
ସମ୍ବଲପୁର (ସମୀର ଷଡ଼ଙ୍ଗୀ): ସମ୍ବଲପୁରର କ୍ଷେତରାଜପୁର ଥାନା ଅନ୍ତର୍ଗତ ଚେରୁଆପଡ଼ା ଅଞ୍ଚଳରେ ଏକ ନିର୍ମାଣାଧୀନ ପାଣି ଟାଙ୍କିରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୁରଜ ରାୟ। ସେ ଚେରୁଆପଡ଼ା ଅଞ୍ଚଳରେ ରହୁଥିଲେ।
ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କ୍ଷେତରାଜପୁର ଥାନା ଆଇଆଇସି କହିଛନ୍ତି।
ସୁରଜଙ୍କ ପରିବାର ଲୋକେ କହିଛନ୍ତି ଯେ ସେ ଗତକାଲି ରାତିରେ କାହାକୁ କିଛି ନ କହି ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ।
from Odisha Reporter https://ift.tt/2UFTRKv
No comments:
Post a Comment