ପାକିସ୍ତାନ ବିପକ୍ଷ ଅନ୍ତିମ ଦୁଇଟି ଦିନିକିଆ ଖେଳିନପାରନ୍ତି ସ୍ମିଥ୍ ଓ ୱାର୍ଣ୍ଣର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ପାକିସ୍ତାନ ବିପକ୍ଷ ଅନ୍ତିମ ଦୁଇଟି ଦିନିକିଆ ଖେଳିନପାରନ୍ତି ସ୍ମିଥ୍ ଓ ୱାର୍ଣ୍ଣର

ହାଇଦ୍ରାବାଦ: ବାସନ୍ଦାଦେଶ କାଟୁଥିବା ଅଷ୍ଟ୍ରେଲିଆର ଦୁଇ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡ୍ ୱାର୍ଣ୍ଣର ଚଳିତ ମାର୍ଚ୍ଚ ମାସରେ ପାକିସ୍ତାନ ବିପକ୍ଷ ହେବାକୁଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଶେଷ ଦୁଇଟି ମ୍ୟାଚରେ ଖେଳିବାର ସମ୍ଭାବନା କମ୍ ଥିବା ବର୍ତ୍ତମାନ ଟିମର ଅଧିନାୟକ ଭାର ସମ୍ଭାଳୁଥିବା ଆରୋନ୍ ଫିଞ୍ଚ୍ କହିଛନ୍ତି।

ବଲ୍ ଟ୍ୟାମ୍ପରିଂ କାରଣରୁ ଏହି ଦୁଇ ଖେଳାଳି ବର୍ଷକ ପାଇଁ ବାସନ୍ଦ ହୋଇଥିଲେ। ତେବେ ସେମାନଙ୍କ ବାସନ୍ଦ ଚଳିତ ବର୍ଷ ମାର୍ଚ୍ଚ ୨୯ ତାରିଖରେ ଶେଷ ହୋଇଯିବ ଏବଂ ଏହିଦିନ ହିଁ ପାକିସ୍ତାନ ବିପକ୍ଷ ଚତୁର୍ଥ ଦିନିକିଆ ଖେଳାଯିବ। ଏ ନେଇ ଫିଞ୍ଚ୍ କହିଛନ୍ତି, ୨୯ରେ ହେବାକୁ ଥିବା ମ୍ୟାଚରେ ହୁଏତ ୱାର୍ଣ୍ଣର ଓ ସ୍ମିଥ୍ ଖେଳିନପାରନ୍ତି। ସେମାନେ ଖେଳିବେ କି ନାହିଁ, ମୁଁ ଶତପ୍ରତିଶତ ନିଶ୍ଚିତ ନୁହେଁ। ଏହି ନିଷ୍ପତ୍ତି ଚୟନକର୍ତ୍ତା ନେବେ ବୋଲି ଫିଞ୍ଚ୍ କହିଛନ୍ତି ।



from Odisha Reporter https://ift.tt/2IINEff

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages