ଚାଇନାରେ ରିଲିଜ୍‌ ହେବ ଶ୍ରୀଦେବୀଙ୍କ ‘ମମ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ଚାଇନାରେ ରିଲିଜ୍‌ ହେବ ଶ୍ରୀଦେବୀଙ୍କ ‘ମମ୍‌’

ମୁମ୍ବାଇ: ଶ୍ରୀଦେବୀଙ୍କ ଶେଷ ଫିଲ୍ମ  ‘ମମ୍’ ଏବେ ରିଲିଜ ହବ ଚୀନରେ। ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ ଏଥିରେ ମୁଖ୍ୟ ଭୂମିକାରେ ଆସିଥିଲେ । ଗତ ୨୪ ତାରିଖ  ଶ୍ରୀଦେବୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଥିବାବେଳେ ଆସନ୍ତା  ୨୨ ତାରିଖ ‘ମମ’ ଚୀନରେ ରିଲିଜ୍ ହେବାକୁ ଯାଉଛି।

ଭାରତରେ ଫିଲ୍ମଟି ୨୦୧୭ ଜୁଲାଇ ୭ ତାରିଖରେ ରିଲିଜ ହୋଇଥିଲା। ପୂର୍ବରୁ ‘ମମ୍’ ଚଳଚ୍ଚିତ୍ରଟି ପୋଲାଣ୍ଡ, ଋଷିଆ, ୟୁକେ, ସିଙ୍ଗାପୁର ଆଦି ଦେଶରେ ରିଲିଜ ହୋଇସାରିଛି। ଏହି ଫିଲ୍ମ ପାଇଁ ଶ୍ରୀଦେବୀ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି। ଏଥିରେ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ଅକ୍ଷୟ ଖନ୍ନା ଓ ନୱାଜୁଦ୍ଦୀନ୍‌ ସିଦ୍ଧିକି ନଜର ଆସିଥିଲେ। ଜଣେ ମା’ କିପରି ନିଜ ଝିଅର ବଳାତ୍କାରୀଙ୍କୁ ଦଣ୍ଡ ଦେଉଛନ୍ତି ତାହା ଥିଲା ଫିଲ୍ମର କାହାଣୀ। ଫିଲ୍ମକୁ ଦର୍ଶକ ମଧ୍ୟ ବେଶ୍ ପସନ୍ଦ କରିଥିଲେ । ପ୍ରଡ୍ୟୁସର ତଥା ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର କହିଛନ୍ତି ‘ମମ’ର କାହାଣୀ ପ୍ରତ୍ୟେକ ଦର୍ଶକ ଏବଂ ପ୍ରତ୍ୟେକ ମା’ଙ୍କ ହୃଦୟକୁ ଛୁଇଁବ । ଏହା ଶ୍ରୀଦେବୀଙ୍କ ଶେଷ ଫିଲ୍ମ ଏବଂ ଆମର ଇଚ୍ଛା ଏହି ସୁନ୍ଦର କାହାଣୀଙ୍କୁ ପ୍ରତ୍ୟେକ  ଲୋକଙ୍କ ହୃଦୟରେ ସାଇତା ହୋଇ ରହୁ।



from Odisha Reporter https://ift.tt/2EFqgv8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages