ବିଜେପିରୁ ଟିକେଟ୍ ପାଇଲା ପରେ ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

ବିଜେପିରୁ ଟିକେଟ୍ ପାଇଲା ପରେ ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ

cm1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନୀ ଋତୁରେ ଚାଲିଛି ଦଳବଦଳ। ଟିକେଟ୍ ନ ମିଳିବାରୁ ଅନେକ ନେତା ଦଳ ବଦଳାଉଥିବା ବେଳେ ଜଣେ ପୂର୍ବତନ ବିଧାୟକ ଟିକେଟ୍ ପାଇ ସୁଦ୍ଧା ଦଳ ବଦଳାଇଛନ୍ତି। ତାଙ୍କ ନାଁ ଭାଗିରଥୀ ସାହୁ। ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ ବିଧାୟକ।

ଭାଗିରଥୀ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଏହାକୁ ତାଙ୍କ ଘର ବାହୁଡ଼ା କୁହାଯାଇପାରିବ। କାରଣ ପୂର୍ବରୁ ସେ ବିଜେଡିରେ ଥିଲେ।

ଭାଗିରଥୀ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ଥିଲେ। ସେ ବିଜେଡି ଟିକେଟ୍‌ରେ ହିଁ ବିଧାୟକ ହୋଇଥିଲେ। ତେବେ ଗତ ନିର୍ବାଚନରେ ଟିକେଟ୍ ନ ମିଳିବାରୁ ସେ ଦଳ ଛାଡ଼ି ବିଜେପିରେ ମିଶିଥିଲେ। ଏଥର ତାଙ୍କୁ ବିଜେପି ଆନନ୍ଦପୁର ବିଧାନସଭା ଆସନରୁ ଟିକେଟ୍ ଦେଇଥିଲା।

ବିଜେପିରୁ ଟିକେଟ୍ ପାଇବା ସତ୍ତ୍ୱେ ଭାଗିରଥୀ କାହିଁକି ପୁଣି ବିଜେଡିକୁ ଫେରିଲେ, ତାହା ଜଣାପଡ଼ିନାହିଁ। ଏନେଇ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ବିଜେଡି ତାଙ୍କୁ ଆନନ୍ଦପୁରରୁ ଟିକେଟ୍ ଦେବ ବୋଲି କୁହାଯାଉଛି।



from Odisha Reporter https://ift.tt/2U0q178

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages