୫ ଲୋକସଭା ଆସନରେ ୪ ମହିଳା ପ୍ରାର୍ଥୀ: କିଛି ନୂଆ, କିଛି ପୁରୁଖା ହେଲେ ସମସ୍ତେ ଅଭିଜ୍ଞ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

୫ ଲୋକସଭା ଆସନରେ ୪ ମହିଳା ପ୍ରାର୍ଥୀ: କିଛି ନୂଆ, କିଛି ପୁରୁଖା ହେଲେ ସମସ୍ତେ ଅଭିଜ୍ଞ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରି ଯାଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଭୋଟବାକ୍ସରେ ବନ୍ଦୀ ହୋଇ ରହିଛି ୪ ଲୋକସଭା ଆସନ ଏବଂ ତା ଅଧୀନରେ ଥିବା ୨୮ ବିଧାନସଭା ଆସନ ପ୍ରାର୍ଥୀଙ୍କ ଭାଗ୍ୟ। ୧୮ ତାରିଖରେ ହେବ ୨ୟ ପର୍ଯ୍ୟାୟ ମତଦାନ। ଆସ୍କା, ବରଗଡ, ବଲାଙ୍ଗିର, କନ୍ଧମାଳ ଓ ସୁନ୍ଦରଗଡ ଲୋକସଭା ଆସନ ଏବଂ ୩୫ ବିଧାନସଭା ଆସନରୁ ଲଢୁଥିବା ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେବ ଏହି ଦିନ । ଜୋରଦାର ଚାଲିଛି ପ୍ରଚାର।

୫ ଲୋକସଭା ଆସନରୁ ଲଢୁଛନ୍ତି ୪ ମହିଳା ପ୍ରାର୍ଥୀ। ଆସନ୍ତୁ ଜାଣିବା ଏହି ମହିଳା ପ୍ରାର୍ଥୀଙ୍କ ବିଷୟରେ କିଛି। ୨ୟ ପର୍ଯ୍ୟାୟର ଏହି ୫ଟି ଲୋକସଭା ଆସନରେ ରହିଛନ୍ତି ୪ ମହିଳା ପ୍ରାର୍ଥୀ। କିଏ ପୈତୃକ ରାଜନୀତିକୁ ପୁଞ୍ଜି କରି ମଇଦାନକୁ ଆସିଛି ତ କିଏ ନିଜସ୍ୱ ଅନୁଭୂତିକୁ । ଆଉ କିଏ ସିଧା ହାଣ୍ଡିଶାଳରୁ ଆସି ନୂଆଦିଲ୍ଲୀ ଯିବା ପାଇଁ ସଜ ହେଉଛନ୍ତି।

ଆସିକା ଲୋକସଭା ଆସନରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମହିଳା ପ୍ରାର୍ଥୀ ଦେଇଛି। ଦୁଇ ଜଣ ନୂଆମୁହଁ। ହାଣ୍ଡିଶାଳରୁ ରାଜନୀତି ମଇଦାନକୁ ଆସିଥିବା ଜଣେ ସାଧାସିଧା ମହିଳା ହେଉଛନ୍ତି ପ୍ରମିଳା ବିଶୋଇ। ବୟସ ଏବେ ସତୁରୀ। ଆସ୍କା ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି। ଚାଷୀ ପରିବାରରୁ ଆସିଥିବା ପ୍ରମିଳା ଦୀର୍ଘ ୧୮ ବର୍ଷ ଧରି ସ୍ୱୟଂ ସହାୟକ ଗୋଷ୍ଠୀରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ବନ ସୁରକ୍ଷା ପାଇଁ ପ୍ରମିଳା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି। ପ୍ରମିଳା ରାଜନୀତିରେ ସମ୍ପୂର୍ଣ୍ଣ ନୂଆ । ତଥାପି ମନରେ ଜୋସ୍‌ ପୁରୁଖା ନେତାଙ୍କଠାରୁ କିଛି କମ୍‌ ନୁହେଁ।

