କଲରା ଖାଆନ୍ତୁ, ସୁସ୍ଥ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

କଲରା ଖାଆନ୍ତୁ, ସୁସ୍ଥ ରୁହନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲରାରେ ଅନେକ ପ୍ରକାର ଭିଟାମିନ୍‌ ରହିଥାଏ। ଏଥିରେ ଆଇରନ୍‌, ପୋଟାସିୟମ୍‌ ,ଏବଂ ଭିଟାମିନ୍‌-ସି ଭଳି ଅନେକ ଭିଟାମିନ୍‌ ରହିଛି । ଏଥିରେ ଫାଇବର୍‌ ମଧ୍ୟ ରହିଥାଏ ଯାହାକୁ ଆପଣ ଖାଇଲେ ଶରୀରରେ ଥିବା ଅତ୍ୟାବଶ୍ୟକ ଫ୍ୟାଟ୍‌କୁ କମାଇବାରେ ଏହା ସାହାଯ୍ୟ କରିଥାଏ। ଯଦି ଆପଣ ଏହାକୁ ସବୁଦିନ ଖାଇବେ ବା ଜୁସ୍‌ କରି ପିଇବେ,  ତାହାଲେ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବ ନାହିଁ।

ଏହା ପାଟିକୁ ପିତା ଲାଗେ ସତ କିନ୍ତୁ ଏହା ପେଟ ପାଇଁ ବହୁତ ଉପକାରୀ ହୋଇଥାଏ। ତେବେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ତ ଏହା ମହୋଷଧି ଭଳି କାମ କରିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଏହା ଆପଣଙ୍କ ଶରୀରର ଫ୍ୟାଟ୍‌ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଆଉ ଏହାକୁ ପିଇଲେ ଆପଣ ସବୁବେଳେ ଫିଟ୍‌ ରହିବା ସହ ନିଜର ଶରୀରକୁ ଏକ ଭଲ ଫିଗର୍‌ ମଧ୍ୟ ଦେଇପାରିବେ।

ଆସନ୍ତୁ ଜାଣିବା  କଲରା ଜୁସ୍‌ ପିଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ।

-ଇନ୍‌ସୁଲିନ୍‌କୁ ଆକ୍ଟିଭ୍‌ କରିଥାଏ

କଲରା ଜୁସ୍‌ ପ୍ରତିଦିନ ପିଇବା ଦ୍ୱାରା ଏହା ଆମ ଶରୀରକୁ ଯାଇ ଶରୀରରେ ଥିବା ଇନ୍‌ସୁଲିସ୍‌କୁ କାର୍ଯ୍ୟକ୍ଷମ କରିବାରେ ସାହାଯ୍ୟ କରିଥାଏ। ଏହା ଆମ ଶରୀରରେ ବଢ଼ୁଥିବା ଫ୍ୟାଟ୍‌କୁ କମ୍‌ କରିବା ସହ ସୁଗାର ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।

-କ୍ୟାଲୋରୀ କମ୍‌ ଥାଏ

କଲରାରେ କ୍ୟାଲୋରୀ, କାର୍ବୋହାଇଡ୍ରେଟ୍‌ ଆଉ ଫ୍ୟାଟ୍‌ କମ୍‌ ରହିଥାଏ। ଏହାର ରସ ଶରୀରରେ ଫ୍ୟାଟ୍‌କୁ କଣ୍ଟ୍ରୋଲ୍‌ କରିବାରେ ସାହାଯ୍ୟ କରିଥାଏ।

-ଫାଇବର୍‌ର ମାତ୍ରା ଅଧିକା ଥାଏ

କଲରାରେ ଫାଇବର୍‌ର ମାତ୍ରା ସହ ପାଣିର ମାତ୍ରା ମଧ୍ୟ ଅଧିକ ଥାଏ। କେବଳ ଏତିକି ନୁହେଁ, ଏଥିରେ ଭିଟାମିନ୍‌ ଏ, ସି, ଏବଂ କ୍ୟାଲ୍‌ସିୟମ୍‌ ମଧ୍ୟ ରହିଛି, ଯାହାକି ଶରୀରକୁ ଫିଟ୍‌ ରଖିଥାଏ।

ଏହା କେବଳ ଫ୍ୟାଟ୍‌ କମ୍‌ କରି ନଥାଏ, ଏହା ଆପଣଙ୍କ ଆଖିକୁ ମଧ୍ୟ ସୁରକ୍ଷା ଦିଏ। ଆଖି ପାଇଁ ଏହା ବହୁତ ଉପକାରୀ ହୋଇଥାଏ।

ମୁଣ୍ଡ ବିନ୍ଧା ମଧ୍ୟ ଏହା କମ୍‌ କରିବାରେ ସାହାଯ୍ୟ କରିଥାଏ।

ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

ଶରୀର ଦରଜ ହେଉଥିଲେ ଆପଣ ଏହାକୁ ଖାଇ ପାରିବେ ଏବଂ ଏହାର ଜୁସ୍‌ କରି ମଧ୍ୟ ପିଇ ପାରିବେ। ଆପଣ ଯେଉଁ ଭଳି ଖାଆନ୍ତୁ ପଛେ ଏହା ଆପଣଙ୍କୁ ସବୁ ପ୍ରକାର ଫାଇଦା ଦେବ।

ଲିଭର୍‌ ପାଇଁ ଏହା ବହୁତ ଉପକାରୀ ହୋଇଥାଏ। ଏହା ଲିଭର୍‌କୁ ଅଧିକ କାର୍ଯ୍ୟକ୍ଷମ କରିବାରେ ସାହାଯ୍ୟ କରିଥାଏ।

ଏହା ଡାଇଜେସନ୍‌ ସିଷ୍ଟମ୍‌କୁ ମଧ୍ୟ ମଜବୁତ୍‌ କରିଥାଏ। ଏହା ସହ ଏହା ଅଲ୍‌ସର୍‌ ରୋଗୀଙ୍କ ପାଇଁ ମଧ୍ୟ ଫାଇଦା ଦେଇଥାଏ।

ଯଦି ଶରୀରରେ ଷ୍ଟୋନ୍‌ ହୋଇଥାଏ ତାହାଲେ ଆପଣ କଲରା ଜୁସ୍‌ ବା ସେମିତି ଖାଆନ୍ତୁ, ଏହା ଛୋଟ ଷ୍ଟୋନ୍‌କୁ ପରିସ୍ରା ବାଟେ ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଏହା ଆମ ତ୍ୱଚା ପାଇଁ ଅନେକ ଉପକାରୀ ହୋଇଥାଏ। ଏହା ଚର୍ମ ଜନିତ ସମସ୍ୟା ହେବାକୁ ଦେବ ନାହିଁ।

ଏହା ଆମ କେଶ ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। ପ୍ରାୟ ସମସ୍ତଙ୍କ ଚୁଟି ଝଡ଼ିବା ସମସ୍ୟା ଥାଏ। ତେଣୁ ଏହାକୁ ଆପଣ ପ୍ରତିଦିନ ଖାଇବା ପାଇଁ ଅଭ୍ୟାସ କରନ୍ତୁ। ଏହା ଚୁଟି ଝଡ଼ିବା ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେବ।

ଅନେକଙ୍କର ଗ୍ୟାସ୍‌ ସମସ୍ୟା ଥାଏ । ତେଣୁ ଆପଣ ଏହାକୁ ଖାଇଲେ ମଞ୍ଜି ଖାଆନ୍ତୁ ନାହିଁ। ଏହାର ଭିତର ପାଖ ନ ଖାଇ ଉପର ନୀଳ ଅଂଶ ଖାଇବା ଭଲ।



from Odisha Reporter https://ift.tt/2FwJrGR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages