ବିଜେପିରେ ବୈଜୟନ୍ତଙ୍କୁ ଗୁରୁତ୍ୱ,ବିଜେଡି ଶିବିରରେ ଛନକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ବିଜେପିରେ ବୈଜୟନ୍ତଙ୍କୁ ଗୁରୁତ୍ୱ,ବିଜେଡି ଶିବିରରେ ଛନକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳରେ ସାମିଲ ହେବାର ୪ଦିନ ନ ପୂରୁଣୁ ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ ବିଜେପିରେ ଯେଭଳି ଗୁରୁତ୍ୱ ମିଳିବାରେ ଲାଗିଛି, ତାହା ବିଜେଡି ନେତୃତ୍ୱଙ୍କ ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି। ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ‘ବିଶ୍ୱର ସର୍ବବୃହତ୍ ଦଳ’ ବିଜେପିରେ ଶ୍ରୀ ପଣ୍ଡାଙ୍କୁ ଜାତୀୟ ଉପସଭାପତି ଓ ମୁଖପାତ୍ର ଦାୟିତ୍ୱ ମିଳିବା ପରେ ବିଜେଡି ଶିବିରରେ ଛନକା ସୃଷ୍ଟି ହୋଇଛି।

୨୦୧୪ ମସିହାରେ କେନ୍ଦ୍ରରେ ବିଜେପି କ୍ଷମତାସୀନ ହେବାପରଠୁ ଦଳ କ୍ରମାଗତ ଭାବେ ଓଡ଼ିଶାରେ ନିଜର ସ୍ଥିତି ସୁଦୃଢ଼ କରିବାରେ ଲାଗିଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ବିଜେପି ଦ୍ୱିତୀୟ ସ୍ଥାନ ଦଖଲ କରିବା ସହ ୧୯ବର୍ଷ ଧରି କ୍ଷମତାରେ ଥିବା ବିଜେଡିକୁ କଡ଼ ଟକ୍କର ଦେବାରେ ଲାଗିଛି। ବିଜେପି ରାଜ୍ୟରେ ମିଶନ ୧୨୦+ ହାସଲ ଲକ୍ଷ୍ୟରେ ଅଗ୍ରସର ହୋଇ ଓଡ଼ିଶାରେ ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଉଥିବାବେଳେ ଶ୍ରୀ ପଣ୍ଡାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିବା ବିଜେପି ନେତୃତ୍ୱଙ୍କ ‘ଓଡ଼ିଶା ଦଖଲ’ ରଣନୀତିର ଅଂଶବିଶେଷ ଭାବେ ବିବେଚନା କରାଯାଉଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେପି ଭଳି ଏକ ସୁଦୃଢ଼ ସାଂଗଠନିକ ଭିତ୍ତି ଥିବା ଦଳରେ ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ପଦବୀ ମିଳିବା ଛୋଟ କଥା ନୁହେଁ। ତା’ପୁଣି ଦଳରେ ମିଶିବାର ମାତ୍ର ୪ଦିନ ଭିତରେ। ବିଜେପିରେ ସାଂଗଠନିକ କର୍ମକର୍ତ୍ତା ନିଯୁକ୍ତିବେଳେ ସମ୍ପୃକ୍ତ ନେତାଙ୍କ ସାମର୍ଥ୍ୟ ଓ ଦଳ ପାଇଁ ସେ କେତେ ଫାଇଦା ଆଣିପାରିବେ ତାହା ଦେଖାଯାଇଥାଏ। ନୀତି , ଆଦର୍ଶ ଓ ଶୃଙ୍ଖଳାକୁ ବିଜେପି ନିଜର ସାଂଗଠନିକ କାର୍ଯ୍ୟରେ ପ୍ରାଥମିକତା ଦେଇ ନେତାମାନଙ୍କୁ ଜାତୀୟସ୍ତରରେ କର୍ମକର୍ତ୍ତା ପଦରେ ଅବସ୍ଥାପିତ କରାଇଥାଏ। ତେଣୁ ଶ୍ରୀ ପଣ୍ଡାଙ୍କୁ ଏଭଳି ଗୁରୁଦାୟିତ୍ୱ ଦେଇ ବିଜେପି ନିଜର ‘ପୂର୍ବ ଭାରତ’ ଦଖଲ ଅଭିଯାନକୁ ସାକାର କରିବାକୁ ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି।

ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଝାରଖଣ୍ଡରେ ନିଜର ପ୍ରଭାବ ବିସ୍ତାର କରିବାକୁ ଚାହୁଁଥିବାରୁ ଶ୍ରୀ ପଣ୍ଡା ଏସବୁ ରାଜ୍ୟରେ ବେଶ୍ ସକ୍ରିୟ ଓ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିପାରିବେ ବୋଲି ଦଳର ଶୀର୍ଷ ନେତୃତ୍ୱ ଚିନ୍ତା କରିଥାଇପାରନ୍ତି। ତା’ଛଡ଼ା ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଭାବେ ଶ୍ରୀ ପଣ୍ଡା ଦୀର୍ଘବର୍ଷ ଧରି ଏନଡିଏର ସହଯୋଗୀ ଦଳଗୁଡ଼ିକ ସହ ମୁଖ୍ୟ ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ। ସେ ଦିଲ୍ଲୀରେ ବିଜେଡିର ଚେହେରା ଥିଲେ। ଜାତୀୟସ୍ତରର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ସହ ଶ୍ରୀ ପଣ୍ଡାଙ୍କ ବ୍ୟକ୍ତିଗତ ଭଲ ସମ୍ପର୍କ ରହିଛି। ତେଣୁ ତାଙ୍କର ସାମର୍ଥ୍ୟ ଉପରେ ବିଜେପି ଜାତୀୟସ୍ତରର ନେତାମାନଙ୍କ ଦୃଢ଼ ଆସ୍ଥା ରହିଛି। ଓଡ଼ିଶାରେ ନିଜର ପୁରୁଣା ଦଳ ବିଜେଡିର ପ୍ରାୟ ୪୦ରୁ ଅଧିକ ବିଧାୟକଙ୍କ ସହ ଶ୍ରୀ ପଣ୍ଡାଙ୍କ ଘନିଷ୍ଠ ସମ୍ପର୍କ ରହିଥିବାରୁ ତା’ର ଫାଇଦା ଆଗାମୀ ଦିନରେ ବିଜେପି ଉଠାଇବାକୁ ରଣନୀତି ପ୍ରସ୍ତୁତ କରିଥାଇପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

ଶ୍ରୀ ପଣ୍ଡାଙ୍କୁ ଜାତୀୟସ୍ତରରେ ସାଂଗଠନିକ ଗୁରୁଦାୟିତ୍ୱ ନ୍ୟସ୍ତ କରି ବିଜେପି ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ନିଜର ‘ମିଶନ’କୁ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।



from Odisha Reporter https://ift.tt/2C90EoK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages