟ୍ରାଏ) ଦ୍ୱାରା ପ୍ରକାଶ କରାଯାଇଥିବା ସର୍ବଶେଷ ରିପୋର୍ଟ ଅନୁଯାୟୀ ବର୍ତମାନ ସୁଦ୍ଧା ରିଲାଏନ୍ସ ଜିଓ ଓଡ଼ିଶାରେ ମୋବାଇଲ ଗ୍ରାହକ ସଂଖ୍ୟାର ୨୫ ପ୍ରତିଶତରୁ ଅଧିକ ହାସଲ କରିବା ସହ ଏହାର ଷ୍ଟେଟ୍-ଅଫ୍ -ଦି-ଆର୍ଟ ସମ୍ପୂର୍ଣ୍ଣ ୪ଜି ନେଟ୍ୱର୍କ ବ୍ୟବସ୍ଥାରେ ୨୦୧୯ ଜାନୁଆରୀରେ ପ୍ରାୟ ୩.୫ ଲକ୍ଷ ଗ୍ରାହକ ସଂଯୋଗ କରିବାରେ ସଫଳ ହୋଇଛି ।

ଏହି ରିପୋର୍ଟ ଅନୁସାରେ ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ଜାନୁଆରୀ ମାସରେ ୧.୬ ଲକ୍ଷ ବୃଦ୍ଧି ଘଟି ଜାନୁଆରୀ ୩୧ ତାରିଖ ସୁଦ୍ଧା ୩.୩୩ କୋଟିରେ ପହଞ୍ଚିଛି। ତେବେ ଏହି ରିପୋର୍ଟ ଅନୁସାରେ ଓଡ଼ିଶାରେ ଟେଲି ସାନ୍ଦ୍ର୍ରତା ହାର ୭୭.୨୨ ରହିଥିବାବେଳେ ଏହା ଏ କ୍ଷେତ୍ରରେ ଶେଷ ୫ଟି ରାଜ୍ୟ ମଧ୍ୟରେ ରହିଛି।

ଉଲ୍ଲେଖଯୋଗ୍ୟ, ଯେ ୨୦୧୮ ବର୍ଷରେ ‘ଜିଓ’ ଓଡ଼ିଶାରେ ଏହାର ମୋବାଇଲ ଗ୍ରାହକଙ୍କ ସଂଖ୍ୟା ଦ୍ୱିଗୁଣିତ କରିବା ସହିତ ପ୍ରତ୍ୟେକ ମାସରେ ଏହାର ଗ୍ରାହକଙ୍କ ସଂଖ୍ୟାରେ ସର୍ବାଧିକ ବୃଦ୍ଧି କରିବାକୁ ସକ୍ଷମ ହୋଇପାରିଛି। ସେହିପରି ଟ୍ରାଇ ଦ୍ୱାରା ପ୍ରକାଶ କରାଯାଇଥିବା ସର୍ବଶେଷ ଫାଇନାନ୍ସିଆଲ୍ ରିପୋର୍ଟ ଅନୁଯାୟୀ ୨୦୧୮ ଡିସେମ୍ବର ୩୧ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସିକରେ ଆଡ୍ଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ(ଏଜିଆର୍) ଆଧାରରେ ଜିଓ ଓଡ଼ିଶା ବଜାରର ଶତକଡ଼ା ୫୦ ଭାଗ ବଜାର ଅଂଶ ଅଧିକାର କରିଛି।

ଟ୍ରାଇ ରିପୋର୍ଟ ଅନୁଯାୟୀ ୨୦୧୯ ଜାନୁଆରୀରେ ଓଡ଼ିଶାରେ ନୂତନ ଗ୍ରାହକ ସଂଯୋଗ କ୍ଷେତ୍ରରେ ଜିଓ ସର୍ବାଗ୍ରେ ରହି ମୋଟ ୩.୫ ଲକ୍ଷ ଗ୍ରାହକ ସାମିଲ କରିପାରିଥିବାବେଳେ ଏହା ପଛକୁ ବିଏସ୍ଏନ୍ଏଲ ୨୨,୦୧୯ ଏବଂ ଏୟାରଟେଲ୍ ୫,୫୯୧ ଗ୍ରାହକ ସାମିଲ କରିବାରେ ସକ୍ଷମ ହୋଇଛନ୍ତି। ତେବେ ଭୋଡାଫୋନ୍ ଆଇଡିଆ ଏହି ମାସରେ ରାଜ୍ୟରେ ୧.୯ ଲକ୍ଷ ଗ୍ରାହକ ହରାଇଛି ଏବଂ ଏହା ପଛକୁ ଟାଟା ଟେଲିସର୍ଭିସେସ୍ ୨୫୦୦୦ ଗ୍ରାହକ ହରାଇଥିବା ଏହି ରିପୋର୍ଟରୁ ସୂଚନା ମିଳିଛି।

ଜାନୁଆରୀ ୩୧, ୨୦୧୯ ସୁଦ୍ଧା ଓଡ଼ିଶାରେ ‘ଜିଓ’ର ମୋଟ ୮୪.୩ ଲକ୍ଷ ମୋବାଇଲ ଗ୍ରାହକ ରହିଥିବା ବେଳେ ଏୟାରଟେଲ୍ ୧.୩୧ କୋଟି, ଭୋଡାଫୋନ୍ ଆଇଡିଆ ୫୭ ଲକ୍ଷ, ବିଏସ୍ଏନ୍ଏଲ୍ ୫୫.୫ ଲକ୍ଷ ଏବଂ ଟାଟା ଟେଲିସର୍ଭିସେସର ପ୍ରାୟ ୫ ଲକ୍ଷ ଗ୍ରାହକ ରହିଛନ୍ତି। ଓଡ଼ିଶାରେ ମୋବାଇଲ ଗ୍ରାହକ ବଜାର ଅଂଶରେ ବୃଦ୍ଧି ଆଣିଥିବା ଏକମାତ୍ର କମ୍ପାନୀ ଭାବେ ଜିଓ ଜାନୁଆରୀରେ ୨୫.୩% ଉପଭୋକ୍ତା ବଜାର ଅଂଶ ହାସଲ କରିବାରେ ସକ୍ଷମ ହୋଇଥିଲା ବେଳେ ଭାରତୀ ଏୟାରଟେଲର ବଜାର ଅଂଶରେ ସାମାନ୍ୟ ହ୍ରାସ ଘଟି ୩୯.୪%, ଭୋଡାଫୋନ୍ ଆଇଡିଆ’ର ୧୭.୧%, ବିଏସ୍ଏନ୍ଏଲ୍ର ୧୬.୭% ଏବଂ ଟାଟା ଟେଲିସର୍ଭିସେସର ୧.୫% ରହିଛି ।

୨୦୧୯ ଜାନୁଆରୀରେ ଜାତୀୟସ୍ତରରେ ମଧ୍ୟ ନୂତନ ଗ୍ରାହକ ସଂଖ୍ୟାରେ ବୃଦ୍ଧି ଆଣିବାରେ ଜିଓ ସର୍ବାଗ୍ରେ ରହିଥିଲା ବେଳେ ଏହି ସମୟରେ ସାରା ଦେଶରେ ୯୩ ଲକ୍ଷ ନୂତନ ଗ୍ରାହକ ସଂଯୋଗ କରିପାରିଛି। ଟ୍ରାଇ ରିପୋର୍ଟ ଅନୁସାରେ ୨୦୧୯, ଜାନୁଆରୀ ସୁଦ୍ଧା ଭାରତରେ ଜିଓ’ର ମୋଟ ଗ୍ରାହକ ସଂଖ୍ୟା ୨୮.୯୪ କୋଟିରୁ ଉର୍ଦ୍ଧ୍ବରେ ପହଞ୍ଚିଛି।



from Odisha Reporter https://ift.tt/2Wk1lDl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages