
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ଦଳୀୟ ଟିକେଟ ପାଇଁ ନେତାମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାବେଳେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ରାଉରକେଲା ବିଧାନସଭା ଆସନରୁ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିବାକୁ କଂଗ୍ରେସ ଗତକାଲି ବିଳମ୍ବିତ ରାତ୍ରିରେ ଘୋଷଣା କରିବାର ୨୪ଘଣ୍ଟା ନପୁରୁଣୁ ସେ ନିର୍ବାଚନ ଲଢ଼ିବାକୁ ରୋକଠୋକ୍ ମନା କରିଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ପକ୍ଷରୁ ଶ୍ରୀ ବିଶ୍ୱାଳଙ୍କୁ ରାଉରକେଲା ବିଧାନସଭାରୁ ପ୍ରାର୍ଥୀ କରାଯାଇଛି। ଗତକାଲି ରାତିରେ ଏହି ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିଲା। କିନ୍ତୁ ରାଜନୀତିରେ ପ୍ରବେଶ କରିବାର ତାଙ୍କର କୌଣସି ଆଗ୍ରହ ନାହିଁ କହି ଶ୍ରୀ ବିଶ୍ୱାଳ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଜଣାଇଛନ୍ତି। ତାଙ୍କ ନାଁ ଘୋଷଣା ହୋଇଥିଲେ ମଧ୍ୟ ସେ କଂଗ୍ରେସ ଟିକେଟ ଆଣିବେ ନାହିଁ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ନିର୍ମାଣ ଓ ଆଇଜିଏଚକୁ ସୁପରସ୍ପେଶାଲିଟି ହସ୍ପିଟାଲ ମାନ୍ୟତା ଦାବିରେ ଶ୍ରୀ ବିଶ୍ୱାଳ ରାଉରକେଲାରୁ ଦିଲ୍ଲୀ ଚାଲି ଚାଲି ଯାଇ ଚର୍ଚ୍ଚାର ପରିସରକୁ ଆସିଥିଲେ। ପେସାରେ ଠିକାଦାର ଥିବା ଶ୍ରୀ ବିଶ୍ୱାଳ କଂଗ୍ରେସ ଦେଇଥିବା ଅଫରକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।
from Odisha Reporter https://ift.tt/2OkyKeo
No comments:
Post a Comment