
ଗୋରଖପୁର: ଜଣେ ୨୬ ବର୍ଷୀୟ ଅବିବାହିତା ଯୁବତୀ ଗର୍ଭଧାରଣ କରିବା ସହ ୟୁଟ୍ୟୁବ ଦେଖି ଘରେ ପ୍ରସବ କରାଇବା ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିଯୋଗୁ ଉକ୍ତ ଯୁବତୀ ଏବଂ ତାଙ୍କ ନବଜାତ ଶିଶୁପୁତ୍ରର ମୃତ୍ୟୁ ଘଟିଛି। କ୍ୟାଣ୍ଟନମେଣ୍ଟ ପୁଲିସ୍ ଷ୍ଟେସନ୍ ଅଧୀନରେ ଥିବା ବିଲାନ୍ଦପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି।
ଏଠାରେ ଥିବା ଜଣେ ଅବିବାହିତ ମହିଳା ଜଣଙ୍କୁ ପ୍ରେମ କରି ଗର୍ଭବତୀ ହୋଇଥିଲେ। ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ ସେ ପ୍ରସବ ପାଇଁ ଡାକ୍ତରଖାନାକୁ ଯାଇ ନଥିଲେ। ସେ ୟୁଟ୍ୟୁବ୍ରେ ପ୍ରସବ ପ୍ରକ୍ରିୟାର ଏକ ଭିଡିଓ ଦେଖି ନିଜେ ନିଜେ ପ୍ରସବ କରିବା ଆରମ୍ଭ କରିଥିଲେ। ରବିବାର ରାତିରେ ଏଭଳି ଘଟଣା ଘଟିଥିବା ବେଳେ ଯୁବତୀ ଜଣଙ୍କ ରହୁଥିବା ଘରର ମାଲିକ କବାଟ ତଳୁ ରକ୍ତ ବୋହୁଥିବା ଦେଖି ପୁଲିସ୍କୁ ସୂଚନା ଦେଇଥିଲେ। ମାଲିକ ଜଣଙ୍କ ଘର ଖୋଲି ଦେଖିବା ପରେ ଯୁବତୀ ଓ ତାଙ୍କ ନବଜାତ ଶିଶୁ ତଳେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ।
from Odisha Reporter https://ift.tt/2Tuh2Ln
No comments:
Post a Comment