ଖ୍ୱାଜାଙ୍କ ପ୍ରଥମ ଶତକ, ଭାରତକୁ ୩୧୪ ରନ୍‌ର ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ଖ୍ୱାଜାଙ୍କ ପ୍ରଥମ ଶତକ, ଭାରତକୁ ୩୧୪ ରନ୍‌ର ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ

ରାଞ୍ଚି: ଉସମାନ ଖ୍ୱାଜା (୧୦୪)ଙ୍କ ପ୍ରଥମ ଶତକ ଓ ଅଧିନାୟକ ଆରୋନ୍ ଫିଞ୍ଚ୍ (୯୩)ଙ୍କ ଦମଦାର ଇନିଂସ୍ ବଳରେ ଅଷ୍ଟ୍ରେଲିଆ ଏଠାରେ ଖେଳାଯାଇଥିବା ଭାରତ ବିପକ୍ଷ ୩ୟ ଦିନିକିଆରେ ୫୦ ଓଭରରେ ୫ ୱିକେଟ୍ ହରାଇ ୩୧୩ ରନ୍ କରିଛି। ଫିଞ୍ଚ୍ ଓ ଖ୍ୱାଜାଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାକ୍ସୱେଲ୍ ଦ୍ରୁତ ୪୭ ରନର ଉପଯୋଗୀ ଇନିଂସ୍ ଖେଳିଛନ୍ତି। ମାର୍କସ୍ ଷ୍ଟୋଇନିସ୍ ୩୧ ଓ ଆଲେକ୍ସ କ୍ୟାରି ୨୧ ରନ୍ କରି ଅପରାଜିତ ଥିଲେ। ସିରିଜ୍ ଜିତିବା ପାଇଁ ଭାରତକୁ ୫୦ ଓଭରରେ ୩୧୪ ରନ୍ କରିବାକୁ ପଡ଼ିବ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆକୁ ଭଲ ଷ୍ଟାର୍ଟ ଦେଇଥିଲେ ଓପ୍ନର ଫିଞ୍ଚ୍ ଓ ଖ୍ୱାଜା। ଦୁହେଁ ଆରମ୍ଭରୁ ଭାରତର ମଜଭୁତ୍ ବୋଲିଂ ଆକ୍ରମଣକୁ ଦୃଢତାର ସହ ସାମ୍ନା କରିଥିଲେ। ୧୭ତମ ଓଭରରେ ଦୁହେଁ ଦଳର ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ। ଫିଞ୍ଚ୍ ୫୧ ବଲରେ ଏବଂ ଖ୍ୱାଜା ୫୬ ବଲରେ ମଧ୍ୟ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ଭାରତ ଅଧିନାୟକ କୋହଲି ସବୁ ରଣନୀତି ଆପଣାଇଥିଲେ ହେଁ ଏଥିରେ ସଫଳ ହୋଇନଥିଲେ। ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କ ସ୍ପିନ୍ ବୋଲିଂ ମଧ୍ୟ ଏହି ଯୋଡ଼ିଙ୍କ ବ୍ୟାଟିଂ ଉପରେ କିଛି ପ୍ରଭାବ ପକାଇପାରି ନଥିଲା। ଏହିପରି ଭାବେ ଦୁହେଁ ନିଜ ନିଜର ଶତକ ଆଡ଼କୁ ଅଗ୍ରସର ହୋଇଥିଲେ। କିନ୍ତୁ ଦଳର ସ୍କୋର ୧୯୩ ଥିବା ବେଳେ ଫିଞ୍ଚଙ୍କୁ ଏଲବିଡବ୍ଲ୍ୟୁ କରି କୁଲଦୀପ ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ଫିଞ୍ଚ୍ ୯୯ ବଲରେ ୧୦ ଚୌକା ଓ ୩ ଛକା ସହ ୯୩ ରନ୍ କରି ଶତକରୁ ବଞ୍ଚିତ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ଗ୍ଲେନ୍ ମ୍ୟାକ୍ସୱେଲ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଦେଖାଇଥିଲେ। ଖ୍ୱାଜା ନିଜର ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଶତକ ପୂରଣ କରିବା ପରେ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ମହମ୍ମଦ ସାମି ଆଉଟ୍ କରିଥିଲେ।

ଖ୍ୱାଜା ନିଜ ଇନିଂସରେ ୧୧୩ ବଲର ସାମ୍ନାର କରି ୧୧ ଚୌକା ଓ ୧ ଛକା ମାରିଥିଲେ । ମ୍ୟାକ୍ସୱେଲ ମାତ୍ର ୩୧ ବଲରେ ୩ ଚୌକା ଓ ୩ ଛକା ସହ ଦ୍ରୁତ ୪୭ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ଏହା ପରେ ଲଗାତାର ଦୁଇଟି ୱିକେଟ୍ ହରାଇବା ଦ୍ୱାରା ଅଷ୍ଟ୍ରେଲିଆର ରନରେ ଅଙ୍କୁଶ ଲାଗିଥିଲା। ଶନ୍ ମାର୍ଶ (୭) ଓ ପିଟର୍ ହ୍ୟାଣ୍ଡସ୍କମ୍ବ (୦) କୁଲଦୀପ ନିଜର ଶିକାର ବନାଇଥିଲେ। ତେବେ ମାର୍କସ ଷ୍ଟୋଇନିସ ଓ ଆଲେକ୍ସ କ୍ୟାରି ଷଷ୍ଠ ୱିକେଟ୍ ପାଇଁ ୫୦ ରନ୍ ଯୋଡ଼ି ଦଳର ସ୍କୋରକୁ ୩୧୩ ରନରେ ପହଞ୍ଚାଇଥିଲେ। ଭାରତ ପକ୍ଷରୁ କୁଲଦୀପ ୩ଟି ଓ ସାମି ଗୋଟିଏ ୱିକେଟ୍ ନେଇଥିଲେ।



from Odisha Reporter https://ift.tt/2IWhRaH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages