ଉଚ୍ଚ ରକ୍ତଚାପରୁ ମୁକ୍ତି ଚାହୁଁଛନ୍ତି… ଖାଦ୍ୟରେ ସାମିଲ କରନ୍ତୁ ଏହି ପାଞ୍ଚଟି ଜିନିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ଉଚ୍ଚ ରକ୍ତଚାପରୁ ମୁକ୍ତି ଚାହୁଁଛନ୍ତି… ଖାଦ୍ୟରେ ସାମିଲ କରନ୍ତୁ ଏହି ପାଞ୍ଚଟି ଜିନିଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇ ବ୍ଲଡ୍ ପ୍ରେସର ବା ଉଚ୍ଚ ରକ୍ତଚାପ ବର୍ତ୍ତମାନ ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହୋଇଯାଇଛି। ଭାରତରେ ପ୍ରତି ୩ ଜଣରେ ଜଣେ ବ୍ୟକ୍ତି ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି। କେବଳ ବୟସ୍କ  ନୁହଁନ୍ତି, ଯୁବପିଢ଼ି ମଧ୍ୟ ଏହାର ଶିକାର ହେଉଛନ୍ତି। ଯଦି ଠିକ୍‌ ସମୟରେ ଏହାର ଚିକିତ୍ସା କରାନଯାଏ ତେବେ ଏହା ଆପଣଙ୍କ ଜୀବନ ମଧ୍ୟ ନେଇପାରେ। ଉଚ୍ଚ ରକ୍ତଚାପ ଯୋଗୁଁ କିଡନୀ ଫେଲ୍, ହୃଦଘାତ ପରି ଗମ୍ଭୀର ସମସ୍ୟା ଦେଖା ଦେଇଥାଏ।

କାହିଁକି ହୁଏ ଉଚ୍ଚ ରକ୍ତଚାପ

ଉଚ୍ଚ ରକ୍ତଚାପ ହେବା ପଛରେ ରହିଛି ଅନେକ କାରଣ। ପରିବର୍ତ୍ତିତ ଜୀବନଶୈଳୀ ତା’ ମଧ୍ୟରୁ ଗୋଟିଏ। ବ୍ୟାୟାମ ଅବା ଶାରୀରିକ କାର୍ଯ୍ୟ ନକଲେ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ । ଏହାର ନିରାକରଣ ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ତ ନିଶ୍ଚୟ ଖାଇବାକୁ ପଡ଼ିବ । ତେବେ କିଛି ଘରୋଇ ପଦକ୍ଷେପ ରୋଗ ନିୟନ୍ତ୍ରଣ କରିବାରେ ନିଶ୍ଚୟ ସାହାଯ୍ୟ କରିବ।

ଆସନ୍ତୁ ଜାଣିବା ଏମିତି କିଛି ଜିନିଷ ବିଷୟରେ ଯାହାକୁ  ନିୟମିତ ଖାଦ୍ୟରେ ସାମିଲ କରିଲେ ବିନା ଔଷଧରେ ମଧ୍ୟ ଆପଣଙ୍କ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିବ। 

୧) ପିଆଜ: ରକ୍ତଚାପକୁ ନିୟନ୍ତ୍ରିତ କରିବାକୁ ଚାହୁଁଥିଲେ ପ୍ରତିଦିନ ପିଆଜ ଖାଆନ୍ତୁ। ପିଆଜ ରସ ନା କେବଳ ରକ୍ତକୁ ସଫାକରିଥାଏ ବରଂ ହୃଦ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ପିଆଜରୁ ରସ ବାହାର କରି ସେଥିରେ ସମାନ ପରିମାଣର ମହୁ ମିଶାଇ ପ୍ରତିଦିନ ପିଅନ୍ତୁ। ମାତ୍ର ଅଳ୍ପ ଦିନ ମଧ୍ୟରେ ଫରକ ଜାଣିପାରିବେ।

୨) ଅଙ୍ଗୁର: ଅଙ୍ଗୁରରେ ଥିବା ପୋଟାସିୟମ୍ ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରିତ କରିଥାଏ। ଏହା ବ୍ୟତୀତ ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଶରୀରରେ ଥିବା କୋଲେଷ୍ଟ୍ରଲକୁ ଅନେକ ପରିମାଣାରେ କମ୍ କରିଥାଏ। ତେଣୁ ହାଇପର ଟେନସନ୍ ରୋଗୀଙ୍କୁ ଡାକ୍ତର ପ୍ରତିଦିନ ଅଙ୍ଗୁର ଖାଇବାକୁ ଉପଦେଶ ଦେଇଥାନ୍ତି।

୩) ରସୁଣ: ହାଇପର ଟେନସନରୁ ରକ୍ଷା ପାଇବା ପାଇଁ ହେଲେ ରସୁଣର ବ୍ୟବହାର ଶରୀର ପାଇଁ ଖୁବ୍ ଲାଭଦାୟକ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ହାଇପରଟେନସନ୍ ଗୁଣ ଥାଏ,  ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ତେଣୁ ପ୍ରତିଦିନ ଖାଦ୍ୟରେ ରସୁଣ ସାମିଲ୍ କରନ୍ତୁ।

୪) କଦଳୀ: ଆୟୁର୍ବେଦରେ କୁହାଯାଇଛି ନିୟମିତ କଦଳୀ ଖାଇଲେ ଉଚ୍ଚରକ୍ତଚାପ ଯୋଗୁଁ ଉପୁଜୁଥିବା ସମସ୍ୟାରୁ ମୁକ୍ତି ମିଳିଥାଏ। କଦଳୀରେ ଥିବା ହାଇପରଟେନସିଭ୍ ଗୁଣ ଉଚ୍ଚରକ୍ତଚାପକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ହାଇପର ଟେନସନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ କଦଳୀ ଖାଇବା ଆରମ୍ଭ କରିଦିଅନ୍ତୁ ।

୫) ମେଥୀ: ଏଥିରେ ପ୍ରଚୁର ପରିମାଣର ପୋଟାସିୟମ୍ ଏବଂ ଫାଇବର୍ ରହିଛି, ଯାହା ରକ୍ତଚାପକୁ ନିୟନ୍ତ୍ରିତ କରିବାରେ ଖୁବ୍ ସାହାଯ୍ୟ କରିଥାଏ। ପ୍ରତିଦିନ ରାତିରେ ଦୁଇ ଚାମଚ ମେଥୀ ପାଣିରେ ଫୁଟାନ୍ତୁ। ଥଣ୍ଡା ହୋଇଯିବା ପରେ ଏହାକୁ ଛାଣିଦିଅନ୍ତୁ। ଏହି ପାଣି ନିୟମିତ ପିଇଲେ ରକ୍ତଚାପ ନିୟନ୍ତ୍ରଣରେ ରହିବ।



from Odisha Reporter https://ift.tt/2SPCp4v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages