ଯାତ୍ରୀଙ୍କଠାରୁ ଲୁଟ୍ କରିବାକୁ ଘାଟିରେ ଲୁଚି ବସିଥିଲେ, ଧରିପକାଇଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ଯାତ୍ରୀଙ୍କଠାରୁ ଲୁଟ୍ କରିବାକୁ ଘାଟିରେ ଲୁଚି ବସିଥିଲେ, ଧରିପକାଇଲା ପୁଲିସ୍‌

dacoit

ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ): ଯାତ୍ରୀଙ୍କଠାରୁ ଲୁଟ୍ କରିବାକୁ ସୋମବାର ବିଳମ୍ବିତ ରାତିରେ କିଛି ଡକାୟତ ଦାରିଙ୍ଗବାଡ଼ି ଘାଟିରେ ଲୁଚି ବସିଥିଲେ। ଏନେଇ ଗଞ୍ଜାମ ଜିଲ୍ଲା ସୋରଡ଼ା ପୁଲିସ୍କୁ କୌଣସି ସୂତ୍ରରୁ ଖବର ମିଳିଥିଲା। ଗାଜଲବଡ଼ି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଏହି ସୂଚନା ପାଇ ସେମାନେ ସେଠାକୁ ଯାଇଥିଲେ। ପୁଲିସ୍‌କୁ ଦେଖି ଡକାୟତମାନେ ଦୌଡ଼ି ପଳାଇ ଯାଉଥିଲେ। ପୁଲିସ୍ ଗୋଡ଼ାଇ ଗୋଡ଼ାଇ ୫ ଜଣଙ୍କୁ କାବୁ କରିଥିଲା।

ଗିରଫ ଡକାୟତମାନେ ହେଲେ ଆସ୍କାର ପାକଲାପଲ୍ଲୀ ଗାଁର ଟୁକୁନା ପରିଡ଼ା ଓ ଚକାନୟନ ନାହାକ, ବୁଗୁଡ଼ା ଅନ୍ତର୍ଗତ ଗଉଡ଼ିଆବରଦାର ପ୍ରମୋଦ ପ୍ରଧାନ, କବିସୂର୍ଯ୍ୟନଗରର ରବୀନ୍ଦ୍ର ଦଳାଇ ଓ ଭଞ୍ଜନଗରର ଭାଗିରଥି ନାୟକ।

ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ବୋମା, ଦୁଇଟି ଖଣ୍ଡା ଓ ଦୁଇଟି ବାଇକ୍‌ ଜବତ କରାଯାଇଛି।

ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ଚୋରି, ଡକାୟତି ଭଳି ଅନେକ ମାମଲା ରହିଛି ବୋଲି ସୋରଡ଼ା ଥାନା ଆଇଆଇସି ପ୍ରଭାତ ସାହୁ କହିଛନ୍ତି।



from Odisha Reporter https://ift.tt/2FoH49W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages