
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଇରାଲ୍ରେ ଆରମ୍ଭ ହେଲା, ଭାଇରାଲ୍ ସରିଲା। ଚଳିତ ବର୍ଷ ଏମିତି ଥିଲା ମ୍ୟାଟ୍ରିକ୍ ପରୀକ୍ଷାର ଚିତ୍ର।
ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ଓଡ଼ିଆର ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ବେଳେ ଆଜି ଶେଷ ଦିନରେ ଭାଇରାଲ୍ ହୋଇଛି ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର।
ଆଜି ପରୀକ୍ଷା ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ଅଞ୍ଚଳରେ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ମୋବାଇଲ୍ରୁ ମୋବାଇଲ୍ରୁ ଘୂରି ବୁଲିଥିଲା। ଏହି ଅଭିଯୋଗକୁ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଜାହାନ ଆରା ବେଗମ୍ ସ୍ୱୀକାର କରିଛନ୍ତି।
ସୋଶାଲ ମିଡିଆରେ ଘୁରି ବୁଲୁଥିବା ଫଟୋ ଓ ପରୀକ୍ଷା ପରେ ମୂଳ ପ୍ରଶ୍ନପତ୍ରକୁ ମେଳ କରାଇବା ପରେ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ, ଗଣିତ ପ୍ରଶ୍ନପତ୍ରର ଡି-ସେଟ୍ ମଧ୍ୟ ଭାଇରାଲ୍ ହୋଇଥିଲା। ବଲାଙ୍ଗିର ଜିଲ୍ଲାରେ ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲାର ପଡ଼ିଆ ସ୍ଥିତି ଅନୁସୂଚିତ ଜନଜାତି ଓ ଜାତି ହାଇସ୍କୁଲ୍ରୁ ଗଣିତର ୧୦୮ଟି ଓଏମ୍ଆର୍ ଶୀଟ୍ ଗାଏବ ହୋଇଯାଇଥିଲା। ଏହି ଘଟଣାରେ ତିନି ଜଣ ଶିକ୍ଷକଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ପିଅନ ନିଲମ୍ବିତ ହୋଇଛନ୍ତି। ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି।
from Odisha Reporter https://ift.tt/2VImBlV
No comments:
Post a Comment