ପାଦ ଝାଳ ହୋଇ ଦୁର୍ଗନ୍ଧ ବାହାରୁଛି : ଆପଣାନ୍ତୁ ଏହି ଉପାୟ, ଲାଗିବେ ଫ୍ରେସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ପାଦ ଝାଳ ହୋଇ ଦୁର୍ଗନ୍ଧ ବାହାରୁଛି : ଆପଣାନ୍ତୁ ଏହି ଉପାୟ, ଲାଗିବେ ଫ୍ରେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସିଲାଣି ଖରା ଦିନ। ମୁଣ୍ଡ ଫଟା ଖରାରେ ଆମେ ବାହାରକୁ ବାହାରିଲେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଉ। ମୁଖ୍ୟତଃ ଅତ୍ୟଧିକ ଝାଳ ହୋଇ ଦେହରୁ ଦୁର୍ଗନ୍ଧ ବାହାରିବା କାହାକୁ ବି ଆଦୌ ଭଲ ଲାଗେ ନାହିଁ। ଏଥିସହ ପାଦରୁ ଝାଳ ବାହାରି ଦୁର୍ଗନ୍ଧ ହେବା ଭଳି ସମସ୍ୟା ମଧ୍ୟ ବହୁତ ଲୋକଙ୍କର ଦେଖାଦେଇଥାଏ। ଏହି ସମସ୍ୟା ଯୋଗୁ ବହୁ ଲୋକ ଅତିଷ୍ଠ ହୋଇପଡିଥିଲେ ମଧ୍ୟ ଏହାର ସମାଧାନର ବାଟ ଖୋଜି ପାଇ ନ ଥାନ୍ତି। ଆସନ୍ତୁ ଜାଣିବା ଏହି ସମସ୍ୟାରୁ କିପରି ନିସ୍ତାର ମିଳିବ।

ଗରମ ଦିନରେ ଝାଳ ବାହାରିବା ଯୋଗୁ ତ୍ୱଚାରେ ବ୍ୟାକ୍ଟେରିଆ  ସୃଷ୍ଟି କରିଥାନ୍ତି। ଆଉ ଏଥିପାଇଁ ଆମ ଦେହରୁ ଦୁର୍ଗନ୍ଧ  ବାହାରିଥାଏ। ତେବେ ଆସନ୍ତୁ ଜାଣିବା ପାଦରୁ ବାହାରୁଥିବା ଝାଳ ରୋକିବା ପାଇଁ ଘରୋଇ ଉପଚାର କ’ଣ ସବୁ ରହିଛି, ଯାହାକୁ ବ୍ୟବହାର କରି ଆମେ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବା।

ଜୋତା ଏବଂ ମୋଜାକୁ ସଫା ରଖନ୍ତୁ

ପାଦରୁ ଝାଳ ବାହାରୁଥିବାରୁ ଆମ ଜୋତା ଏବଂ ମୋଜାରେ ଭିଜି ତାହା ଦୁର୍ଗନ୍ଧ ସୃଷ୍ଟି କରିଥାଏ। ତେଣୁ ଆପଣ ଏହି ସମସ୍ୟାରେ ବିରକ୍ତ ହେଇ ଯାଉଥିଲେ ଜୋତା ଏବଂ ମୋଜାକୁ ସବୁଦିନ ସଫା ରଖିବାକୁ ପଡ଼ିବ। ମୋଜାକୁ ଆପଣ ପ୍ରତିଦିନ ଧୋଇକି ବ୍ୟବହାର କରନ୍ତୁ। ଏହା ଦ୍ୱାରା ଆପଣଙ୍କୁ ପ୍ରତିଦିନ ଫ୍ରେସ୍‌ ଲାଗିବା ସହ ପୂର୍ବରୁ  ମୋଜାର ଦୁର୍ଗନ୍ଧ ସମସ୍ୟାରୁ ରକ୍ଷା ପାଇ ପାରିବେ।

ଲୁଣ ପାଣିରେ ପାଦ ଧୁଅନ୍ତୁ

ପାଦକୁ ନିୟମିତ ଭାବରେ ଲୁଣ ପାଣିରେ ଧୋଇବା ଦ୍ୱାରା ମଧ୍ୟ ଏହା ଝାଳ ଏବଂ ଦୁର୍ଗନ୍ଧ ହେବାକୁ ଦେଇ ନଥାଏ। ତେବେ ଆପଣ ପ୍ରତିଦିନ ଅଳ୍ପ ଉଷୁମ ପାଣିରେ ଲୁଣ ପକାଇ ପାଦକୁ ଧୋଇ ଦିଅନ୍ତୁ। ଏହା ପରେ ଏକ ସଫା କପଡ଼ାରେ ପାଦ ଭଲ ଭାବରେ ପୋଛି ଦିଅନ୍ତୁ। ତା ପରେ ଆପଣ ମୋଜା ପିନ୍ଧିଲେ ପାଦରୁ ଦୁର୍ଗନ୍ଧ ଆସିବ ନାହିଁ। ଏହା ଆପଣଙ୍କ ପାଦରୁ ଝାଳ ବାହାରିବାରୁ ରୋକିଥାଏ।

ଟାଲ୍‌କମ୍‌ ପାଉଡ଼ର୍‌ର ବ୍ୟବହାର

ଯଦି ଆପଣ ପାଦରୁ ବାହାରୁଥିବା ଝାଳରୁ ଶୀଘ୍ର ଉପଷମ ଚାହୁଁଛନ୍ତି, ତାହାଲେ ଆପଣ ଟାଲ୍‌କମ୍‌ ପାଉଡର୍‌ର ବ୍ୟବହାର କରିପାରିବେ। ଝାଳ ବାହାରିବା ଆଗରୁ ଆପଣ ପାଦରେ ଟାଲ୍‌କମ୍‌ ପାଉଡର୍‌ ବ୍ୟବହାର କରନ୍ତୁ। ଏହା ପରେ ମୋଜା ପିନ୍ଧନ୍ତୁ।ଏହା ଆପଣଙ୍କ ପାଦରୁ ବାହାରୁଥିବା ଦୁର୍ଗନ୍ଧକୁ ରୋକିଥାଏ।

ଚାହା ପତି

ପାଦରୁ ବାହାରୁଥିବା ଦୁର୍ଗନ୍ଧ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଚାହା ପତିର ବ୍ୟବହାର କରିପାରିବେ। ଏଥିପାଇଁ ଆପଣ ଏକ ଟବ୍‌ରେ ଉଷୁମ ପାଣି ନେଇ ସେଥିରେ ଚାହା ପତି ବା ଟି ବ୍ୟାଗ୍‌  ପକାଇ ଦିଅନ୍ତୁ। ଏହିପରି କରି ଆପଣ ଅଧ ଘଣ୍ଟା ଯାଏ ପାଣିରେ ଗୋଡ଼ ବୁଡ଼ାଇ ରଖନ୍ତୁ। ଏହା ଆପଣଙ୍କୁ ପାଦରୁ ବାହାରୁଥିବା ଦୁର୍ଗନ୍ଧରୁ ମୁକ୍ତି ଦେବ।

ଲେମ୍ବୁ ରସ ଦ୍ୱାରା ଉପଚାର

ଆପଣ ପାଦରେ ଲେମ୍ବୁ ରସ ଲଗାଇ ତାକୁ କିଛି ସମୟ ପରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ପାଦରୁ ବାହାରୁଥିବା ଦୁର୍ଗନ୍ଧ ରୋକାଯାଇ ପାରିବ। ଏଥିସହ ଆପଣଙ୍କୁ ସତେଜ୍‌ ମଧ୍ୟ ଲାଗିବ।



from Odisha Reporter https://ift.tt/2TYiTID

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages