
ଥିରୁଭନନ୍ତପୁରମ୍: ଏକବିଂଶ ଶତାବ୍ଦୀରେ ଏଭଳି ଘଟଣା ଘଟୁଥିବ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏବେବି ଯୌତୁକ ନିର୍ଯାତନା ଭଳି ଘଟଣା ଘଟୁଛି। ମିଳିଥିବା ଖବର ଅନୁଯାୟୀ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଏବଂ ଶାଶୁ ତାଙ୍କୁ ଉପବାସ ରହିବାକୁ ବାଧ୍ୟ କରିଥିଲେ, ଫଳରେ ଅନାହାରରେ ତାଙ୍କର ମୃତ୍ୟୁ ହୋଇଛି।
କେରଳରେ ଘଟିଥିବା ଏହି ଘଟଣାରେ, ଗତ କିଛି ଦିନ ଧରି ତୁଷାରା ନାମ୍ନୀ ଏହି ମହିଳାଙ୍କୁ ତାଙ୍କ ଶାଶୁ ଘରେ ଠିକ୍ରେ ଖାଇବାକୁ ନଦେଇ ନିର୍ଯାତନା ଦେଇ ଆସୁଥିଲେ। ମୃତ୍ୟୁ ପୂର୍ବରୁ କେବଳ ଶୁଖିଲା ଭାତ ଏବଂ ଚିନିଶିରା ଖାଇ କଷ୍ଟେମଷ୍ଟେ ବଞ୍ଚି ଆସିଥିଲେ।ଗତ ମାର୍ଚ୍ଚ ୨୧ ତାରିଖରେ ତାଙ୍କ ଅବସ୍ଥା ସାଂଘାତିକ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ଏବଂ ସେ ସେଠାରେ ହିଁ ମୃତ୍ୟୁବରଣ କରିଥିଲେ। ତାଙ୍କର ଓଜନ ସେତେବେଳକୁ ମାତ୍ର ୨୦ କିଲୋଗ୍ରାମ ଥିଲା ଏବଂ କଙ୍କାଳ ପରି ଦିଶୁଥିଲେ। ବର୍ତ୍ତମାନ ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କୁ ଗିରଫ କରି ରିମାଣ୍ଡରେ ନିଆଯାଇଛି।
ତାଙ୍କ ମୃତ୍ୟୁ ପରେ ପୁଲିସ୍ ତଦନ୍ତ ପରେ ହିଁ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା। ପୁଲିସ୍ କହିବା ଅନୁଯାୟୀ, ସେ କଙ୍କାଳର ଏକ ବସ୍ତା ପାଲଟିଯାଇଥିଲେ। ତାଙ୍କ ଦେହରେ ନାମକୁ ମାତ୍ର ମାଂସ ଥିଲା। ତାଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାୟୀ ଅଧିକ ଯୌତୁକ ପାଇଁ ଦାବି କରି ସେମାନେ ନିର୍ଯାତନା ଦେଇଆସୁଥିଲେ। ଝିଅ ଘର କିଛି ସୁନା ଅଳଙ୍କାର ବ୍ୟତୀତ କିଛି ଟଙ୍କା ମଧ୍ୟ ଦେଇଥିଲେ ଏବଂ ପରେ ୨ ଲକ୍ଷ ଟଙ୍କା ଦେବେ କହିଥିଲେ।
from Odisha Reporter https://ift.tt/2V7MM5F
No comments:
Post a Comment