
ନୂଆଦିଲ୍ଲୀ:ଆଉ ଆସିବନି ସୁଜକୀ Gypsy। ଭାରତରେ ମାରୁତି ସୁଜକୀ Gypsy ପ୍ରଡକ୍ସନ୍ ବନ୍ଦ କରିଦେଇଛି। ଭାରତରେ ୧୯୮୫ରେ Maruti Gypsy ଲଞ୍ଚ କରାଯାଇଥିଲା । ଶେଷରେ ଏହି କାର ନିର୍ମାଣ ବନ୍ଦ କରିଦେଇଛି ମାରୁତି। ୩୩ ବର୍ଷ ଧରି ପ୍ରଡକ୍ସନ ପରେ କମ୍ପାନୀ ଏହି କାର ତିଆରି ବନ୍ଦ କରିଦେଇଛି। ମାରୁତି ସୁଜକୀର ସବୁଠାରୁ ପୁରୁଣା କାର୍ ହେଉଛି Gypsy।
Maruti 800 ଏବଂ Omni van ପରେ Gypsy କାର ଭାରତରେ ସର୍ବାଧିକ ବିକ୍ରି ହେଉଥିବା କାର ଥିଲା। ତେବେ କେତେକ ନିଦ୍ଦିଷ୍ଟ ନିୟମ ପାଇଁ କମ୍ପାନୀ ଏହି କାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।
ସୂଚନା ଅନୁଯାୟୀ, ଚଳିତ ମାସ ଏପ୍ରିଲ ଏବଂ ଅକ୍ଟୋବର ମଧ୍ୟରେ କାର ସୁରକ୍ଷା ସମ୍ପର୍କିତ କିଛି ନିୟମ ଆସିବାକୁ ଯାଉଛି। ଫଳରେ ୮୦ ଦଶକର ଇଞ୍ଜିନ୍ ଗୁଡ଼ିକ ଏଥିରୁ ବାଦ୍ ପଡ଼ିବେ। ତେଣୁ ଏହି କାର୍ ତିଆରି ବନ୍ଦ ପାଇଁ କମ୍ପାନୀ ନିଷ୍ପତ୍ତି ନେଇଛି।
from Odisha Reporter https://ift.tt/2tR6iYc
No comments:
Post a Comment