ଆସିକା ଲୋକସଭା ଆସନର ଆଉ ଜଣେ ମହିଳା ପ୍ରାର୍ଥୀ ହେଉଛନ୍ତି ଅନୀତା ଶୁଭଦର୍ଶିନୀ। ବିଜେପି ଟିକଟରେ ଲଢ଼ୁଛନ୍ତି। ପୈତୃକ ରାଜନୀତିକୁ ପୁଞ୍ଜି କରି ଅନୀତା ଡେଇଁଛନ୍ତି ନିର୍ବାଚନୀ ମଇଦାନକୁ । ବାପା ରାମକୃଷ୍ଣ ପଟ୍ଟନାୟକ ଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ଏବଂ ମା’ କୁମୁଦିନୀ ପଟ୍ଟନାୟକ ଥିଲେ ପୂର୍ବତନ ସାଂସଦ। ନୂଆ ମୁହଁ ହେଲେ ମଧ୍ୟ ଅନୀତା ବାପା-ମା’ଙ୍କଠାରୁ ପାଇଥିବା ଅଭିଜ୍ଞତା, ସେମାନଙ୍କର ଖ୍ୟାତି ଓ ଲୋକସମ୍ପର୍କକୁ ଆଧାର କରି ନିର୍ବାଚନ ଲଢୁଛନ୍ତି । ପ୍ରଚାରରେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ମହିଳାଙ୍କୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇ ଭୋଟରଙ୍କ ମନ କିଣୁଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟରେ ଲଢୁଥିବା ଆଉ ଜଣେ ମହିଳା ପ୍ରାର୍ଥୀ ହେଲେ ସୁନ୍ଦରଗଡ ଲୋକସଭା ଆସନ ପ୍ରାର୍ଥୀ ସୁନୀତା ବିଶ୍ୱାଳ। ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ରାଜନୀତିରେ ନୂଆ ମୁହଁ ହେଲେ ମଧ୍ୟ ପାରିବାରିକ ରାଜନୀତି ତାଙ୍କୁ ଅଭିଜ୍ଞ କରାଇଛି। ବାପା ହେମାନନ୍ଦ ବିଶ୍ୱାଳ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା। କଂଗ୍ରେସ ନେତା ହେମାନନ୍ଦଙ୍କ ଖ୍ୟାତି ଝିଅ ଅନୀତାଙ୍କ ରାଜନୈତିକ ଜୀବନକୁ ପ୍ରଭାବିତ ନ କଲେ ନାହିଁ, ପାରିବାରିକ ରାଜନୀତିରୁ ଯେଉଁ ଅନୁଭୂତି ଅନୀତା ସାଉଁଟିଛନ୍ତି ନିର୍ବାଚନ ମଇଦାନରେ ଲଢିବା ପାଇଁ ତାହା ତାଙ୍କୁ ସମ୍ବଳ ଯୋଗାଇବ ନିଶ୍ଚୟ।

ଆଉ ଜଣେ ମହିଳା ପ୍ରାର୍ଥୀ ହେଲେ ବଲାଙ୍ଗିର ଲୋକସଭା ଆସନ ପ୍ରାର୍ଥୀ ସଙ୍ଗୀତା କୁ.ସିଂଦେଓ। ପାଟଣାର ରାଣୀ। ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ପତ୍ନୀ।
ପାଟଣା ରାଣୀ ସଙ୍ଗୀତା ସିଂଦେଓ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ବଲାଙ୍ଗୀର ସଂସଦୀୟ ଆସନରୁ ବିଜେପି ଟିକଟରେ ଲଢି ଜିତି ଆସିଥିଲେ। ହେଲେ ୨୦୦୯ ଏବଂ ୨୦୧୪ ନିର୍ବାଚନରେ ଏହି ଆସନ ବିଜେଡି ହାତକୁ ଚାଲି ଯାଇଥିଲା। ତେବେ ବଲାଙ୍ଗୀର ଲୋକସଭା ଆସନ ସବୁବେଳେ ରାଜ ପରିବାର ହାତରେ ରହି ଆସିଛି। ୨୦୦୯ ଏବଂ ୧୪ ନିର୍ବାଚନରେ ଏହି ଆସନ କଳିକେଶ ସିଂଦେଓଙ୍କ ହାତକୁ ଯାଇଥିଲା। ଦୁଇଥର ହାରିବା ପରେ ମଧ୍ୟ ବିଜେପି ସଙ୍ଗୀତାଙ୍କ ପ୍ରାର୍ଥୀତ୍ୱ ଉପରେ ଭରସା କରିଛି। ଦେଖାଯାଉ,ଏଥର ତିନିଥର ସାଂସଦ ହୋଇଥିବା ସଙ୍ଗୀତାଙ୍କୁ ଜନତା ବିଜୟର ମୁକୁଟ ପିନ୍ଧାଉଛନ୍ତି କି ନାହିଁ !



from Odisha Reporter http://bit.ly/2UT9bXv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages