ସକାଳ ଜଳଖିଆରେ ଖାଆନ୍ତୁ ସ୍ୱାଦିଷ୍ଟ ବ୍ରେଡ୍‌ ମସାଲା ଟୋଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ସକାଳ ଜଳଖିଆରେ ଖାଆନ୍ତୁ ସ୍ୱାଦିଷ୍ଟ ବ୍ରେଡ୍‌ ମସାଲା ଟୋଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧା ବ୍ରେଡ୍‌ ଖାଇବାକୁ କାହାକୁ ବି ପସନ୍ଦ ହୋଇନଥାଏ। ତେବେ ଆମେ ଏହାକୁ ସେକିକି ବା ଟୋଷ୍ଟ କରି ଖାଇଥାଉ। ଅନେକଙ୍କୁ  ଏହା ପସନ୍ଦ ବି ଆସିଥାଏ। ସକାଳ ଜଳଖିଆ ଲାଗି ବ୍ରେଡ୍‌  ଏକ ଭଲ ଖାଦ୍ୟ।  ଏଥିରେ ବେଶି ତେଲ ମସଲା ବ୍ୟବହାର ହେଉ ନ ଥିବାରୁ ଏହାକୁ ଖାଇଲେ ପେଟ ଫୁଲ୍‌ ହେବା ସହ ଗ୍ୟାସ୍‌ ଆଦି ସମସ୍ୟା ହୋଇ ନ ଥାଏ।  ା

ତେଣୁ ସକାଳ ଜଳଖିଆ ପାଇଁ ଆପଣ ବ୍ରେଡ୍‌ ମସାଲା ଟୋଷ୍ଟ ତିଆରି କରି ପାରିବେ। ଯାହା ଟେଷ୍ଟି ହେବା ସହ ସ୍ୱାସ୍ଥ୍ୟକର ଏବଂ କମ୍‌ ସମୟରେ ମଧ୍ୟ ପ୍ରସ୍ତୁତ ହୋଇଥାଏ।

ତେବେ ଜାଣିରଖନ୍ତୁ ବ୍ରେଡ୍‌ ମସାଲା ଟୋଷ୍ଟ ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ ବିଷୟରେ

ବ୍ରେଡ୍‌, ସିଝା ଆଳୁ (ଅଧା ଚକଟା ହୋଇଥିବା), ଧନିଆ  ପତ୍ର, ଲେମ୍ବୁ, ପିଆଜ, ଟମାଟୋ, କ୍ୟାପ୍‌ସିକମ୍‌, ପାଓଭାଜି ମସଲା, ଲଙ୍କା ଗୁଣ୍ଡ, ବଟର୍‌ ଏବଂ ସ୍ୱାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ର ନେଇ ସେଥିରେ ସିଝା ଆଳୁ (ଅଧା ଚକଟା ହୋଇଥିବା), କଟା ଧନିଆ ପତ୍ର, ପିଆଜ,ଲେମ୍ବୁ ରସ, କଟା କ୍ୟାପ୍‌ସିକମ୍‌, ଲଙ୍କା ଗୁଣ୍ଡ, ପାଓଭାଜି ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଶେଷରେ ଲୁଣ ପକାଇ ଆଉ  ଥରେ ଗୋଳାଇ ଦିଅନ୍ତୁ।

ଏବେ ଆପଣଙ୍କର ବ୍ରେଡ୍‌ ସମଲା ପ୍ରସ୍ତୁତ ହୋଇଗଲା । ଏହା ପରେ ବ୍ରେଡ୍‌ ନେଇ ତା ଉପରେ ପୂର୍ବରୁ ପ୍ରସ୍ତୁତ କରିଥିବା ମସଲା ରଖନ୍ତୁ।

ମନେ ରଖନ୍ତୁ ବ୍ରେଡ୍‌ରେ ମସଲା ଲାଗିବା ଜରୁରୀ। ଏହା ନ କଲେ ଭାଜିବା ବେଳେ ବ୍ରେଡ୍‌ରୁ ମସଲା ସବୁ ଅଲଗା ହୋଇଯାଇପାରେ। ତେବେ ଆପଣ ହାତ ସାହାଯ୍ୟରେ ଏହି ମସଲାଗୁଡ଼ିକୁ ବ୍ରେଡ୍‌ରେ ଲଗାଇ ଦିଅନ୍ତୁ।

ଏହାପରେ ଗ୍ୟାସ୍‌ରେ ତାୱା ବସାଇ ସେଥିରେ ସେଥିରେ ବଟର୍‌ ପକାନ୍ତୁ।   ସେଥିରେ ବ୍ରେଡ୍‌ ମସଲାକୁ ପକାଇ ଭାଜନ୍ତୁ। ଏହାକୁ ଗ୍ୟାସ୍‌ କମ୍‌ କରି ଭାଜିବେ। ଏହା ନ କଲେ ଆପଣଙ୍କ ବ୍ରେଡ୍‌ ଅଧିକା ଭାଜି ହୋଇଯାଇପାରେ।

ତେବେ କିଛି ସମୟ ଭାଜିଲା ପରେ ଆଳୁ ମସଲା ଦେଇଥିବା ପଟକୁ ମଧ୍ୟ ଓଲଟାଇ ଆଉ କିଛି ସମୟ ଭାଜନ୍ତୁ। ଆପଣ ଚାହିଁଲେ ଏଥିରେ ଚିଜ୍‌ ବି ପକାଇ ପାରିବେ। ତେବେ ଅଳ୍ପ ସମୟ ଭିତରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ବ୍ରେଡ୍‌ ମସାଲା ଟୋଷ୍ଟ।

ଏବେ ଏହାକୁ ଆପଣ ନିଜେ ସକାଳ ଜଳଖିଆରେ ଖାଇପାରିବେ। ଏହାକୁ ଆପଣ ଛୋଟ ପିଲାଙ୍କୁ ଟିଫିନ୍‌ରେ ଦେଇ ପାରିବେ। ଏହା ବହୁତ କମ୍‌ ସମୟରେ ତିଆରି ହେବା ସହ ସ୍ୱାଦିଷ୍ଟ ମଧ୍ୟ ଲାଗିଥାଏ।



from Odisha Reporter https://ift.tt/2U6Pifm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages