
ହାଇଦ୍ରାବାଦ୍: ରାଜସ୍ଥାନ ରୟାଲ୍ସର ଯୁବ ତାରକା ସଞ୍ଜୁ ସାମସନ୍ଙ୍କ ବିସ୍ଫୋରକ ସତ୍ତ୍ୱେ ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ୍ ବେଶ ଆରାମରେ ବିଜୟ ହାସଲ କରିଛି। ହାଇଦ୍ରାବାଦର ଏହି ବିଜୟ ପଛରେ ନାୟକ ସାଜିଛନ୍ତି ଡାଭିଡ୍ ୱାର୍ଣ୍ଣର।
ୱାର୍ଣ୍ଣରଙ୍କ ବିସ୍ଫୋରକ ୬୯ ରନ୍ର ଇନିଂସ୍ ଯୋଗୁ ୧୯୯ ରନ୍ର ଟାର୍ଗେଟକୁ ମଧ୍ୟ ହାଇଦ୍ରାବାଦ୍ ୧୯ ଓଭରରେ ହାସଲ କରି ନେଇଥିଲା। ମ୍ୟାଚ୍ ସରିବା ପରେ ୱାର୍ଣ୍ଣର ଓ ସାମସନ୍ ପରସ୍ପର ସହ କଥା ହୋଇଥିଲେ।
ଏହି ସମୟରେ ସାମସନ୍ ବେଶ ଦୁଃଖର ସହ ୱାର୍ଣ୍ଣରଙ୍କୁ କିଛି କଥା କହିଥିଲେ। ସେ କହିଥିଲେ, “ତୁମେ ଚମତ୍କାର ବ୍ୟାଟିଂ କଲ। ତୁମେ ମୋ ଦିନଟାକୁ ନଷ୍ଟ କରିଦେଲ। ମୁଁ ୧୦୦ ରନ୍ କରିଥିଲେ ହେଁ ଏହା ଦଳକୁ ଜିତାଇବାରେ ଯଥେଷ୍ଟ ନଥିଲା। କାରଣ ତୁମେ ବେଶ ବିସ୍ଫୋରକ ଶୈଳୀରେ ବ୍ୟାଟିଂ କରି ୧୯୯ ରନ୍ର ଟାର୍ଗେଟକୁ ମଧ୍ୟ ଛୋଟିଆ କରିଦେଲ। ଆମେ ପାୱାର ପ୍ଲେରେ ହିଁ ମ୍ୟାଚ୍କୁ ହାତ ଛଡ଼ା କରିଦେଇଥିଲୁ। ଯଦି ତୁମ ଭଳି ପ୍ରତିପକ୍ଷ ଦଳରେ ଖେଳାଳି ରହିବେ, ତା’ହେଲେ ଆମକୁ ୨୫୦ ରନ୍ କରିବାକୁ ପଡ଼ିବ। ”
ଏହା ଶୁଣି ୱାର୍ଣ୍ଣର କେବଳ ସ୍ମିତ ହାସ୍ୟ ଦେଇଥିଲେ। ଏଥିସହ ବଡ଼ ସ୍କୋର ଚେଜ୍ କରିବା ସମୟରେ କେଉଁଭଳି ରଣନୀତି ସହ ବ୍ୟାଟିଂ କରିବାକୁ ହୁଏ, ସେକଥା ସାମସନଙ୍କୁ କହିଥିଲେ।
ଚଳିତ ଆଇପିଏଲ୍ର ଦୁଇଟି ମ୍ୟାଚ୍ରେ ୱାର୍ଣ୍ଣର ୭୭ ହାରରେ ୧୫୪ ରନ୍ କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୭୧.୧୧ ରହିଛି। ବର୍ତ୍ତମାନ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ ସ୍କୋର ତାଲିକାରେ ୱାର୍ଣ୍ଣର ୧ ନମ୍ବର ସ୍ଥାନରେ ରହିଛନ୍ତି।
ଦେଖନ୍ତୁ ଭିଡିଓ
@davidwarner31: Fantastic innings mate! Well played! @IamSanjuSamson: David, you destroyed my day, my 100 was not enough
They played stunning yet contrasting knocks for @rajasthanroyals and @SunRisers – interview by @28anand.#VIVOIPL #SRHvRR
https://t.co/CNZz2IXYjh pic.twitter.com/qYNMfeoiXs
— IndianPremierLeague (@IPL) March 30, 2019
from Odisha Reporter https://ift.tt/2JQVR1I
They played stunning yet contrasting knocks for
No comments:
Post a Comment