
ନୂଆଦିଲ୍ଲୀ: ଗତ ଡିସେମ୍ବର ମାସରେ ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ନିଜର ନୂଆ ଏବଂ ପୁରୁଣା ଲ୍ୟାଣ୍ଡଲାଇନ୍, ବ୍ରଡବ୍ୟାଣ୍ଡ ଏବଂ ବ୍ରଡ୍ବ୍ୟାଣ୍ଡ Wi-Fi ସବ୍ସ୍କ୍ରାଇବରଙ୍କ ପାଇଁ ନୂଆ କ୍ୟାସବ୍ୟାକ୍ ଅଫର ଦେଇଥିଲା। ଏହି କ୍ୟାସବ୍ୟାକ୍ ଅଫରର ବୈଧତା ୨୧ ଡିସେମ୍ବର ପର୍ଯ୍ୟନ୍ତ ଥିଲା। କିନ୍ତୁ ଲ୍ୟାଣ୍ଡଲାଇନ୍ରେ ଏହାର ଅବଧିକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଅଫରରେ ବିଏସଏନଏଲ ସବ୍ସ୍କ୍ରାଇବରମାନେ ବର୍ଷିକିଆ ବ୍ରଡବ୍ୟାଣ୍ଡ ପ୍ଲାନ୍ ନେବେ।
ସେମାନଙ୍କୁ ୨୫ ପ୍ରତିଶତ କ୍ୟାସବ୍ୟାକ୍ ଫାଇଦା ମିଳିବ। ଏହି କ୍ୟାସ୍ବ୍ୟାକ୍ ପରିମାଣ ଗ୍ରାହକଙ୍କ ଆକାଉଣ୍ଟକୁ କ୍ରେଡିଟ୍ କରିଦିଆଯିବ। ଏହି ଆମାଉଣ୍ଟରେ ଗ୍ରାହକମାନେ ଭବିଷ୍ୟତରେ ରିଚାର୍ଜ କରିପାରିବେ।
ଏହି ଘୋଷଣା ବିଏସ୍ଏନ୍ଏଲ ପକ୍ଷରୁ ଟ୍ୱିଟ୍ କରି କରାଯାଇଛି। କମ୍ପାନୀ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ,ଏବେ ଆନୁଆଲ ପ୍ଲାନ୍ରେ ୨୫ ପ୍ରତିଶତ କ୍ୟାସ୍ବ୍ୟାକ୍ ଅଫର ଉଭୟ ନୂଆ ଏବଂ ପୁରଣା ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ପାଇଁ ଲାଗୁ ହେବ।
from Odisha Reporter https://ift.tt/2VObQhT
No comments:
Post a Comment