ପୁଲିସ୍ ପିଛା କରିବାରୁ ଅଧାବାଟରୁ ବର ଚମ୍ପଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ପୁଲିସ୍ ପିଛା କରିବାରୁ ଅଧାବାଟରୁ ବର ଚମ୍ପଟ

police

ସୋର (ଶଶିକାନ୍ତ ବେହେରା): ବନ୍ଧୁବାନ୍ଧବଙ୍କୁ ଧରି ବିରାଟ ପଟୁଆରରେ ବାହା ହେବାକୁ ଯାଉଥିଲେ। ହେଲେ ଖବର ପହଞ୍ଚିଲା, ତାଙ୍କୁ ପୁଲିସ୍ ପିଛା କରୁଛି। ତେଣୁ ଆଉ କନ୍ୟା ଘରକୁ ନ ଯାଇ ଅଧାବାଟରେ କାର୍‌ରୁ ଓହ୍ଲାଇ ସେ ଫେରାର ହୋଇଯାଇଥିଲେ। ଗତକାଲି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ।

ଫେରାର ଯୁବକଙ୍କ ନାଁ ଜିତେନ୍ଦ୍ର ନାୟକ। ତାଙ୍କ ଘର ବାସୁଦେବପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁରରେ। ସୋର ଥାନା ଅନ୍ତର୍ଗତ ତଳନଗର ଗାଁରେ ତାଙ୍କ ବାହାଘର ଠିକ୍ ହୋଇଥିଲା। ଗତକାଲି ସେ ବାହା ହେବାକୁ ଆସିବା ବେଳେ ପୁଲିସ୍‌ ତାଙ୍କୁ ଗିରଫ କରିବାକୁ ଆସୁଥିବା ଖବର ପାଇବା ପରେ ସେ ଫେରାର ହୋଇଯାଇଥିଲେ।

କାହିଁକି ପୁଲିସ୍‌ ବାନ୍ଧିବାକୁ ଆସୁଥିଲା?
ଜିତେନ୍ଦ୍ରଙ୍କ ନାଁରେ ବାସୁଦେବପୁର ଥାନାରେ ଜଣେ ଯୁବତୀ ଅଭିଯୋଗ କରିବା ପରେ ପୁଲିସ୍ ତାଙ୍କୁ ଗିରଫ କରିବାକୁ ଆସୁଥିଲା। ଏହି ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଜିତେନ୍ଦ୍ର ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏମିତିକି ତାଙ୍କ ସହିତ ସେ ଶାରୀରିକ ସଂପର୍କ ବି ରଖିଥିଲେ।

ବର ପକ୍ଷର ଦୁଇ ଜଣଙ୍କୁ ଅଟକ ରଖିଲେ ଗାଁ ଲୋକେ
ବର ଫେରାର ହୋଇଯିବାରୁ ଆଉ ବାହାଘର ହୋଇପାରି ନଥିଲା। ବରଯାତ୍ରୀ ପାଇଁ ରନ୍ଧା ହୋଇଥିବା ଖାଦ୍ୟ ବି ନଷ୍ଟ ହେଲା। ତେବେ ବର ଫେରାର ହୋଇଯିବା ଖବର ପାଇବା ପରେ କନ୍ୟା ପକ୍ଷର ଲୋକେ ବର ଘରର ଦୁଇ ଜଣ ଲୋକଙ୍କୁ ଅଟକ ରଖିଥିଲେ। ସେମାନେ ଆଗୁଆ କନ୍ୟା ଘରେ ପହଞ୍ଚିଥିଲେ।



from Odisha Reporter https://ift.tt/2ChrZ8m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages