
ଭୁବନେଶ୍ୱର ( ଓଡିଶା ରିପୋର୍ଟର): ସ୍ୱର୍ଗତଃ ଡ. ବରେନ୍ଦ୍ର କୃଷ୍ଣ ଧଳଙ୍କ ସାହିତ୍ୟ ସାଧନା ଓ ନିର୍ଭୀକ ସାମ୍ବାଦିକତା ସମ୍ପର୍କରେ ଆଜିର ଯୁବପିଢି ଜାଣିବା ନିହାତି ଦରକାର। ଏଥିପାଇଁ ଏହି କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ଲେଖକଙ୍କ ସୃଜନୀ ସମଗ୍ର ଉପରେ ଗବେଷଣା ହେବା ଜରୁରୀ।
ରବିବାର ସ୍ୱର୍ଗତଃ ଧଳଙ୍କ ୮୦ତମ ଜୟନ୍ତୀ ପାଳନ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଏହି ମତ ରଖିଛନ୍ତି।
ତାଙ୍କ ଜନ୍ମସ୍ଥାନ କଟକ ଜିଲ୍ଲା ବାଙ୍କୀଠାରେ ‘ବରେନ୍ଦ୍ର କୃଷ୍ଣ ଧଳ ମେମୋରିଆଲ୍ ଟ୍ରଷ୍ଟ’ ପକ୍ଷରୁ ଆୟୋଜିତ ସ୍ମୃତି ସଭାରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ବିଶିଷ୍ଟ କବି ପ୍ରଦୀପ କୁମାର ବିଶ୍ୱାଳ, ସ୍ତମ୍ଭକାର ଡ.ଅସିତ ମହାନ୍ତି, ବୈଷ୍ଣବ ଚରଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ମତ ରଖିଛନ୍ତି ।
ଏହି ଅବସରରେ “ବରେନ୍ଦ୍ର କୃଷ୍ଣ ଧଳଙ୍କ ସାମ୍ବାଦିକତା ଏବଂ ଓଡିଆ ଭାଷା ସାହିତ୍ୟ ପ୍ରତି ଅବଦାନ” ଶୀର୍ଷକ ବିଷୟ ଉପରେ ଆଲୋଚନା ହୋଇଥିଲା।
ତାଙ୍କ ନିର୍ଭୀକ, ନିରପେକ୍ଷ ଓ ତଥ୍ୟମୂଳକ ଅକାଟ୍ୟ ସାମ୍ବାଦିକତାର ଗୁରୁତ୍ୱ ଆଜିର ଯୁବ ସାମ୍ବାଦିକ ଜାଣିବା ଦରକାର ବୋଲି ଅତିଥିବୃନ୍ଦ ମତ ରଖିଥିଲେ।
ଏହି ସଭାରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବାବାଜୀ ଚରଣ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ସେହିଭଳି ଅନ୍ୟମାନଙ୍କ ମଧ୍ୟରେ, ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ରବି ନାରାୟାଣ ମଙ୍ଗରାଜ, କବି କୌଶିକ ନାୟକ, କିଶୋର ଚନ୍ଦ୍ର ମିଶ୍ର, ଶ୍ୟାମସୁନ୍ଦର ସାହୁ, ଆଇନଜୀବୀ ସୁବାସ ଚନ୍ଦ୍ର ମିଶ୍ର, ଶକୁନ୍ତଳା ମଲ୍ଲିକ, ଜ୍ଞାନେନ୍ଦ୍ର ମୋହନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବରେନ୍ଦ୍ର କୃଷ୍ଣଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଶେଷରେ ଟ୍ରଷ୍ଟର ଅନ୍ୟତମ ସଦସ୍ୟା ପ୍ରୀତିଛନ୍ଦା ଧଳ ଧନ୍ୟବାଦ ଅର୍ପଣ କରିଥିଲେ।
from Odisha Reporter https://ift.tt/2TYJZzl
No comments:
Post a Comment