‘ପୁଅ କହିଲା- ନିର୍ବାଚନ ଲଢ଼ନି, ଘରେ ରୁହ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

‘ପୁଅ କହିଲା- ନିର୍ବାଚନ ଲଢ଼ନି, ଘରେ ରୁହ’

tathagata

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୋର ଗୋଟିଏ ମାତ୍ର ଚାପ। ତାହା ହେଉଛି ପୁଅର ଚାପ। ପୁଅ କହିଲା, ନିର୍ବାଚନ ଲଢ଼ନି। ସାମ୍ବାଦିକତା କର ଓ ଘରେ ରୁହ।’

ଆସନ୍ତା ସାଧାରଣ ନିର୍ବାଚନ କାହିଁକି ଲଢ଼ିବେନି, ସେ ସଂପର୍କରେ ପ୍ରତିକ୍ରିୟା ଦେଇ ଏମିତି କହିଛନ୍ତି ବିଜେଡିର ଲୋକସଭା ସାଂସଦ ତଥା ଦୈନିକ ଓଡ଼ିଆ ଖବରକାଗଜ ‘ଧରିତ୍ରୀ’ର ସମ୍ପାଦକ ତଥାଗତ ସତପଥୀ।

ତଥାଗତ ୨୦୧୯ ସାଧାରଣ ନିର୍ବାଚନ ଲଢ଼ିବେନି ବୋଲି ଆଜି ସକାଳେ ନ୍ୟୁଜ୍‌ ଚ୍ୟାନେଲ୍ ‘ଓଟିଭି’ରେ ଖବର ପ୍ରସାରିତ ହୋଇଥିଲା। ‘ଓଟିଭି’କୁ ଦେଇଥିବା ପ୍ରତିକ୍ରିୟାରେ ସେ କହିଥିଲେ, ବହୁତ ଭାବିବା ପରେ ନିଷ୍ପତ୍ତି ନେଲି ଯେ ଆଉ ନିର୍ବାଚନ ଲଢ଼ିବିନି। ଏ କଥା ମୁଁ ତିନିମାସ ହେଲାଣି ବୁଲି ବୁଲି ସମସ୍ତଙ୍କୁ କହୁଛି। ମୁଁ କାହାକୁ ଅନ୍ଧାରରେ ରଖି ହଠାତ୍‌ କିଛି ନିଷ୍ପତ୍ତି ନେବାକୁ ଚାହୁଁନଥିଲି। ଗତକାଲି ଭକ୍ତି ଦାସଙ୍କ ମା’ଙ୍କ ଏଗାରରେ ମୁଁ ଏ କଥାକୁ ଖୋଲାଖୋଲି କହିଥିଲି। ପାର୍ଟି ଏବେ ଭଲ ସମୟରେ ଅଛି। ମୋର ବି ଭଲ ସ୍ଥିତି ଅଛି।

ତଥାଗତ ଆହୁରି କହିଛନ୍ତି ଯେ, ମୁଁ ଏଣିକି ସାମ୍ବାଦିକତା ଉପରେ ଗୁରୁତ୍ୱ ଦେବି। ଓଡ଼ିଶାରେ ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକଙ୍କର ଅଭାବ ରହିଛି। ସମସ୍ତେ ମୁଣ୍ଡ ବିକି ଦେଇଛନ୍ତି। ମୁଁ ନିରପେକ୍ଷ ସାମ୍ବାଦିକତା ଦିଗରେ ଚେଷ୍ଟା କରିବି।

ତଥାଗତ କହିଛନ୍ତି, ନିର୍ବାଚନ ସରିବାର ୩/୪ ମାସ ପରେ ଢେଙ୍କାନାଳ ବୁଲିବି। ମୁଁ କୌଣସି ପାର୍ଟିରେ ମିଶିବିନି। ନବୀନଙ୍କ ପ୍ରତି ମୋର ସମ୍ମାନ ଅଛି। କେବଳ ସାମ୍ବାଦିକତା ଉପରେ ଫୋକସ୍‌ କରିବା ପାଇଁ ଖୁସିରେ ରାଜନୀତି ଛାଡ଼ୁଛି।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଲୋକସଭା ଆସନରୁ ତଥାଗତ ସତପଥୀ ୨୦୦୪ରୁ ଲଗାତାର ତିନିଥର ବିଜେଡି ଟିକେଟ୍‌ରେ ଲୋକସଭାକୁ ଯାଇଛନ୍ତି।



from Odisha Reporter https://ift.tt/2C1wl3i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages