
କାମାକ୍ଷାନଗର (ରାକେଶ କୁମାର ଦେହୁରୀ): ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଗୌରାଙ୍ଗ ପଲେଇ (୫୫)। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କଦଳୀପାଳ ଗାଁରେ।
ଆଜି ସକାଳେ ଗୌରଙ୍ଗ ନିଜ ଘର ପଛରେ ଥିବା ବଗିଚାରେ ଥିବାବେଳେ ହଠାତ୍ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ଏହି ଖବର ବ୍ୟାପୀ ଯିବା ପରେ ଗାଁ ଲୋକେ ରାଗି ଯାଇଥିଲେ। ସେମାନେ ଗାଁ ପାଖ ଦେଇ ଯାଇଥିବା ଭାଲୁମୁଣ୍ଡା-ସାନ୍ଦା ରାସ୍ତା ଅବରୋଧ କରିଥିଲେ।
ଗାଁ ଲୋକେ ଅଭିଯୋଗ କରିଥିଲେ ଯେ, ଏ ଅଞ୍ଚଳରେ ଦୀର୍ଘ ଦିନ ହେବ ହାତୀ ଉପଦ୍ରବ କରୁଥିବା ବେଳେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।
ଘଟଣା ସଂପର୍କରେ ଖବର ପାଇ ପୁଲିସ୍ ଓ ବନ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ। କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ବିଭୂଦାନନ୍ଦ ମିଶ୍ର ତୁମୋସିଂହା ଥାନା ଅଧିକାରୀ ବିଷ୍ଣୁଚରଣ ବାରିକ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଦିନ ପ୍ରାୟ ୧୨ଟା ବେଳେ ରାସ୍ତା ଅବରୋଧ ହଟିଥିଲା।
from Odisha Reporter https://ift.tt/2VUYRew
No comments:
Post a Comment