
ନୂଆଦିଲ୍ଲୀ: ଭାଇସ୍ ଆଡମିରାଲ କରମବୀର ସିଂହ ଆଗାମୀ ନୌବାହିନୀର ମୁଖ୍ୟ ଭାବରେ ଦାୟିତ୍ୱ ନେବେ। ସେ ଆସନ୍ତା ମେ ମାସ ୩୧ ତାରିଖରେ ଅବସର ନେବାକୁ ଥିବା ଆଡମିରାଲ ସୁନୀଲ ଲାମ୍ବାଙ୍କ ସ୍ଥାନରେ ଏହି ଦାୟିତ୍ୱ ନେବେ।
ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଟ୍ୱିଟ୍ କରି କହିଛନ୍ତି, “୨୦୧୯ ମେ ୩୧ରେ ଆଡମିରାଲ ସୁନୀଲ ଅବସର ନେବାକୁ ଅଛି। ତେଣୁ ତାଙ୍କ ସ୍ଥାନରେ ପୂର୍ବାଞ୍ଚଳ ନୌବାହିନୀ କମାଣ୍ଡର ପିଭିଏସଏମ୍, ଏଭିଏସଏମ ଏବଂ ଏଫ୍ଓସି କରମବୀରଙ୍କୁ ସରକାର ଏହି ପଦବୀ ପାଇଁ ନିଯୁକ୍ତି ଦେଇଛନ୍ତି।”
କରମବୀର ବର୍ତ୍ତମାନ ବିଶାଖାପଟନମ୍ ସ୍ଥିତ ପୂର୍ବାଞ୍ଚଳ ନୌବାହିନୀ କମାଣ୍ଡଠାରେ ଫ୍ଲାଗ ଅଫିସର କମାଣ୍ଡିଂ ଇନ୍ ଚିଫ୍ ଅଛନ୍ତି।
from Odisha Reporter https://ift.tt/2Oky48U
No comments:
Post a Comment