ଆଜି Realme 3ର ପ୍ରଥମ ସେଲ୍: ଜାଣନ୍ତୁ କ’ଣ ରହିଛି ‌ଅଫର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ଆଜି Realme 3ର ପ୍ରଥମ ସେଲ୍: ଜାଣନ୍ତୁ କ’ଣ ରହିଛି ‌ଅଫର୍

ନୂଆଦିଲ୍ଲୀ:  Realmeର ନୂଆ ସ୍ମାର୍ଟଫୋନ୍‌ Realme 3ର ଆଜି ପ୍ରଥମ ସେଲ୍‌। ଏହି ସ୍ମାର୍ଟଫୋନ୍‌ ଗତ ସପ୍ତାହରେ ଭାରତରେ ଲଞ୍ଚ ହୋଇଥିଲା। ଗ୍ରାହକ ଏହାକୁ ଫ୍ଲିପ୍‌ କାର୍ଟ  ଓ ରିୟଲ ମି ୱେବ୍‌ସାଇଟ୍‌ରୁ କିଣିପାରିବେ। ଏହାର ବିଶେଷତ୍ତ୍ୱ ହେଉଛି ଏହାର ୧୩ ମେଗାପିକ୍ସେଲ ଓ ୨ ମେଗାପିକ୍ସେଲ୍‌ର ଡୁଆଲ ରିୟର କ୍ୟାମେରା ସେଟଅପ୍‌ ଓ 4,230mAhର ବ୍ୟାଟେରୀ। ଏଥିସହ Realme U1ରେ ଦିଆଯାଇଥିବା MediaTek Helio P70 ପ୍ରୋସେସର ମଧ୍ୟ ଏହି ଫୋନ୍‌ରେ ଦିଆଯାଇଛି। ସେଲ୍‌ଫି ପାଇଁ ଏହାର ଫ୍ରଣ୍ଟରେ ୧୩ ମେଗାପିକ୍ସେଲର AI କ୍ୟାମେରା ଦିଆଯାଇଛି।

ଭାରତରେ Realme 3ର 3GB ରାମ୍ 32GB ଷ୍ଟୋରେଜ ଓ 4GB ରାମ୍ 64GB ଷ୍ଟୋରେଜ୍‌ ଦୁଇଟି ଭ୍ୟାରିୟାଣ୍ଟ ଲଞ୍ଚ୍‌ କରାଯାଇଛି। ଏହାର ମୂଲ୍ୟ କ୍ରମଶଃ ୮ ହଜାର ୯୯୯ ଓ ୧୦ ହଜାର ୯୯୯ ଟଙ୍କା ରଖାଯାଇଛି। ଏହି ଫୋନ୍‌ଟି ବ୍ଲାକ୍‌ ଓ ଡାଇନାମିକ୍‌ ବ୍ଲାକ୍‌ ୨ଟି କଲର ଅପସନ୍‌ରେ ଉପଲବ୍ଧ। ଆସନ୍ତା ୨୬ ତାରିଖରେ ଏହାର ରେଡିଆଣ୍ଟ ବ୍ଲୁ କଲର ଅପସନ୍‌ ମଧ୍ୟ ଲଞ୍ଚ ହେବ।

ଆଜି ଏହି ସ୍ମାର୍ଟଫୋନ୍‌ର ବିକ୍ରି ଦିନ ୧୨ଟାରୁ ଆରମ୍ଭ ହୋଇଯାଇଛି। ଲଞ୍ଚ୍‌ ଅଫର୍‌ କଥା କହିଲେ, HDFC ବ୍ୟାଙ୍କ କାର୍ଡ଼ରେ ୫୦୦ ଟଙ୍କାର ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ମିଳୁଛି। ଏହା ବ୍ୟତୀତ ଫ୍ଲିପ୍‌କାର୍ଟରେ ଜିଓ ତରଫରୁ ୫ ହଜାର ୩୦୦ ଟଙ୍କା ପର୍ଯନ୍ତ ଅଫର୍‌ ମିଳିବ। ସେହିପରି ରିୟଲମି ୱେବ୍‌ସାଇଟ୍‌ରେ MobiKwikରେ ୨୦ ପ୍ରତିଶତ ସୁପର କ୍ୟାଶ୍ ମିଳିବ।



from Odisha Reporter https://ift.tt/2tZpXFm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages