୫ ବର୍ଷ ପରେ ନୂଆ ରୂପରେ ଆସିଲା Honda Civic - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

୫ ବର୍ଷ ପରେ ନୂଆ ରୂପରେ ଆସିଲା Honda Civic

ନୂଆଦିଲ୍ଲୀ:ନୂଆ ରୂପରେ ଆସିଲା Honda Civic। ୫ ବର୍ଷ ପରେ ଅଟୋ ମୋବାଇଲ କମ୍ପାନୀ Honda ଆଜି Honda Civic କାର୍‌କୁ ରି-ଲଞ୍ଚ କରିବାକୁ ଯାଉଛି।  ଏହି କାରର ଦାମ୍‌ ୧୭ ଲକ୍ଷରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ନୂଆ ସିଭିକ୍‌ କାରରେ  ନୂଆ ଫିଚର ସୁବିଧା ରହିଛି। ଖାସ୍‌ କରି ଏଥିରେ ଇନ୍‌ଫୋଟେନ୍‌ମେଣ୍ଟ ସିଷ୍ଟମ୍ ପାଇଁ ବଡ଼ ସ୍କ୍ରିନ୍‌ ଦିଆଯାଇଛି। ରିପୋର୍ଟ ମୁତାବକ ଏଥିରେ ୭ ଇଞ୍ଚର ଡିସ୍‌ପ୍ଲେ ସିଷ୍ଟମ ଉପଲବ୍ଧ ରହିବ।

ଏଥିସହ ଡ୍ୟୁଆଲ୍‌ ଚେଞ୍ଜ କ୍ଲାଇମେଟ୍‌ କଣ୍ଟ୍ରୋଲ୍‌ ସହ ୬ଟି ଏୟାର ବ୍ୟାଗ୍ ସୁବିଧା ଦିଆଯାଇଛି। ଏହି କାର ପାଇଁ କମ୍ପାନୀ ପକ୍ଷରୁ ଫେବୃଆରୀ ଅଧାରୁ ବୁକିଂ ଅର୍ଡ଼ର ଘୋଷଣା କରାଯାଇଥିଲା।  Toyota Corolla Altis ଏବଂ Hyundai Elantra ମିଳିତ ଭାବେ ଏହି କାର ନିର୍ମାଣ କରୁଛନ୍ତି। ଏହି ପୁରୁଣା ମଡେଲ କାରଟକୁ କମ୍ପାନୀ ୨୦୧୩ରେ ବନ୍ଦ କରିଦେଇଥିଲା।

ପୂର୍ବରୁ ଏଥିରେ ଡିଜେଲ ଇଞ୍ଜିନ୍ ନଥିଲା। ହେଲେ ନୂଆ କାରରେ ଡିଜେଲ ଇଞ୍ଜିନ୍‌ ଅପ୍ସନ୍‌ ରହିଛି। ଏଥିସହ କାର ଡିଜାଇନ୍‌ରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ତେବେ କାରଟି ନୂଆ ରୂପରେ ଆସିଥିବାରୁ କାରପ୍ରେମୀମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ନୂଆ କାରରେ ଅନ୍ୟ ବିଶେଷତ୍ୱ ମଧ୍ୟରେ 8th Adjustable Driver Seat, Electronic Parking Brake ଏବଂ Multi Angles Rear View Camera ରହିଛି।



from Odisha Reporter https://ift.tt/2Ts7bVF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages