ସ୍ୱାଦରେ ଭରପୁର ଚନ୍ଦକାନ୍ତି ପିଠା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

 ସ୍ୱାଦରେ ଭରପୁର ଚନ୍ଦକାନ୍ତି ପିଠା

ଭୁବନେଶ୍ୱର  (ଓଡ଼ିଶା ରିପୋର୍ଟର୍‌):   ଓଡ଼ିଆ ଘରେ ବାର ମାସରେ ୧୩ ପର୍ବ ହୋଇଥାଏ । ଏହି ପର୍ବରେ ଭଳିକି ଭଳି ପିଠା ପଣା ପ୍ରସ୍ତୁତ ହୋଇ ସାହିପଡ଼ିଶା, ବନ୍ଧୁବାନ୍ଧବଙ୍କୁ ବଣ୍ଟା ଯାଏ। ଏପରି ଏକ ପିଠା ହେଉଛି ଚନ୍ଦ୍ରକାନ୍ତି ପିଠା। ମୁଗ ଡାଲିରେ ପ୍ରସ୍ତୁତ ଏହି ପିଠା ନାଁ ଶୁଣିବାକୁ ଯେତିକି ସୁନ୍ଦର ଖାଇବାକୁ ମଧ୍ୟ ସେତିକି ସୁଆଦିଆ। ଏହାର ପ୍ରସ୍ତୁତି ପ୍ରଣାଳୀ ଖୁବ୍‌ ସହଜ ହୋଇଥିବା ବେଳେ ଏଥିପାଇଁ ଖୁବ୍‌ କମ୍ ସାମଗ୍ରୀ ଆବଶ୍ୟକ ହୋଇଥାଏ।

ଆବଶ୍ୟକ ସାମଗ୍ରୀ: ମୁଗ ଡାଲି- ଏକ କପ୍‌, ଚାଉଳ-  ଉକ୍ତ କପ୍‌ରେ ଏକ ଚତୁର୍ଥାଶଂ, ଚିନି- ସ୍ୱାଦ ଅନୁସାରେ ,ଗୁଜୁରାତି- ୩ରୁ ୪ ଟି, ଦେଶୀ ଘିଅ- ୨ ଚାମଚ, ଛାଣିବା ପାଇଁ ରିଫାଇନ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୁଗ ଡାଲି, ଅରୁଆ ଚାଉଳକୁ ଭଲ କରି ଧୋଇ ଦିଅନ୍ତୁ। ଏକ ଗ୍ରାଇଡିଂ ଜାର୍‌ରେ ମୁଗ ଡାଲିକୁ ଖଦଡ ଭାବେ ବାଟି ଦିଅନ୍ତୁ। ଏହାପରେ ଅରୁଆ ଚାଉଳକୁ ଅଳ୍ପ ପାଣି ଦେଇ ବାଟି ଉଭୟ ମିଶ୍ରଣକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏହାପରେ ଗ୍ୟାସ ଚୁଲାରେ ଏକ କଢେଇ ବସାଇ ଦେଢ କପ୍‌ ପାଣି ଗରମ କରନ୍ତୁ। ସେଥିରେ କିଛି ଗୁଜୁରାତି ଗୁଣ୍ଡ,୧ ଚାମଚ ଦେଶୀ ଘିଅ, ସ୍ୱାଦ ଅନୁଯାୟୀ ଚିନି ପକାଇ ଫୁଟିବାକୁ ଛାଡି ଦିଅନ୍ତୁ।

ପାଣି ଭଲ ଭାବେ ଫୁଟି ଗଲେ, ଗ୍ୟାସ୍‌ର ଫ୍ଲେମ୍‌କୁ କମ୍‌ କରି ଦିଅନ୍ତୁ। ଏହାପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ମୁଗ, ଚାଉଳ ବଟାକୁ ପକାଇ ଲଗାତର ଘାଣ୍ଟନ୍ତୁ। ସେଥିରୁ ପାଣି ମରି ଆସିବା ବେଳେ ଆଉ ଏକ ଚାମଚ ଘିଅ ଦେଇ ତାକୁ ଆହୁରି ୫ରୁ ୭ ମିନିଟ୍‌ ଘାଣ୍ଟନ୍ତୁ। ଏହା ଟିକେ ଅଠା ହୋଇଗଲା ପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ। ଏହାପରେ ଏକ ପ୍ଲେଟରେ ଘିଅ ମାରି ସେଥିରେ ଜନ୍ତଣୀ ଢାଳି ସମାନ କରି ଦିଅନ୍ତୁ। ଏହାକୁ ପୁରା ଥଣ୍ଡା ହେବା ଲାଗି ଛାଡି ଦିଅନ୍ତୁ।

ଏହାପରେ ଏକ ଛୁରୀରେ ଘିଅ ମାରି ଜନ୍ତଣୀକୁ ସମାନ ଭାବେ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ ଏକ କଢେଇରେ ଛାଣିବା ଲାଗି ତେଲ ଗରମ କରି ସେଥିରେ ଖଣ୍ଡଗୁଡିକୁ ପକାଇ ଲୋ ଆଞ୍ଚରେ ଛାଣି ହେବାକୁ ଛାଡ଼ି ଦିଅନ୍ତୁ। ଏହା ଗୋଲଡେନ ବ୍ରାଉନ କଲର୍‌ ହେବା ପରେ ଏହାକୁ ବାହାର କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ଚନ୍ଦ୍ରକାନ୍ତି ପିଠା। ନିଜେ ଖାଇବା ସହ ଅନ୍ୟଙ୍କୁ ମଧ୍ୟ ଖୁଆନ୍ତୁ।



from Odisha Reporter https://odishareporter.in/life-style/recipe-for-chandrakanti-pitha-348955

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages