ଜାଣନ୍ତୁ କେମିତି ତିଆରି ହୁଏ ‘ଚିଜ୍ ଫ୍ରାଏଡ୍ ଚିକେନ୍ ୱିଥ୍ ଥିକ୍ ସସ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଜାଣନ୍ତୁ କେମିତି ତିଆରି ହୁଏ ‘ଚିଜ୍ ଫ୍ରାଏଡ୍ ଚିକେନ୍ ୱିଥ୍ ଥିକ୍ ସସ୍’

ଆବଶ୍ୟକ ସାମଗ୍ରୀ: ଚିକେନ୍, ମଇଦା, ଲୁଣ, ଗୋଲମରିଚ ଗୁଣ୍ଡ, ଅଣ୍ଡା, ଚିଜ୍ ଓ ଘିଅ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ କରି ଧୋଇ ଘିଅରେ ଗୋଳାଇ ରଖନ୍ତୁ। ପରେ ଏଥିରେ ମଇଦା, ଚିଜ୍, ଗୋଲମରିଚ ଗୁଣ୍ଡ ଓ ଲୁଣକୁ ମିଶାନ୍ତୁ। ଅନ୍ୟ ଏକ ପାତ୍ରରେ ଅଣ୍ଡାକୁ ଫେଣ୍ଟି ରଖନ୍ତୁ। ବର୍ତ୍ତମାନ ଚିକେନ୍‌ର ପ୍ରତ୍ୟେକ ପିସ୍‌କୁ ପ୍ରଥମେ ଅଣ୍ଡାରେ ବୁଡ଼ାନ୍ତୁ। ତା’ପରେ ଚିଜ୍ ମିଶ୍ରଣରେ ବୁଡ଼ାଇ ଗରମ ତେଲରେ ଭାଜି ଦିଅନ୍ତୁ। ପ୍ରସ୍ତୁତ ହୋଇ ଗଲା ଚିଜ୍‌ ଫ୍ରାଏଡ୍ ଚିକେନ୍’ ଏହାକୁ ସସ୍ ସହିତ ମିଶାଇ ଦିଅନ୍ତୁ।

ସସ୍ ପାଇଁ ସାମଗ୍ରୀ: ମଇଦା, ଚିକେନ ଷ୍ଟକ୍, କ୍ରିମ, ଗୋଲମରିଚ ଗୁଣ୍ଡ ଓ ଲୁଣ।

ପ୍ରସ୍ତୁତି: ପ୍ରଥମେ ଏକ ପାତ୍ରରେ ଅଳ୍ପ ଘିଅ ଗରମ କରି ସେଥିରେ ମଇଦା ପକାନ୍ତୁ। ତା’ପରେ ଚିକେନ୍ ଷ୍ଟକ ଓ କ୍ରିମ୍ ପକାଇ ଏହାକୁ ଘାଣ୍ଟନ୍ତୁ। ଏହା ଫୁଟି ଆସିଲେ କମ୍ ଆଞ୍ଚରେ ଆଉ କିଛି ମିନିଟ୍ ରାନ୍ଧନ୍ତୁ। ଏହାକୁ ବରାବର ଘାଣ୍ଟିବାକୁ ଭୁଲିବେ ନାହିଁ। ଏଥିରେ ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ବେକ୍‌ଡ ଚିକେନ୍ ଖଣ୍ଡ ସହିତ ସସ୍ ମିଶାଇ ଖାଆନ୍ତୁ ଓ ଖୁଆନ୍ତୁ।

 



from Odisha Reporter https://ift.tt/2CDTngY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages