
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ସଡ଼କ ସୁରକ୍ଷା, ଜୀବନ ରକ୍ଷା। ନିଜର ରକ୍ଷା, ପରିବାରର ସୁରକ୍ଷା’। ଦୁର୍ଘଟଣା ହାର କମ୍ କରିବାକୁ ଏଭଳି ବହୁ ସଚେତନତା ବାର୍ତ୍ତା ଦିଆଯାଇଥାଏ। ଗାଡ଼ି ଚଳାଇବା ବେଳେ ହେଲମେଟ୍ ପିନ୍ଧିବା ନିମନ୍ତେ କେଉଁଠି ଗୋଲାପ ଦେଇ ସଚେତନ କରାଯାଏ, ତ କେଉଁଠି ଫାଇନ୍ କଟାଯାଇ ଶାସନ କରାଯାଏ।
ଏହାସତ୍ତ୍ୱେ ସୁଧୁରୁନି ଅବସ୍ଥା। ବଦଳୁନି ଚିତ୍ର। ପରିସ୍ଥିତି ସେହିପରି ଭୟଙ୍କର ହୋଇ ଯାଇଛି। ଦୁର୍ଘଟଣାର ଶିକାର ହୋଇ ବହୁ ଜୀବନ ଅକାଳରେ ଝଡ଼ି ପଡୁଥିବା ବେଳେ ଗୁରୁତରଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢି ଚାଲିଛି। ସମଗ୍ର ଦେଶରେ ପୂର୍ବରୁ ରାସ୍ତା ଅବସ୍ଥା କଦର୍ଯ୍ୟ ଥିବା ଯୋଗୁ ଘଟୁଥିଲା ଦୁର୍ଘଟଣା। ଏବେ ୬ ଲେନ୍ର ଜାତୀୟ ରାଜପଥ ନିର୍ମାଣ ସତ୍ତ୍ୱେ କିଛି ଫରକ୍ ଅନୁଭବ କରି ହେଉନି।
Be aware, Be safe.
There are 3 different lines on roads & every line has an idea behind it
1. If the line is broken, you can overtake
2. If the line is continuous, overtaking is risky
3. If there is double line…. Must not overtake as it is highly dangerous.
#RoadSafety pic.twitter.com/uBJqQ85u5p— Dr. Rajendra Sharma. (@DrRajendraShar2) March 19, 2019
ମୁଖ୍ୟତଃ ଘରୁ ବାହାରିବା ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ନିମନ୍ତେ ସମସ୍ତେ ତତ୍ପର ହୋଇଉଠନ୍ତି। ଏଥିପାଇଁ ଅନ୍ୟ ଗାଡ଼ିକୁ ଓଭରଟେକ୍ କଲା ବେଳେ କେତେବେଳେ ଯେ ଆଖି ପିଛୁଳାକେ ଦୁର୍ଘଟଣା ଘଟେ, ତାହା ଜାଣି ହୁଏ ନାହିଁ।
ଆମେ ସାଧାରଣତଃ ଜାତୀୟ ରାଜପଥରେ ଦିଆଯାଇଥିବା ୩ ପ୍ରକାର ଗାରକୁ କେବେ ବି ବୁଝିବାକୁ ଚେଷ୍ଟା କରି ନ ଥାଉ। ଏହା କାହିଁକି ଦିଆଯାଇଛି, ଏହାର ଉଦ୍ଦେଶ୍ୟ କ’ଣ ଜାଣିପାରିଲେ ହୁଏତ ଆମେ ଦୁର୍ଘଟଣାକୁ ବହୁତ ମାତ୍ରାରେ ଏଡ଼ାଯାଇ ପାରିବ। ଏନେଇ କଟକ-ଭୁବନେଶ୍ୱର ପୋଲିସ କମିଶନର ରାଜେନ୍ଦ୍ର ଶର୍ମା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏବଂ ଉକ୍ତ ଗାରଗୁଡ଼ିକ କ’ଣ ପାଇଁ ଉଦ୍ଦିଷ୍ଟ ସେ ନେଇ ମଧ୍ୟ ସେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି।
ଜାତୀୟ ରାଜପଥରେ ଯାଉଥିବା ବେଳେ ରାସ୍ତାର ମଝିରେ ଆମେମାନେ ମୁଖ୍ୟତଃ ୩ ପ୍ରକାର ଗାର ଦେଖିଥାଉ। ଆସନ୍ତୁ ଜାଣିବା ଏତେ ପ୍ରକାର ଗାର କାହିଁକି ରାସ୍ତାରେ ପକାଯାଏ ଓ ଏହାର ଅର୍ଥ କ’ଣ?
କ’ଣ କହୁଛି ଏହି ଗାର
୧. ପ୍ରଥମତଃ ଆମେ ଦେଖିଥାଉ, ଜାତୀୟ ରାଜପଥ ମଝିରେ ଗୋଟିଏ ଗାର ପଡ଼ିଥାଏ, ଯେଉଁଥିରେ କି ମଝିରେ ମଝିରେ ଫାଙ୍କ ଥାଏ। ଏପରି ଗାରର ଅର୍ଥ ହେଲା, ସେହି ସ୍ଥାନରେ ଆମେ ଓଭରଟେକ୍ କରି ଆଗକୁ ଯାଇପାରିବା।

୨. ସେହିପରି ଆଉ କେତେକ ସ୍ଥାନରେ ଦେଖିବାକୁ ମିଳେ, ଜାତୀୟ ରାଜପଥକୁ ଦୁଇଭାଗ କରି ଗୋଟିଏ ଗାର ପଡ଼ିଥାଏ, ଯେଉଁଥିରେ କୌଣସି ସ୍ଥାନରେ ମଝିରେ ମଝିରେ ଆଦୌ ଫାଙ୍କା ନଥାଏ। ଏହି ପ୍ରକାର ଗାର ସୂଚାଇଦିଏ ଯେ, ଜାତୀୟ ରାଜପଥର ସେହି ସ୍ଥାନରେ ଓଭରଟେକ୍ କରିବା ବିପଦଜନକ।

୩. ସେହିପରି ଆଉ କେତେ ସ୍ଥାନରେ ଦେଖିଥାଏ ଯେ, ଜାତୀୟ ରାଜପଥର ମଝିରେ ଗୋଟିଏ ଗାର ବଦଳରେ ଦୁଇଟି ଗାର ପଡ଼ିଥାଏ। ଏହାର ରଙ୍ଗ ମଧ୍ୟ ଧଳା ବଦଳରେ ହଳଦିଆ ଥାଏ। ଏହାର ଅର୍ଥ ବୁଝିବାକୁ ହେବ ଯେ, ଉକ୍ତ ସ୍ଥାନରେ ଅନ୍ୟ ଗାଡ଼ିକୁ ଓଭରଟେକ୍ କରିବା ଅଧିକ ବିପଦଜ୍ଜନକ।

ଅଧିକାଂଶ ସମୟରେ ଆମକୁ ରାସ୍ତାର ଏ ସବୁ ନିୟମ ଜଣାନଥିବାରୁ ଦୁର୍ଘଟଣା ଘଟୁଛି। ତେଣୁ ଏହି ସବୁ ନିୟମ ପାଳନ କରି ଯଦି ଆମେ ଯାତ୍ରା କରିବା ତେବେ ବହୁ ମାତ୍ରାରେ ଦୁର୍ଘଟଣା ବନ୍ଦ କରାଯାଇ ପାରିବ।
from Odisha Reporter https://ift.tt/2TlUcAB
No comments:
Post a Comment