
ମୁମ୍ବାଇ: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଜବରଦସ୍ତ ଝଟ୍କା ଲାଗିଛି। ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ରାଧାକ୍ରିଷ୍ଣ ଭିଖେ ପାଟିଲଙ୍କ ପୁଅ ସୁଜୟ ଭିଖେ ପାଟିଲ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଦକ୍ଷିଣ ମୁମ୍ବାଇଠାରେ ଆୟୋଜିତ ମିଶ୍ରଣ ପର୍ବରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ବିଜେପିର ରାଜ୍ୟ ସଭାପତି ରାଓସାହେବ ଧାନଭେ ଉପସ୍ଥିତ ରହିଥିଲେ।
ବିଜେପି ସୁଜୟଙ୍କୁ ଅହମଦନଗରରୁ ପ୍ରାର୍ଥୀ କରିବ ବୋଲି କୁହାଯାଉଛି। ଅହମଦନଗର କଂଗ୍ରେସର ଗଡ଼ ଭାବେ ପରିଚିତ। ସୁଜୟଙ୍କ ବାପା ବିରୋଧୀ ଦଳ ନେତା ଥିବା ବେଳେ ତାଙ୍କ ଜେଜେବାପା ବାଲାସାହେବ ଭିଖେ ପାଟିଲ କଂଗ୍ରେସର ଜଣେ ପ୍ରମୁଖ ନେତା।
ବର୍ଷ ଆରମ୍ଭରୁ ସୁଜୟ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ। ସେ କହିଥିଲେ କଂଗ୍ରେସ ଟିକେଟ୍ ଦେଉ କି ନ ଦେଉ, ମୁଁ ନିର୍ବାଚନ ଲଢ଼ିବି। ଏବେ କଂଗ୍ରେସ ତାଙ୍କୁ ଟିକେଟ୍ ଦେବାର ସମ୍ଭାବନା ନ ଥିବାରୁ ସେ ବିଜେପିରେ ଯୋଗ ଦେଇଥିବା କୁହାଯାଉଛି।
from Odisha Reporter https://ift.tt/2CqSwjR
No comments:
Post a Comment