ଆଜି ହେଉଛି ବଲିଉଡ୍‌ର ଏହି ସୁନାମଧନ୍ୟ ପ୍ଲେବ୍ୟାକ୍‌ ସିଙ୍ଗର୍‌ଙ୍କ ଜନ୍ମଦିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ଆଜି ହେଉଛି ବଲିଉଡ୍‌ର ଏହି ସୁନାମଧନ୍ୟ ପ୍ଲେବ୍ୟାକ୍‌ ସିଙ୍ଗର୍‌ଙ୍କ ଜନ୍ମଦିନ

ମୁମ୍ବାଇ: ସୁମଧୁର କଣ୍ଠର ଯାଦୁରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ସେ ସୃଷ୍ଟି କରିପାରିଛନ୍ତି ସ୍ୱତନ୍ତ୍ର ସ୍ଥାନ। ଆଜି ହେଉଛି ସେହି କୋକିଳ କଣ୍ଠୀ ସୁନାମଧନ୍ୟ ବଲିଉଡ଼ର ପ୍ଲେବ୍ୟାକ୍‌ ସିଙ୍ଗର ଅଲ୍‌କା ୟାଗ୍‌ନିକ୍‌ଙ୍କ ଜନ୍ମଦିନ। ତାଙ୍କ ଜନ୍ମ ଦିନରେ ଆମେ ତାଙ୍କୁ ଅନେକ ଶୁଭକାମନା ଜଣାଉଛୁ। ଅଲ୍‌କାଙ୍କ ଜନ୍ମ କୋଲ୍‌କାତାର ଏକ ମଧ୍ୟବିତ୍ତ ପରିବାରରେ ହୋଇଥିଲା। ତାଙ୍କୁ ଭାରତର ସର୍ବଶ୍ରେଷ୍ଠ ପ୍ଲେବ୍ୟାକ୍‌ ସିଙ୍ଗର୍‌ ଭାବେ ମଧ୍ୟ ନ୍ୟାସ୍‌ନାଲ୍‌ ଆୱାର୍ଡ଼ ପ୍ରଦାନ କରାଯାଇଛି। ସେ ବଲିଉଡ୍‌ରେ ବହୁ ଫିଲ୍ମରେ କଣ୍ଠଦାନ କରିଛନ୍ତି।

ଲତା ମଙ୍ଗେସକର୍‌ ଏବଂ ଆଶା ଭୋସ୍‌ଲେଙ୍କ ପରେ ବଲିଉଡ୍‌ରେ ଯାହାଙ୍କ ସଙ୍ଗୀତ ଅଧିକ ଲୋକପ୍ରିୟ ଏବଂ ସୁମଧୁର ଥିଲା ସେ, ହେଉଛନ୍ତି ଅଲ୍‌କା। ୯୦ ଶତକରେ ପ୍ରାୟ ସବୁ ବଲିଉଡ୍‌ ଫିଲ୍ମରେ ଅଲ୍‌କାଙ୍କ ଗୀତ ଶୁଣା ଯାଉଥିଲା। ଆଉ ସେତେବେଳେ ଅଲ୍‌କାଙ୍କ ଗୀତ ବିନା ଫିଲ୍ମ ଅଧୁରା ରହିଯାଉଥିଲା। ଆଜି ତାଙ୍କର ୫୩ତମ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା।

ଅଲ୍‌କା ୩୦ ବର୍ଷ ପର୍ଯ୍ୟନ୍ତ ବଲିଉଡ୍‌ରେ ବହୁ ଫିଲ୍ମରେ ଗୀତ ଗାଇଛନ୍ତି। ତାଙ୍କୁ ପ୍ଲେବ୍ୟାକ୍‌ ସିଙ୍ଗର୍‌ ଭାବେ ଦୁଇ ଥର ଜାତୀୟ ପୁରସ୍କାର ମିଳିଛି। ସେ ତାଙ୍କ ମା’ ଶୁଭା ୟାଗ୍‌ନିକ୍‌ଙ୍କଠାରୁ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ। ଘରେ ସବୁବେଳେ ସଙ୍ଗୀତର ବାତାବରଣ ଥିବାରୁ ତାଙ୍କର ମଧ୍ୟ ଏଥିପ୍ରତି ଇଚ୍ଛା ବଢ଼ିଥିଲା।

ସେ ୬ ବର୍ଷ ବୟସରୁ କାମ କରିବା ଆରମ୍ଭ କରିଥିଲେ। ଅଲ୍‌କା କୋଲ୍‌କାତାର ଆକାଶବାଣୀରେ ମଧ୍ୟ ଗୀତ ଗାଉଥିଲେ। ଆହୁରି ମଧ୍ୟ ସେ ଭଜନ ମଧ୍ୟ ଗାଇ ଲୋକଙ୍କ ମନ ଜିଣୁଥିଲେ। ୧୦ ବର୍ଷ ବୟସରେ ସେ ମୁମ୍ବାଇ ଆସି ଫିଲ୍ମମେକର୍‌ ରାଜ୍‌ କପୁରଙ୍କ ସହ ସାକ୍ଷାତ କରିଥିଲେ।

ରାଜ୍‌ କପୁରଙ୍କୁ ତାଙ୍କ କଣ୍ଠ ବହୁତ ପସନ୍ଦ ଆସିବାରୁ ସେ ତାଙ୍କୁ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍‌ଙ୍କ ସହ ଭେଟ କରାଇଥିଲେ। ଲକ୍ଷ୍ମୀକାନ୍ତ ହେଉଛନ୍ତି ଜଣେ ସୁନାମଧନ୍ୟ ଲୋକପ୍ରିୟ ମ୍ୟୁଜିକ୍‌ କମ୍ପୋଜର୍‌। ଅଲ୍‌କା ସେଠାରେ ପ୍ଲେବ୍ୟାକ୍‌ ସିଙ୍ଗର୍‌ ଭାବେ ନିଜର କ୍ୟାରିୟର୍‌ ଆରମ୍ଭ କରିଥିଲେ।

୧୯୭୯ରେ ଆସିଥିବା ଫିଲ୍ମ “ପାୟଲ୍‌ କି ଜଙ୍କାର୍‌”ରୁ ସେ ସଙ୍ଗୀତ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଅଲ୍‌କା ଅମିତାଭ୍‌ ବଚ୍ଚନଙ୍କ ଫିଲ୍ମ “ଲାବାରିସ୍‌” ଫିଲ୍ମରେ “ମେରେ ଅଙ୍ଗ୍‌ନେ ମେଁ” ଗୀତ ଗାଇ ସମସ୍ତଙ୍କ ଦୃଦୟ ଜିତି ପାରିଥିଲେ। ତାହା ମଧ୍ୟ ସୁପର୍‌ହିଟ୍‌ ହୋଇଥିଲା।

ତାଙ୍କୁ ବଲିଉଡ୍‌ରେ ୮ ବର୍ଷ ପର୍ଯ୍ୟନ୍ତ ଷ୍ଟ୍ରଗଲ୍‌ କରିବାକୁ ପଡ଼ିଥିଲା। ୧୯୮୮ରେ ଆସିଥିବା “ତେଜାବ୍‌” ଫିଲ୍ମର “ଏକ୍‌ ଦୋ ତିନ୍‌” ଗୀତ ଗାଇବା ପରେ ତାଙ୍କୁ ଏକ ଅଲଗା ପରିଚୟ ମିଳିପାରିଥିଲା। ଏହା ପରେ ସେ ଆଉ ପଛକୁ ଚାହିଁ ନଥିଲେ। ସେ ବଲିଉଡ୍‌ରେ ୧୧ଶହ ଫିଲ୍ମରେ ପ୍ରାୟ ୨୪ଶହରୁ ଅଧିକ ଗୀତ ଗାଇଛନ୍ତି।

ଅଲ୍‌କା ୧୯୮୯ରେ ନୀରଜ୍‌ କପୁର୍‌ଙ୍କୁ ବାହା ହୋଇଥିଲେ। ତାଙ୍କର ଏକ ଝିଅ ମଧ୍ୟ ଅଛନ୍ତି। କିନ୍ତୁ ସେ ତାଙ୍କ ସ୍ୱାମୀଙ୍କ ଠାରୁ ପ୍ରାୟ ୨୬ ବର୍ଷ ହେଲାଣି ଅଲଗା ରହୁଛନ୍ତି।

ସେ ସୁପର୍‌ଷ୍ଟାର୍‌ ପ୍ଲେବ୍ୟାକ୍‌ ସିଙ୍ଗର୍‌ ଭାବେ ଲୋକପ୍ରିୟ ଥିବା ସତ୍ତ୍ୱେ ତାଙ୍କ ଝିଅ କିନ୍ତୁ ସିନେମା ଜଗତରୁ ଦୂରରେ ରହିଛନ୍ତି। ଅଲ୍‌କା ୪ବର୍ଷ ପୂର୍ବରୁ ଆସିଥିବା ଫିଲ୍ମ “ତମାସା”ରେ “ଅଗର୍‌ ତୁମ୍‌ ସାଥ୍‌ ହୋ” ଗୀତ ଗାଇଥିଲେ। ଯେଉଁଥିରେ ଦୀପିକା ପାଦୁକୋନ ଅଭିନୟ କରିଥିଲେ। ସେ ଏବେ ଆଉ ଗୀତ ଗାଉ ନାହାନ୍ତି ସତ କିନ୍ତୁ ଆଜି ମଧ୍ୟ ତାଙ୍କ ଗୀତ ଶୁଣିବା ପାଇଁ ତାଙ୍କ ଫ୍ୟାନ୍‌ମାନେ ଅପେକ୍ଷା କରିଛନ୍ତି।



from Odisha Reporter https://ift.tt/2FoqOpv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages