କାହିଁକି ୨୦୧୯ ନିର୍ବାଚନ ଲଢ଼ିବେ ନାହିଁ  ସୁଷମା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

କାହିଁକି ୨୦୧୯ ନିର୍ବାଚନ ଲଢ଼ିବେ ନାହିଁ  ସୁଷମା !

ନୂଆଦିଲ୍ଲୀ: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ । ମଧ୍ୟପ୍ରଦେଶ ଇନ୍ଦୋରରେ ଏକ ପ୍ରେସ୍‌ କନଫରେନ୍ସରେ ଏହି ଘୋଷଣା କରିଛନ୍ତି ସୁଷମା। ନିଜ ଟ୍ୱିଟର୍‌ ଆକାଉଣ୍ଟରେ ଏହି କଥା ଶେଆର୍‌ କରି ଲେଖିଛନ୍ତି, “ମୁଁ ରାଜନୀତିରୁ ମୁଁ ଅବସର ନେଇନାହିଁ। କେବଳ ସ୍ୱାସ୍ଥ୍ୟଗତ କାରଣରୁ ୨୦୧୯ ନିର୍ବାଚନ ଲଢ଼ିବି ନାହିଁ ବୋଲି ନିଷ୍ପତ୍ତି ନେଇଛି।”

ସୁଷମା ଏପରି ଜଣେ ରାଜନେତା ଯିଏ ରାଜନୀତିରେ ସକ୍ରିୟ ରହିବା ସହିତ ସୋଶାଲ ମିଡିଆରେ ମଧ୍ୟ ସକ୍ରିୟ ରହୁଥିବା ଦେଖାଯାଇଥାଏ। ଆପଣ ଶୁଣିଥିବେ, ଯେବେ କୌଣସି ଭାରତୀୟ ବିଦେଶରେ ଫସି ରହିଥାନ୍ତି ବା କୌଣସି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି, ସେ ସୁଷମାଙ୍କୁ ଟ୍ୱିଟ୍‌ ଯୋଗେ ସହାୟତା ମାଗିଥାନ୍ତି। ସୁଷମା ମଧ୍ୟ ଏହାର ତୁରନ୍ତ ସମାଧାନ କରିବା ପାଇଁ ରାସ୍ତା ବାହାର କରିଛନ୍ତି। ତେବେ ଅନ୍ୟ ଅର୍ଥରେ କହିବାକୁ ଗଲେ ସୁଷମା କେବଳ ଜଣେ ଦୃଢ଼ ରାଜନୀତିଜ୍ଞ ନୁହଁନ୍ତି, ଅସଲ ଜୀବନରେ ଜଣେ ଭଲ ମଣିଷ ଭାବରେ ମଧ୍ୟ ଲୋକପ୍ରିୟ।

ଆସନ୍ତୁ ସୁଷମାଙ୍କ ବ୍ୟକ୍ତିଗତ ଓ ରାଜନୈତିକ ଜୀବନ ବିଷୟରେ କିଛି ଜଣାଅଜଣା କଥା ଜାଣିବା।

  • ସୁଷମାଙ୍କ ଜନ୍ମ ହରିୟାଣାର ଅମ୍ୱାଲାରେ ୧୯୫୨ ମସିହା ୧୪ ଫେବୃଆରୀରେ ହୋଇଥିଲା। ତାଙ୍କର ପିତା ହରଦେବ ଶର୍ମା ଆର୍‌ଏସ୍‌ଏସ୍‌ର ସଦସ୍ୟ ଥିଲେ। ଯାହାଙ୍କ ପଦାଙ୍କ ଅନୁସରଣ କରି ସୁଷମା ରାଜନୀତିରେ ପ୍ରବେଶ କରିଥିଲେ। ଅମ୍ୱାଲାର ‘ସନାତନ ଧର୍ମ କଲେଜ୍‌’ରୁ ସୁଷମା ରାଜନୀତି ଶାସ୍ତ୍ର ଓ ସଂସ୍କୃତରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଚଣ୍ଡୀଗଡ଼ରେ ଥିବା ତାଙ୍କ ଅଜା-ଆଈଙ୍କ ପାଖକୁ ଚାଲି ଆସିଥିଲେ। ସେଠାରୁ ସେ ‘ପଞ୍ଜାବ ୟୁନିଭରସିଟି’ରୁ ଆଇନ୍‌ ପାଠ ପଢ଼ିଥିଲେ। ସୁଷମା ହିନ୍ଦୀର ଜଣେ ଭଲ ବକ୍ତା। ଏଥିପାଇଁ ସେ ହିନ୍ଦୀରେ ବେଷ୍ଟ ସ୍ପିକର୍‌ର ରାଜ୍ୟ ପୁରସ୍କାର ମଧ୍ୟ ପାଇଛନ୍ତି।
  • ଚଣ୍ଡିଗଡ଼ରେ ଆଇନ୍‌ ପାଠ ପଢୁଥିବା ସମୟରେ ସ୍ୱରାଜ କୌଶଲ୍‌ଙ୍କ ସହିତ ସୁଷମାଙ୍କର ସାକ୍ଷାତକାର ହୋଇଥିଲା। କିଛି ଦିନ ମଧ୍ୟରେ ଦୁହିଁଙ୍କର ବନ୍ଧୁତା ବଢ଼ି ଯାଇଥିଲା ଓ ପରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପରେ  ଦୁହେଁ  ଦିଲ୍ଲୀ ଆସି ସୁପ୍ରିମକୋର୍ଟରେ ଓକିଲାତିର ଅଭ୍ୟାସ କରିଥିଲେ।
  • ଏହା ବହୁତ କମ୍‌ ଲୋକଙ୍କୁ ଜଣା ଯେ, ସୁଷମା ସ୍ୱରାଜ ଜଣେ ଓକିଲ। ୧୯୭୩ରେ ସେ ସୁପ୍ରିମକୋର୍ଟରେ ଓକିଲାତିର ଅଭ୍ୟାସ କରୁଥିଲେ ଏବଂ ପରେ ରାଜନୀତିରେ ଯୋଗ ଦେଇଥିଲେ।
  • ସ୍ୱାମୀ ସ୍ୱରାଜ କୌଶଲ୍‌ ସମ୍ପ୍ରତି ସୁପ୍ରିମକୋର୍ଟର ସିନିୟର୍‌ ଆଡଭୋକେଟ୍‌ ଅଛନ୍ତି। ପୂର୍ବରୁ ସେ ମିଜୋରାମ୍‌ର ରାଜ୍ୟପାଳ ଥିଲେ । ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ ସାଂସଦ ମଧ୍ୟ ରହିଥିଲେ ସ୍ୱରାଜ।
  • ସୁଷମା ସ୍ୱରାଜ ହେଉଛନ୍ତି ପ୍ରଥମ ମହିଳା ଯେ ଅତି କମ୍‌ ବୟସରେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ। ସେ ୨୫ ବର୍ଷ ବୟସରେ ହରିୟାଣାର କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ। କେବଳ ଏତିକି ନୁହେଁ, ନିର୍ବାଚନ ଜିତି ୭ ଥର ସାଂସଦ ଓ ୩ ଥର ବିଧାୟିକା ମଧ୍ୟ ରହିଛନ୍ତି।
  • ବିଜେପିର ପ୍ରଥମ ମହିଳା ପ୍ରବକ୍ତାର ଶ୍ରେୟ ସୁଷମା ସ୍ୱରାଜଙ୍କୁ ହିଁ ଯିବ। ସେ ଭାଜପା ପକ୍ଷରୁ ପ୍ରଥମ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୧୩ ଅକ୍ଟୋବର ୧୯୯୮ରୁ ୩ ଡିସେମ୍ୱର ୧୯୯୮ ପର୍ଯ୍ୟନ୍ତ ସୁଷମା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଇନ୍ଦିରା ଗାନ୍ଧୀଙ୍କ ପରେ ସୁଷମା ସ୍ୱରାଜ ହେଉଛନ୍ତି ଭାରତର ଦ୍ୱିତୀୟ ପ୍ରଭାବଶାଳୀ ବୈଦେଶିକ ମନ୍ତ୍ରୀ।
  • ସୁଷମାଙ୍କ ସ୍ୱାମୀ ସ୍ୱରାଜ କୌଶଲ୍‌ ୧୯୭୫ ମସିହା ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଆନ୍ଦୋଳନରେ ଭାଗ ନେଇଥିଲେ। ସେହି ସମୟରେ ୧୩ ଜୁଲାଇରେ ସୁଷମା ତାଙ୍କୁ ବିବାହ କରିଥିଲେ। ସେବେଠାରୁ ସେ ସୁଷମା ଶର୍ମାରୁ ସୁଷମା ସ୍ୱରାଜ ଭାବରେ ପରିଚିତ ହୋଇଥିଲେ।
  • ୨୦୧୪ରେ ‘ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ କରିଥିବା ସର୍ଭେରେ ସୁଷମା ଦେଶର ସବୁଠାରୁ ପ୍ରିୟ ନେତା ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଆହୁରି ମଧ୍ୟ ସୁଷମା ସ୍ୱରାଜ ଭାରତୀୟ ଜନତା ପାର୍ଟିର ପ୍ରଥମ ମହିଳା ମହାସଚିବ ରହି ସାରିଛନ୍ତି।


from Odisha Reporter https://ift.tt/2F6TNOD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages