
ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ କଳାପଥର ଗାଁରେ ଜଣେ ପୋଷ୍ଟମ୍ୟାନ୍ଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାଁ ଶତ୍ରୁଘ୍ନ ଷଣ୍ଢ।
ଆଜି ଭୋରରେ ଶତ୍ରୁଘ୍ନ କୌଣସି କାମରେ ସ୍ଥାନୀୟ ଜଙ୍ଗଲକୁ ଯାଇଥିବାବେଳେ କେହି ଦୁର୍ବୃତ୍ତ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଛୁରାମାଡ଼ରେ ତାଙ୍କ ଅନ୍ତବୁଜୁଳା ବାହାରି ପଡ଼ିଥିଲା।
କିଏ ଓ କାହିଁକି ଶତ୍ରୁଘ୍ନଙ୍କୁ ହତ୍ୟାକଲା, ତାହା ଜଣାପଡ଼ି ନାହିଁ। ସୋନପୁର ପୁଲିସ୍ ଘଟଣାର ତଦନ୍ତ କରୁଛି।
ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ମୃତକଙ୍କ ପରିବାର ତଥା ସ୍ଥାନୀୟ ଲୋକେ ଦାବି କରଛନ୍ତି।
from Odisha Reporter https://ift.tt/2Y6JGAM
No comments:
Post a Comment