ଅଭିନନ୍ଦନଙ୍କୁ ଟିମ୍ ଇଣ୍ଡିଆର ସଲାମ୍: ତାଙ୍କରି ନାଁରେ ଜାରି କଲା ଜର୍ସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ଅଭିନନ୍ଦନଙ୍କୁ ଟିମ୍ ଇଣ୍ଡିଆର ସଲାମ୍: ତାଙ୍କରି ନାଁରେ ଜାରି କଲା ଜର୍ସି

shirt123

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନରେ ଅଦମ୍ୟ ସାହସ ଦେଖାଇ ଭାରତ ଫେରି ଆସିଥିବା ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ସଲାମ୍ ଜଣାଇଛନ୍ତି ଭାରତୀୟ କ୍ରିକେଟ୍ ଟିମ୍। ଏହା ସହିତ ଅଭିନନ୍ଦନଙ୍କୁ ଭିନ୍ନ ଢଙ୍ଗରେ ସମ୍ମାନିତ କରିଛି ଦଳ। ଶୁକ୍ରବାର ଦଳ ପକ୍ଷରୁ ଜାରି ତାଙ୍କରି ନାଁରେ ଜର୍ସି ଜାରି କରାଯାଇଛି।

ଏହି ଜର୍ସିରେ ‘ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ’ ଲେଖାଯାଇଛି। ସେହିପରି ଏହି ଜର୍ସିର ନମ୍ବର ହେଉଛି ୧। ତେଣୁ ସବୁ ଖେଳାଳିଙ୍କଠାରୁ ତାଙ୍କୁ ଉପରେ ରଖାଯାଇଛି। ଏହାର ଅର୍ଥ ଏବେ ଟିମ୍ ଇଣ୍ଡିଆର କୌଣସି ଖେଳାଳିଙ୍କୁ ୧ ନମ୍ବର ଜର୍ସି ଦିଆଯିବ ନାହିଁ। ଏବେ ଏହା ଅଭିନନ୍ଦନଙ୍କ ନାଁରେ ରହିବ।

ଏହା ସହିତ ଆଜି ଭାରତୀୟ କ୍ରିକେଟ୍‌ ଟିମ୍‌ର ନୂଆ ଜର୍ସି ବି ଉନ୍ମୋଚିତ ହୋଇଛି। ଏହି ଜର୍ସି ପିନ୍ଧି ଟିମ୍ ବିଶ୍ୱକପ୍‌ ଖେଳିବ।

ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଟ୍ୱିଟ୍‌ କରି ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଦେଶର ପ୍ରକୃତ ହିରୋ ବୋଲି ଅଭିହିତ କରିଛନ୍ତି। ଏହି ଟ୍ୱିଟ୍‌ରେ ସେ ଅଭିନନ୍ଦନଙ୍କର ଏକ ଫଟୋ ମଧ୍ୟ ପୋଷ୍ଟ୍ କରିଛନ୍ତି।



from Odisha Reporter https://ift.tt/2Xssohj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages