ଜଙ୍ଗଲରେ ପାଟ୍ରୋଲିଂ ପାଇଁ ଗାଡ଼ି ଦେଉଛନ୍ତି ଖଣି କମ୍ପାନୀ, ଚଢୁଛନ୍ତି ମନ୍ତ୍ରୀ ଅଫିସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ଜଙ୍ଗଲରେ ପାଟ୍ରୋଲିଂ ପାଇଁ ଗାଡ଼ି ଦେଉଛନ୍ତି ଖଣି କମ୍ପାନୀ, ଚଢୁଛନ୍ତି ମନ୍ତ୍ରୀ ଅଫିସର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଲାଗି ଜଙ୍ଗଲ ଭିତରେ ପାଟ୍ରୋଲିଂ ପାଇଁ ଗାଡ଼ି ଦେଉଛନ୍ତି ଖଣି କମ୍ପାନୀ। ମାତ୍ର ଗାଡ଼ିଗୁଡ଼ିକୁ ବ୍ୟବହାର କରୁଛନ୍ତି ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ। ସୂଚନା ଅଧିକାର ଆଇନ୍‌ ବଳରେ ଏପରି ଭୟଙ୍କର ତଥ୍ୟ ପଦାକୁ ଆସିବା ପରେ, ବନ ବିଭାଗର ଚାଲାକି ପଦାରେ ପଡ଼ିଯାଇଛି।

ବଣ୍ୟଜନ୍ତୁଙ୍କ ସୁରକ୍ଷା ଲାଗି ଖଣି କମ୍ପାନୀମାନେ ବନବିଭାଗକୁ ପାଟ୍ରୋଲିଂ ପାଇଁ ଗାଡ଼ି ଦେଉଛନ୍ତି। ହେଲେ ଏ ସବୁ ଗାଡ଼ି ବଣ୍ୟଜନ୍ତୁଙ୍କ ସୁରକ୍ଷାରେ ବ୍ୟବହାର ନହୋଇ ବ୍ୟକ୍ତିଗତ କାମରେ ଲଗାଯାଉଥିବା ଅଭିଯୋଗ ହୋଇଆସୁଥିଲା। ଏହାର ସଦ୍ୟ ପ୍ରମାଣ ହେଉଛି OD-02 AK 4500 ମଡେଲ ଟୋୟଟା ଇନୋଭା କ୍ରିଷ୍ଟା ଗାଡ଼ି। ଏହି ଗାଡ଼ିରେ ଜଙ୍ଗଲ ଓ ପରିବେଶ ବିଭାଗର ଷ୍ଟିକର ଲାଗିଛି। କିନ୍ତୁ ଏହାକୁ ବ୍ୟବହାର କରୁଛନ୍ତି ଖୋଦ୍‌ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ବାସ୍ତବରେ ଗାଡ଼ିଟି ଆସିଥିଲା ବନ୍ୟଜନ୍ତୁ ସଂରକ୍ଷଣ ଓ ପାଟ୍ରୋଲିଂ ଉଦ୍ଦେଶ୍ୟରେ, କିନ୍ତୁ ଏବେ ଲାଗୁଛି ମନ୍ତ୍ରୀଙ୍କ ସେବାରେ। ଏବେ ପ୍ରଶ୍ନ ଉଠୁଛି, ବନ ବିଭାଗ ପାଟ୍ରୋଲିଂ ଲାଗି ଉଦ୍ଦିଷ୍ଟ ଗାଡ଼ିକୁ ମନ୍ତ୍ରୀ ଚଢୁଛନ୍ତି କାହିଁକି? ତା’ର ଗୁମର ଖୋଲିଛି RTI ତଥ୍ୟ।

ସରକାରୀ ବ୍ୟବସ୍ଥା ଅନୁଯାୟୀ, ଜଙ୍ଗଲ ବିଭାଗକୁ ପାଟ୍ରୋଲିଂ ଲାଗି ଏହି ଗାଡ଼ି ଦେଇଛି ଏକ ଖଣି କମ୍ପାନୀ। ତେଣୁ ବିଭାଗକୁ ଆଉ ପାଟ୍ରୋଲିଂ ଗାଡ଼ି କିଣିବାକୁ ପଡୁନି। ହେଲେ ସେହି ଟଙ୍କାରେ ମନ୍ତ୍ରୀ ଓ ବିଭାଗୀୟ କର୍ମଚାରୀମାନେ, ଲକ୍‌ଜୁରୀ ଗାଡ଼ି କିଣି ବ୍ୟବହାର କରୁଛନ୍ତି। ଗତ ୨ ବର୍ଷ ଭିତରେ ମନ୍ତ୍ରୀଙ୍କ ସହ ୧୨ ଜଣ DFO ଖଣି କମ୍ପାନୀଙ୍କଠାରୁ ଇନୋଭା, ସ୍କୋର୍ପିଓ ଓ ମହିନ୍ଦ୍ରା ଭଳି ଏସ୍ୟୁଭି ଦାମୀ ଓ ବିଳାଶପୂର୍ଣ୍ଣ ଗାଡ଼ି ନେଇ ବ୍ୟବହାର କରୁଥିବା ସାମ୍ନାକୁ ଆସିଛି।

ସାମାଜିକ କର୍ମୀ ବିଶ୍ୱଜିତ ମହାନ୍ତି କହିଛନ୍ତି- “ଖଣି କମ୍ପାନୀମାନେ ଦେଇଥିବା ଦାମୀ ଗାଡ଼ିଗୁଡ଼ିକ ଜଙ୍ଗଲ ବିଭାଗର ହେଡ୍‌ ଅଫିସରେ ବ୍ୟବହାର ହେଉଛି। ଜଙ୍ଗଲ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଏଗୁଡ଼ିକୁ ଚଢ଼ୁଛନ୍ତି। ସେହିପରି ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଚଢ଼ୁଥିବା ଦାମୀ ଗାଡ଼ିକୁ ଟାଟା ମାଇନ୍ସ ଦେଇଛି। ତାହାହେଲେ ଏହି ରାଜ୍ୟରେ ଜଙ୍ଗଲ ଆଇନ୍‌ କିପରି କାର୍ଯ୍ୟକାରୀ ହେବ।”

ଖଣି ଖାଦାନ ଚାରି ପାଖରେ ଥିବା ଜଙ୍ଗଲ ଓ ବଣ୍ୟଜନ୍ତୁଙ୍କ ସୁରକ୍ଷା ଲାଗି ମାଇନ୍ସ କମ୍ପାନୀମାନେ ବନବିଭାଗକୁ ପାଟ୍ରୋଲିଂ ପାଇଁ ଗାଡ଼ି ଦେବାର ବ୍ୟବସ୍ଥା ରହିଛି। ଅର୍ଥ ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଖଣି କମ୍ପାନୀ କେବଳ ଜିପ୍‌ ଓ ବୋଲେରୋ ଭଳି ନନ୍‌-ଏସି ଗାଡ଼ି ଦେବେ। ଆବଶ୍ୟକ ସ୍ଥଳେ କାମ୍ପା (କମ୍ପେନ୍‌ସେଟୋରୀ ଆଫରେଷ୍ଟେସନ୍‌ ଫଣ୍ଡ ମ୍ୟାନେଜମେଣ୍ଟ ଆଣ୍ଡ ପ୍ଲାନିଂ ଅଥରିଟି) ପାଣ୍ଠିରୁ ମଧ୍ୟ ଗାଡ଼ି କିଣା ଯାଇପାରିବ। ତେବେ ଏହି ପାଣ୍ଠିରୁ ଦାମୀ ଗାଡ଼ି କିଣିବାର ବ୍ୟବସ୍ଥା ନଥିବାରୁ ବିଭାଗୀୟ ଅଧିକାରୀ ଗଳାବାଟ ଖୋଜି ସଉକ କରୁଥିବା କୁହାଯାଉଛି।

ଅନ୍ୟପକ୍ଷରେ ଖଣି ଖୋଳା ଲାଗି ପରିବେଶ ମଞ୍ଜୁରୀ କ୍ଷମତା, ଜଙ୍ଗଲ ଓ ପରିବେଶ ବିଭାଗ ହାତରେ ଥିବାରୁ ଖଣି କମ୍ପାନୀ ବି ଅନୁଗ୍ରହ ଦେଖାଇବାକୁ ପଛାଉନାହାନ୍ତି। ଖଣି କମ୍ପାନୀ ଓ ଜଙ୍ଗଲ ବିଭାଗ ଅଧିକାରୀଙ୍କ ଏହି ମଧୁଚନ୍ଦ୍ରିକାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି- “ଖଣି ମାଲିକ ଓ ଓଡ଼ିଶା ସରକାର ମିଶି ରାଜ୍ୟବାସୀଙ୍କୁ ଲୁଟୁଛନ୍ତି। ଏନେଇ ଆମେ ପୂର୍ବରୁ ଅଭିଯୋଗ କରିଆସୁଥିଲୁ। ଏହା ଆଜି ସତରେ ପ୍ରମାଣିତ ହୋଇଛି।”

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି- “ଜଙ୍ଗଲ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଗାଡ଼ି ମିଳିଛି। ଏହା ସତ୍ତ୍ୱେ ପାଟ୍ରୋଲିଂ ପାଇଁ ଆସିଥିବା ଗାଡ଼ି କୁଡ଼ିକୁ କିପରି ବ୍ୟବହାର କରାଯାଉଛି?”

ଜଙ୍ଗଲ ବିଭାଗରେ ଏଭଳି ବେଆଇନ କାମ୍ ନେଇ ଆମେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ। ତେବେ ଖୋଦ ମନ୍ତ୍ରୀ ଏଥିରେ ସଂପୃକ୍ତ ଥିବାରୁ ସେ ଯାହା ପ୍ରତିକ୍ରିୟା ଦେଇଥିବେ ତାହା ଦର୍ଶକ ସହଜରେ ବୁଝିପାରୁଥିବେ।



from Odisha Reporter https://ift.tt/2VQZV2W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages