ଏପ୍ରିଲ ଶେଷ ଯାଏ ୧୩ଟି ଜେଟ୍‌ ଏୟାରୱେଜ୍‌ ରୁଟ୍‌ ବାତିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 22, 2019

ଏପ୍ରିଲ ଶେଷ ଯାଏ ୧୩ଟି ଜେଟ୍‌ ଏୟାରୱେଜ୍‌ ରୁଟ୍‌ ବାତିଲ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବିମାନସେବା ଯୋଗାଣକାରୀ ଜେଟ୍‌ ଏୟାରୱେଜ୍‌ ବେଶ୍‌ କିଛି ବିମାନର ଉଡ଼ାଣ ବନ୍ଦ କରିଦେଇଥିବାରୁ ୧୩ଟି ଅନ୍ତର୍ଜାତୀୟ ରୁଟ୍‌କୁ ଉଡ଼ାଣ ବାତିଲ କରିଛି। ଆସନ୍ତା ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ଏହି ବାତିଲ ବଳବତ୍ତର ରହିବ।

ଏତଦ୍‌ବ୍ୟତୀତ ଦିଲ୍ଲୀ ଏବଂ ମୁମ୍ବାଇରୁ ବିଦେଶକୁ ଯାଉଥିବା ବିଭିନ୍ନ ବିମାନ ଯେତିକି ଥର ଉଡ଼ାଣ ଭରୁଥିଲା, ତା’ର ସଂଖ୍ୟା ମଧ୍ୟ ହ୍ରାସ କରାଯାଇଛି। ଏହି କମ୍ପାନୀ ପକ୍ଷରୁ କୁହାଯାଇଛି, “ଜେଟ୍‌ଲାଇଟ୍‌ର ୨ଟି ବିମାନ ସହିତ ଅତିରିକ୍ତ ଭାବରେ ଆଉ ୭ଟି ବିମାନର ଉଡ଼ାଣ ବନ୍ଦ ରଖାଯାଇଛି। ଲିଜ୍‌ ଚୁକ୍ତି ଅନୁଯାୟୀ ପାଉଣା ଦିଆଯାଇ ପାରିନଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଏହି ସ୍ଥିତି ସୁଧାରିବା ପାଇଁ ପ୍ରୟାସ ଚାଲୁ ରହିଛି ଏବଂ ପ୍ରତିପକ୍ଷଙ୍କୁ ଏହି ବାବଦରେ ରୀତିମତ ଅବଗତ ମଧ୍ୟ କରାଯାଉଛି।”

ପୂର୍ବରୁ ସୂଚନା ମିଳିଥିଲା, ଯେଉଁ ସବୁ ରୁଟ୍‌କୁ ସାମୟିକ ବିମାନ ସେବା ବନ୍ଦ ରଖାଯାଇଛି ସେ ମଧ୍ୟରେ ପୁଣେ-ସିଙ୍ଗାପୁର ଏବଂ ପୁଣେ-ଅବୁ ଧାବି ମଧ୍ୟ ଥିଲା। ମୁମ୍ବାଇ-ମଞ୍ଚେଷ୍ଟରକୁ ମଧ୍ୟ ଜେଟ୍‌ ଏୟେୱେଜ୍‌ ସେବା ବନ୍ଦ ରଖାଯାଇଛି।

ମୁମ୍ବାଇରୁ ଅବୁଧାବି, ବାହାରିନ୍‌ ଏବଂ ଦମ୍ମମ୍‌କୁ ବିମାନ ସେବା ବାତିଲ କରାଯାଇଛି। ସେହଭିଳି ମୁମ୍ବାଇ-ହଂକଂ ସେବା ମଧ୍ୟ ଏପ୍ରିଲ ୩୦ ଯାଏ ବନ୍ଦ ରହିବ। ଦିଲ୍ଲୀ ଏବଂ ମୁମ୍ବାଇରୁ କାଠମାଣ୍ଡୁ, ବାଙ୍ଗକକ୍‌, ଦୋହା, କୁଏତ୍‌ ଏବଂ ସିଙ୍ଗାପୁରକୁ ମଧ୍ୟ ସେବା ବନ୍ଦ ରଖାଯାଇଛି।



from Odisha Reporter https://ift.tt/2WkDMud

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages