ବିଜେଡିରେ ମିଶିଲେ ବିଜେପି ଛାଡ଼ିଥିବା ୯ ଜିଲ୍ଲା ପରିଷଦ ସଭ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ବିଜେଡିରେ ମିଶିଲେ ବିଜେପି ଛାଡ଼ିଥିବା ୯ ଜିଲ୍ଲା ପରିଷଦ ସଭ୍ୟ

bjd

ପଦମପୁର (ସୋମେଶ ଚନ୍ଦ୍ର ମହାନ୍ତି): ବିଜେପି ଛାଡ଼ିଥିବା ବରଗଡ଼ ଜିଲ୍ଲାର ୯ ଜଣ ଜିଲ୍ଲା ପରିଷଦ ସଭ୍ୟ ଓ ଜିଲ୍ଲା ଉପ-ସଭାପତି ପ୍ରଶାନ୍ତ କୁମାର ମାଝି ବିଜେଡିରେ ସାମିଲ ହୋଇଛନ୍ତି। ଗତକାଲି ପଦମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ବରଗଡ଼ ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ସେମାନେ ଦଳରେ ମିଶିଥିଲେ।

ଏହି ୧୦ ନେତା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ସେମାନଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିଲେ। ଦଳୀୟ କାର୍ଯ୍ୟରେ ସେମାନେ ଅସନ୍ତୁଷ୍ଟ ଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ।

ସୁବାସ ଚୌହାନ ବିଜେପି ଛାଡ଼ି ବିଜେଡିରେ ମିଶିବା ପରେ ଏହି ନେତାମାନେ ଦଳ ଛାଡ଼ିଥିଲେ।

ବରଗଡ଼ ଜିଲ୍ଲା ପରିଷଦ ବିଜେପି ଦଖଲରେ ଥିଲା। ତେବେ ୯ ଜଣ ସଦସ୍ୟଙ୍କ ଇସ୍ତଫା ପରେ ସେଠାରେ ବିଜେପି ସଦସ୍ୟଙ୍କ ସଂଖ୍ୟା ୧୬କୁ ଖସି ଆସିଛି। ସେପଟେ ବିଜେଡି ସଦସ୍ୟ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି।  ତେଣୁ ଜିଲ୍ଲା ପରିଷଦ ସ୍ଥିତି କ’ଣ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆହୁରି ମଧ୍ୟ ପଢ଼ନ୍ତୁ: ସୁବାସ ଇସ୍ତଫା ଦେବା ପରେ ବିଜେପି ଛାଡ଼ିଲେ ୯ ଜିଲ୍ଲା ପରିଷଦ ସଭ୍ୟ



from Odisha Reporter https://ift.tt/2Upi5f0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages